ଗାୟକ ଶେଖର ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଚଳୀ ସଭା |

ଚିଲିକା, ୮। ୮:ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଠାରେ ବାଣପୁର ଭଗବତୀ ମଣ୍ଡଳ ପାଲାଗାୟକ ପରିଷଦ ଓ ଜାଗୃତିକା ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ସ୍ୱର୍ଗତ ଗାୟକ ଶେଖର ପଦ୍ମଶ୍ରୀ ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ ସ୍ୱାଇଁଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଅଛି । ଅଖଣ୍ଡ ପୁରୀ ଜିଲ୍ଲା ପାଲାଗାୟକ ପରିଷଦର ସ୍ଥାୟୀ ସଭାପତି ତଥା ଗାୟକ ଦକ୍ଷୀଣ କେଶରୀ ରାମଚ଼ନ୍ଦ୍ର କରଙ୍କ ପୌରୋହିତରେ ଓ ଭଗବତୀ ମଣ୍ଡଳ ପାଲାଗାୟକ ପରିଷଦର ସଂପାଦକ ବିଭୁତି ଭୂଷଣ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍କୃତି ଚାରଣ ସଭାର ପ୍ରାରମ୍ଭରେ ଉପସ୍ଥିତ ଥିବା ସଦସ୍ୟମାନେ ସ୍ଵର୍ଗତ ଦୁଇ ଗାୟନାଚାର୍ଯ୍ୟ ଗାୟକ ଶେଖର ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ ସ୍ୱାଇଁଙ୍କ ତୈଳଚିତ୍ରରେ ଧୂପପୁଷ ଅର୍ପଣ କରିବା ପରେ ଗାୟକ ଭବାନୀ ଶଙ୍କର ଦାଶ ଗୁରୁ ବନ୍ଦନା ଗାନ କରିଥିଲେ ।

ଉକ୍ତ ସଭାରେ ନୀଳାଚ଼ଳ ନିଖିଳ ଉତ୍କଳ ପାଲାଗାୟକ ପରିଷଦର ରାଜ୍ୟ ଉପଦେଷ୍ଟା ତଥା ଚିଲିକା ବ୍ଳକର ପୂର୍ବତନ ଅଧକ୍ଷ ଲଳିତ ମୋହନ ପଟ୍ଟନାୟକ,ଭଗବତୀ ମଣ୍ଡଳ ପାଲାଗାୟକ ପରିଷଦର ସଭାପତି ରମେଶ ଚନ୍ଦ୍ର ପାତ୍ର, ଜାଗୃତିକାର ସଭାପତି ଅଧ୍ୟାପଦ ଗଙ୍ଗାଧର ପ୍ରଧାନ, ନାଚୁଣୀ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡଃ:ରାଜ କିଶୋର ସାହୁ, ନୀଳକଣ୍ଠେଶ୍ଵର ପାଲା କର୍ମୀ ପରିଷଦର ସ୍ଥାୟୀ ସଭାପତି ବିଜୟ କୁମାର ମହାପାତ୍ର, ଯୁବଜ୍ୟୋତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି, ଶିକ୍ଷକ ବିରଞ୍ଚିନାରାୟଣ ପ୍ରସାଦ ନାୟକ, ଶିକ୍ଷକ ଦୁର୍ଯ୍ୟୋଧନ ପ୍ରଧାନ, ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ, ପଣ୍ଡିତ ଭବାନୀ ଶଙ୍କର ମହାପାତ୍ର ଓ ପାଲାକର୍ମୀ ସୁବାସ ଚନ୍ଦ୍ର ଦାସ ପ୍ରମୁଖ ଗାୟକ ଶେଖର ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ ସ୍ୱାଇଁଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଉଭୟ ଗାୟକଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ଅଜିତ୍ କୁମାର ମିଶ୍ର ସଂଗୀତ ପରିବେଷଣ କରିଥିବା ବେଳେ ପାଲାକର୍ମୀ ଯୋଗେନ୍ଦ୍ରନାଥ ବିଶ୍ୱାଳ ସ୍ଵର୍ଗତ ଦୁଇ ଗାୟନାଚାର୍ଯ୍ୟ ଜଗନ୍ନାଥ ବେହେରା ଓ ଅଭୟ ଚରଣ ସ୍ୱାଇଁଙ୍କ ପାଲା ଗାଇବା, କହିବା ଓ ଅଙ୍ଗ ଭଙ୍ଗକୁ ଅବିକଳ ନକଲ କରି ଉପସ୍ଥିତ ଥିବା ସଦସ୍ୟମାନଙ୍କ ପାଖରେ ପରିବେଷଣ କରିଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page