ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଖୁବ୍ ଧୁମଧାମ ସହକାରେ ଶନିଓଷା ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ଶନିଦେବଙ୍କ ଜନ୍ମ ଦିବସକୁ ଶନିଓଷା ଭାବେ ସାରା ଭାରତ ବର୍ଷରେ ପାଳନ କରାଯାଇଉଥିବାବେଳେ ଏହି ଅବସରରେ ଓଡ଼ିଶ ଗ୍ରାମରେ ଏହି ଓଷା ଗ୍ରାମର ବିଭିନ୍ନ ସାହିରେ କରାଯାଇଥିବା ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ସାହିର ମହିଳାମାନେ ଏକତ୍ରିତ ହୋଇ ଆମ୍ବ ଗଛ ମୂଳେ ସଂପୂର୍ଣ୍ଣ ଭକ୍ତିପୂତ ଭାବେ ପାଳନ କରିଥିବାକୁ ମିଳିଥିଲା। ଏଥିରେ ସୁଧପୁତ ଭାବେ ରହି ଭୋଗରାଗ ସହ ସକାଳୁ ସମସ୍ତ ମହିଳାମାନେ ନିଜ ନିଜ ସାହିର ଏକ ମୁଖ୍ୟ ଆମଗଛକୁ ପ୍ରସ୍ତୁତ କରି ପ୍ରଭୁ ଶନିଙ୍କ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା। ବ୍ରାହ୍ମଣଙ୍କ ଆବାହନ ସହ ହୁଳହୁଳି ଦେଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଏହି ଗ୍ରାମରେ ଖୁବ୍ ଧୂମଧାମ ସହକାରେ ଶନିଓଷା ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା।
ଓଡ଼ିଶ ଗ୍ରାମରୁ ସତ୍ୟବାଦୀ ରଣା ଓ ବିମଳ ରଣାଙ୍କ ରିପୋର୍ଟ , ଉତ୍କଳ ବୁଲେଟିନ୍