କୁନି କୁନି ଶିଶୁ ଗହଣରେ ବୃକ୍ଷ ରୋପଣ କରିଲେ ସେବା ପ୍ରତିନିଧି

ବାଲିଅନ୍ତା:-“ଆଜିର ଶିଶୁ ଆସନ୍ତାକାଲି ଦେଶର ଭବିଷ୍ୟତ” । ଏହାକୁ ଆଖି ଆଗରେ ରଖି ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ୟୁରୋ ସ୍ମାର୍ଟ ସ୍କୁଲ ଛାତ୍ରଛାତ୍ରୀଙ୍କ ଗହଣରେ ସବୁବେଳେ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରି ରଖିଥିବା ବ୍ୟକ୍ତି, ଲିଙ୍ଗରାଜ ଥାନା ଭାରପ୍ରାପ୍ତ ଅଧିକାରୀ, ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କ ସହିତ ମିଶି ବୃକ୍ଷ ରୋପଣ କରିଥିଲେ। ଫଳ ଫୁଲରେ ଶୋଭା ପାଉଥିବା ବିଭିନ୍ନ ଜାତିର ତିନି ଶହରୁ ଅଧିକ ହେବ ଗଛ ପୁରୁଣା ଭୁବନେଶ୍ୱର ରଥ ରୋଡ଼ ଓ ତାର ଆଖପାଖରେ ଲଗାଇ ଯତ୍ନ ନେଇ ପରିବେଶକୁ ସରସ ସୁନ୍ଦର କରିଥିବା ବ୍ୟକ୍ତି ହେଉଛନ୍ତି ଶ୍ରୀଯୁକ୍ତ ଗିରିଜା ଶଙ୍କର ମହାପାତ୍ର। ଆଜିର ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଶୋକ କୁମାର ମହାରଣା, ତାରା ଚରଣ ଆଚାର୍ଯ୍ୟ, ସତ୍ୟନାରାୟଣ ମିଶ୍ର, ଉଲ୍ଲାସ ଚନ୍ଦ୍ର ମହାପାତ୍ର ଓ ଅନେକ ଭାଗ ନେଇଥିଲେ। ପ୍ରତି ବର୍ଷ ସେବା ପ୍ରତିନିଧି ବୃକ୍ଷ ରୋପଣ କରିବା ସହିତ ତାର ଯତ୍ନ ନେଇଥାନ୍ତି। ରାଜଧାନୀର ଯେଉଁ ଆବଶ୍ୟକୀୟ ସ୍ଥାନରେ ବୃକ୍ଷ ଛେଦନ କରାଯାଇଥାଏ ତାହାର ପ୍ରତିବାଦ ମଧ୍ୟ କରିଥାଆନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page