କୁଡାସିଂହାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା (ଏସ୍‌ଆଇଆର)

ବଲାଙ୍ଗିର, ତା.୨୭.୦୬.୨୬ – ରାଜ୍ୟ ସରକାର ପୁରସ୍କାରପ୍ରାପ୍ତ ସଂଗଠନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଏବଂ ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିର କୁଡାସିଂହା ର ମିଳିତ ଉଦ୍ୟମରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା କାର୍ଯ୍ୟକ୍ରମ କୁଡାସିଂହା ଠାରେ ସଫଳତା ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲ ସଭାପତି ଲିଙ୍ଗରାଜ ପୁଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସମାଜରେ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏ ଅବସରରେ ଏକ ସଚେତନତା ର‌୍ୟାଲିର ଆୟୋଜନ କରାଯାଇଥିଲା । ଏହି ର‌୍ୟାଲି ମାଧ୍ୟମରେ ସ୍ଥାନୀୟ ଅଂଚଳର ଲୋକଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଫକିର ସାହୁ, ବାଗଦଲ ପୁଟେଲ, ରଂଜିପ୍ରଭା ମିଶ୍ର, ମମତା ପରୁଆ, ନିକି ତାଣ୍ଡ, ମଣ୍ଟୁ ମଲ୍ଲିକ, ରାକେଶ୍ୱରୀ ମିଶ୍ର, ଯୁବ କୁଲୁତା ସମାଜର ଜିଲ୍ଲା ସଦସ୍ୟ ପ୍ରଫୁଲ୍ଲ ପ୍ରଧାନ, ବବିତା ସା, ମିନତି ରାଉତ, ଅଙ୍କିତା ନାଏକ ଓ ଶିକ୍ଷାନୁଷ୍ଠାନର ସମସ୍ତ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page