ଭୁବନେଶ୍ୱର,୨୦/୦୫: ଆଜି ରାଜ୍ୟରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିବାକୁ ଯାଉଛି । ସୂଚନା ମୁତାବକ ଆଜି ଅର୍ଥାତ୍ ୨୪ ଘଣ୍ଟା ପାଇଁ ରାଜ୍ୟରେ ସମସ୍ତ ମେଡିସିନ୍ ଦୋକାନ ଗୁଡିକ ବନ୍ଦ ରହିବ । ଏହି ବନ୍ଦ ଡାକରା କୁ କେମେଷ୍ଟ୍ରି ଓ ଡ୍ରଗିଷ୍ଟ୍ରି ଆସୋସିଏନ୍ ବନ୍ଦ ଡାକରା ଦେଇଛି ।ଏଥିପ୍ରତି ସଜାଗ ରହିବାକୁ ଡ୍ରଗ କଣ୍ଟ୍ରୋଲ ବୋର୍ଡର ନିର୍ଦେଶ ରହିଛି । ସମସ୍ତ ଡ୍ରଗ ଇନ୍ସ୍ପେକ୍ଟର ଓ ଆସିଷ୍ଟାଣ୍ତ ଡ୍ରଗ ଇନ୍ସ୍ପେକ୍ଟର ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛ । ଅତ୍ୟାବଶ୍ୟକ ମେଡିସିନ୍ ମହଜୁଦ ଅଛି କି ନାହିଁ ପରଖି ନିଅନ୍ତୁ ।

ଜୀବନ ରକ୍ଷାକାରୀ ଔଷଧ, ଅତି ଜରୁରୀ ମେଡିସିନ୍ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଜାରୀ କରାଯାଇଛ । ଅନ୍ ଲାଇନ୍ ମେଡିସିନ୍ ବିକ୍ରିକୁ ବିରୋଧ କରି ଏହି ବନ୍ଦ ଡାକରା ୨୪ ଘଣ୍ଟା ପାଇଁ ବନ୍ଦ ଡାକରା ଦିଆଯାଇଛ । ସାଧାରଣ ଲୋକ ଏବଂ ଅତି ଗୁରୁତ୍ଵ ରୋଗୀ ମାନଙ୍କର କୌଣସି ଅସୁବିଧା ନ ହୁଅନ୍ତି ସେଥିପ୍ରତି ଧ୍ଯାନ ଦିଆଯାଇଛି । ପ୍ରିୟବ୍ରତ ବାରିକ (ଉତ୍କଳ ବୁଲେଟିନ୍)