ନାଚୁଣୀ କଲେଜ ଅଧ୍ୟାପକଙ୍କ ପତ୍ନୀ ବିୟୋଗ।

ଚିଲିକା,୭। ୪: ନାଚୁଣୀ କଲେଜ ପ୍ରାଣୀବିଜ୍ଞାନର ଅଧ୍ୟାପକ ଦେବଦତ୍ତ ପାଣିଙ୍କର ଧର୍ମପତ୍ନୀ ରଶ୍ମୀ ମାଳା ପାଣିଙ୍କର ପରଲୋକ ହୋଇଯାଇଅଛି । ମୃତ୍ୟୁ ସମୟକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ସେ ଜଣେ ସ୍ନେହିଁ, ଅମାୟିକ ଓ ଧର୍ମପ୍ରାଣା ମହିଳା ଥିଲେ ।ହଠାତ୍ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ୱର ହସପିଟାଲ ନିଆଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ସମୟରେ ତାଙ୍କ ପାଖରେ ସ୍ୱାମୀ ଦେବଦତ୍ତ, ଦୁଇ ପୁତ୍ର ଦୁର୍ଗାମାଧବ ଓ ରୁଦ୍ର ମାଧବ ଉପସ୍ଥିତ ଥିଲେ। ତାଙ୍କ ମୃତ ଶରୀର ବାଣପୁରରେ ପହଁଞ୍ଚିବା ପରେ ବହୁ ବ୍ୟକ୍ତି ବଜାରସ୍ଥ ବାସଗୃହ ଠାରେ ପହଁଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ୍ୟ ଶ୍ମଶାନ ଠାରେ ସତ୍କାର କରାଯାଇଥିଲା । ଜ୍ୟେଷ୍ଠପୁତ୍ର ଦୁର୍ଗାମାଧବ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ଚିଲିକାର ପୂର୍ବତନ ବିଧାୟକ ତଥା ନାଚୁଣୀ କଲେଜର ପ୍ରତିଷ୍ଠାତା ଡାକ୍ତର ବିଭୂତି ଭୂଷଣ ହରିଚ଼ନ୍ଦନ, କଲେଜ ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପଟ୍ଟନାୟକ, ଅଧ୍ୟାପକ ଗୋଲକ ବିହାରୀ ବାରିକ, ପ୍ରାକ୍ତନ ଲାଇବ୍ରେରୀଆନ୍ ରାମଚ଼ନ୍ଦ୍ର ମାର୍ଥା ଓ ମୁଖ୍ୟ କିରାଣୀ ପ୍ରମୋଦ କୁମାର ସୁବୁଦ୍ଧି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।
ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page