ଓଡ଼ିଶ ଗ୍ରାମରେ ସ୍ନାନଯାତ୍ରା ଅନୁଷ୍ଠିତ

ଭୁବନ, (ବିମଳ କୁମାର ରଣା): ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି। ପବିତ୍ର ସ୍ନାନ ଯାତ୍ରାରେ ସାରା ରାଜ୍ୟରେ ପାଳନ କରାଯାଇଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ଜ୍ୟେଷ୍ଠ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୁର୍ତି ରତ୍ନ ସିଂହାସନ ଛାଡି ସ୍ନାନ ବେଦୀକୁ ପହଣ୍ଡି ବିଜେ କରିଛନ୍ତି। ସ୍ୱୟଂ ଭଗବାନ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରତ୍ନ ମଣ୍ଡପରୁ ବାହାରି ସ୍ନାନ ବେଦୀକୁ ବିଜେ କରିଥାନ୍ତି । ଏହି ସ୍ନାନଯାତ୍ରା ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ମଧ୍ୟ ମହାପ୍ରଭୁଙ୍କ ସ୍ନାନଯାତ୍ରା ଖୁବ୍ ଆନନ୍ଦ ସହକାରେ ଗ୍ରାମର ସମସ୍ତ ଭକ୍ତମାନେ ଏକାଠି ହୋଇ ପାଳନ କରିଥିବା ଦେଖିବାକୁ ମିଳିଛି।

ଏଥିରେ ଗ୍ରାମର ସମସ୍ତ ଭକ୍ତି ଏକତ୍ରିତ ହୋଇ ମହାପ୍ରଭୁଙ୍କୁ ପାଛୋଟି ଆଣିଥିବା ଦେଖିବାକୁ ମିଳିଥିଲା। ଗ୍ରାମର ମହିଳା ଭକ୍ତମାନେ ଭକ୍ତିପୂତ ସହକାରେ କଳସଯାତ୍ରାରେ ଆସି ମହାପ୍ରଭୁଙ୍କୁ ସ୍ନାନ କରାଇଥିଲେ। ମହାପ୍ରଭୁଙ୍କ ପହଁଣ୍ଡି ବିଜେ କରାଯାଇଥିଲା। ଏଥିରେ ଘଂଟ ଘଂଟି ଖୋଳ ତାଳ ବଜାଇ ପୀଣ୍ଡି ଉପରକୁ ମହାପ୍ରଭୁଙ୍କୁ ବିଜେ କରାଇଥିଲେ। ହରିବୋଲି ହୁଳହୁଳି ରେ ସ୍ନାନ ମଣ୍ଡପ ତଥା ଓଡ଼ିଶ ଗ୍ରାମ ପ୍ରକମ୍ପିତ ହୋଇଉଠିଥିବା ଦେଖିବାକୁ ମିଳିଥିଲା।

ସ୍ନାନ ପିଣ୍ଡିକୁ ତଥା ଚତୁଃପାଶ୍ୱର୍କୁ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟର ସଦସ୍ୟମାନେ ସଫେଇ କରି ପରିବେଶକୁ ଆହୁରି ଆଧ୍ୟାତ୍ମିକତାରେ ଭରିଦେଇଥିଲେ। ପଣ୍ଡିତ ଦେବଶର୍ମା ଶ୍ରୀଧର ଶତପଥୀ ଛେରା ପହଁରା କରିଥିଲେ। ଏଥିରେ ଉକ୍ତ ଗ୍ରାମର ଗୋପାଳ ଚନ୍ଦ୍ର ଷଣ୍ଢ ପୂରୋଧା ରହିଥିବାବେଳେ ମହାପ୍ରଭୁଙ୍କ ସଂପୂର୍ଣ୍ଣ ରୀତିନୀତି ଅନୁସାରେ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଉତ୍ସବ ଅବସରରେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଥିଲା।

ବିମଳ କୁମାର ରଣାଙ୍କ ରିପୋର୍ଟ, ଉତ୍‌କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page