ନିମିଖେତାରେ ଧୁମଧାମରେ ଗିରିଗୋବର୍ଦ୍ଧନ ପୂଜା : ହରିଶ୍ଚନ୍ଦ୍ର ନାଟକ ଦେଖି ମନ୍ତ୍ରମୁଗ୍ଧ ହେଲେ ଦର୍ଶକ

ବାଲୁଗାଁ: ଗତକାଲି ନିମିଖେତା ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ସକାଳୁ ଗ୍ରାମର ମନ୍ଦିର ପରିସରରେ ଭକ୍ତମାନଙ୍କ ଗହଳି ଲାଗି ରହିଥିଲା। ସମସ୍ତ ଗ୍ରାମବାସୀ ମିଳିତ ଭାବରେ ଏକତ୍ରିତ ହୋଇ ବିଧି ବିଧାନ ଅନୁସାରେ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଗିରିଗୋବର୍ଦ୍ଧନ ପର୍ବତ ପୂଜା ସହ ଗୋମାତାଙ୍କୁ ମଧ୍ୟ ପୂଜା କରାଯାଇଥିଲା।ପୂଜା ପରେ ସନ୍ଧ୍ୟାରେ ଗ୍ରାମର ଯୁବକମାନଙ୍କ ଦ୍ୱାରା ସାମାଜିକ ନାଟକ “ହରିଶ୍ଚନ୍ଦ୍ର” ପରିବେଷଣ କରାଯାଇଥିଲା। ରାଜା ହରିଶ୍ଚନ୍ଦ୍ରଙ୍କ ସତ୍ୟ ନିଷ୍ଠା, ତ୍ୟାଗ ଓ ଧର୍ମ ପରାୟଣତାକୁ ନେଇ ପରିବେଷିତ ଏହି ନାଟକକୁ ଦେଖିବା ପାଇଁ ନିମିଖେତା ସମେତ ଆଖପାଖ ଗ୍ରାମରୁ ଶତାଧିକ ଦର୍ଶକଙ୍କ ଭିଡ ଜମିଥିଲା। ଯୁବ କଳାକାରମାନଙ୍କ ଜୀବନ୍ତ ଅଭିନୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ନାଟକ ଶେଷ ପର୍ଯ୍ୟନ୍ତ ଦର୍ଶକମାନେ ବସି ଉପଭୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ପ୍ରଭାତ ସୁନ୍ଦରାୟ ଏବଂ ସମାଜସେବୀ ଶ୍ରୀ ଜିମୂତ ଜେନା, ଶ୍ରୀ ଧୋବା ବିଶ୍ୱାଳ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଅବସରରେ ଅତିଥିମାନେ ଗ୍ରାମର ଏକତା, ଭାଇଚାରା ଏବଂ ଯୁବକମାନଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଏଭଳି ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଗ୍ରାମରେ ଏକତା ବଢ଼ାଇବା ସହ ନୂଆ ପିଢ଼ିଙ୍କୁ ନିଜ ସଂସ୍କୃତି ସହ ଯୋଡ଼ି ରଖେ ବୋଲି ସେମାନେ କହିଥିଲେ।ଶେଷରେ ଗ୍ରାମ କମିଟି ପକ୍ଷରୁ ସମସ୍ତ ଅତିଥି, କଳାକାର ଏବଂ ଦର୍ଶକମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page