ଧର୍ମଗଡ଼ ୨୨/୬/
କଳାହାଣ୍ଡି ଜିଲ୍ଲା ଧର୍ମଗଡ ଚିକିତ୍ସାଳୟ ରେ ଥିବା ରକ୍ତ ଭଣ୍ଡାର ଗତ କିଛି ଦିନ ପୂର୍ବରୁ ବନ୍ଦ ହୋଇଥିବା ଯୋଗୁଁ ରୋଗୀ ମାନେ ଆବଶ୍ୟକ ସମୟରେ ରକ୍ତ ନ ପାଇଁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ଛତାଗୋଏରା ଗ୍ରାମର ଟିକଚନ ଦୁର୍ଗା ର ତିନି ବର୍ଷର ଶିଶୁ ରକ୍ତ ଅଭାବରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ ଓ ଡାକ୍ତରଖାନା ଫାଟକ ମୁଖ୍ୟ ରାସ୍ତାରେ ଶବ ରଖି ଆନ୍ଦୋଳନ କରିଥିଲେ l ଯାହାକି ଅତି ଦୁଖଃଦ ଓ ଚିନ୍ତା ଜନକ l ଏଣୁ ଆଜି ଉକ୍ତ ବିଷୟ କୁ ନେଇ ଡିଫାଇନ କଳାହାଣ୍ଡି ପ୍ରତିଷ୍ଠାତା ମଧୁ ମହାନ୍ତି ଙ୍କ ନିର୍ଦ୍ଧେଶକ୍ରମେ ଚାରିଦଫା ଦାବି ସହ ଅନେକ କର୍ମକର୍ତ୍ତା ଆସି ଅତିରିକ୍ତ ଉପଜିଲ୍ଲାପାଳ ଧର୍ମଗଡ଼ କୁ ଦାବିପତ୍ର ପ୍ରଦାନ କରିଥିଲେ l ମୁଖ୍ୟତଃ ରକ୍ତ ଭଣ୍ଡାରକୁ ଅତିଶୀଘ୍ର ପୁନର୍ବାର କାର୍ଯ୍ୟକ୍ରମ କରାଯାଉ, ରକ୍ତ ଅଭାବ ଯୋଗୁଁ ଶିଶୁ ମୃତ୍ୟୁ ଘଟିଥିବା ଘଟଣାର ନିରପେକ୍ଷ ତଦନ୍ତ କରାଯାଉ, ମୃତ୍ୟୁ ଶିଶୁଙ୍କ ପରିବାର କୁ କ୍ଷତି ପୂରଣ ପ୍ରଦାନ କରାଯାଉ, ଭବିଷ୍ୟତ ରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଉ ବୋଲି ଦାବି କରି ଥିଲେ
(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ )(ଉତ୍କଳବୁଲେଟିନ )