ଫ୍ଲାଟ ବିକ୍ରି ଠକକୁ ଗୁଜୁରାଟରୁ ଧରିଲା ଧଉଳି ପୁଲିସ

ବାଲିଅନ୍ତା,୧୭|୬:ଜଣେ ମହିଳାଙ୍କୁ ଫ୍ଲାଟ ବିକ୍ରୀ କରିବାପାଇଁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଧଉଳି ଥାନା ପୁଲିସ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛ l ଗିରଫ ଅଭିଯୁକ୍ତ ହେଲେ ଗୁଜୁରାଟ ନଖତ୍ରାଣ ଥାନା ଭାଦଳୀ ଗ୍ରାମର ଶ୍ୟାମଜୀ ଭାଇଙ୍କ ପୁଅ ନବୀନ କୁମାର ଶ୍ୟାମଜିଭାଇ ଠାକରାନି l ପୁଲିସ ତାଙ୍କୁ ଗାନ୍ଧୀନଗର ଥାନାଅଦାଲାଜ ଥାନା ଶ୍ରୀଜି ସ୍ୱସ୍ତିକ ଆପାର୍ଟମେଣ୍ଟରୁ ଗିରଫ କରିଥିଲେ l ଖବରନେବାରେ ଜଣାପଡିଛି ଅଭିଯୁକ୍ତ ନବୀନ କୁମାର ସରଦେଇପୁର ଗ୍ରାମରେ ଥିବା ବାପୁଜୀ ହାଇଟ୍ସରେ ଏକ ଫ୍ଲାଟ କିଣି ରହୁଥିଲେ l ସେ ଏଠାରେ ରହି ଭୁବନେଶ୍ୱର ଏକ ଠିକାସଂସ୍ଥାରେ କାମ କରନ୍ତି l ଆର୍ଥିକ ସମସ୍ୟା ଯୋଗୁଁ ଗତ ୨0୧୯ ରେ ଫ୍ଲାଟ ବିକ୍ରୀ କରିବାପାଇଁ ମନସ୍ଥ କରିଥିଲେ l ଏଥିପାଇଁ ସେ ଫ୍ଲାଟର ମୂଲ୍ୟ ୪0 ଲକ୍ଷ ଟଙ୍କା ରଖିଥିଲେ l ଏନେଇ ଭୁବନେଶ୍ୱର ଅଞ୍ଚଳର ଜଣେ ମହିଳା ନବୀନଙ୍କ ସହ ଯୋଗାଯୋଗ କରିଥିଲେ l କିଣିବାପାଇଁ ମହିଳା ଜଣଙ୍କ ନୋଟାରୀ ଚୁକ୍ତିନାମା କରିବା ସହ ଅଗ୍ରିମ ଟଙ୍କା ୩0 ଲକ୍ଷ ଟଙ୍କା ଦେଇଥିଲେ l ପରେ ବକେୟା ୧0 ଲକ୍ଷ ଟଙ୍କା ଦେଇଥିଲେ l ମାତ୍ର ଫ୍ଲାଟ କିଣିବା ପାଇଁ ରେଷ୍ଟି ହେବା ସମୟରେ ଉକ୍ତ ଫ୍ଲାଟ ଉପରେ ୧୫ ଲକ୍ଷ ବ୍ୟାଙ୍କ ଋଣ ଥିବାରୁ ରେଷ୍ଟି ହୋଇପାରିନଥିଲା l ପରେ ମହିଳା ଜଣଙ୍କ ୧୫ ଲକ୍ଷ ଟଙ୍କା ଦେବାପରେ ରେଷ୍ଟି ହୋଇଥିଲା l ଏହି ୧୫ ଲକ୍ଷ ଟଙ୍କା ଫେରାଇବା ପାଇଁ ନବୀନ ମହିଳାଙ୍କୁ ପ୍ରତିଶୃତି ଦେଇଥିଲେ l ମାତ୍ର ନବୀନ ଉକ୍ତ ୧୫ ଲକ୍ଷ ନ ଦେଇ ଫେରାର ହୋଇଥିଲେ l ଏନେଇ ମହିଳା ଜଣଙ୍କ ଗତ ସେପ୍ଟେମ୍ବର ୨0୨୪ରେ ଧଉଳି ଥାନାରେ ଅଭିଯୋଗ କରିଥିଲେ l ପୁଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିଥିବା ବେଳେ ଆଇନଗତ ପ୍ରକ୍ରିୟା ପାଳନ କରି ଗତ ୧୪ ତାରିଖରେ ଅଦାଲାଜ ପୋଲିସ ଷ୍ଟେସନରେ ତାଙ୍କୁ ଗିରଫ କରାଯାଇଥିଲା। ପରଦିନ ତାଙ୍କୁ ଗୁଜରାଟର ଗାନ୍ଧୀନଗରସ୍ଥିତ ୬ଷ୍ଠ ଅତିରିକ୍ତ ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀଙ୍କ ଅଦାଲତରେ ହାଜର କରାଯାଇ ଭୁବନେଶ୍ୱରସ୍ଥିତ ସମ୍ପୃକ୍ତ ଅଦାଲତରେ ଉପସ୍ଥାପନ ପାଇଁ ଟ୍ରାନ୍‌ଜିଟ୍ ୱାରେଣ୍ଟ ହାସଲ କରାଯାଇଥିଲା।ଅଭିଯୁକ୍ତ ନବୀନଙ୍କ ବିରୋଧରେ ଅପରାଧ ସ୍ପଷ୍ଟ ହେବାରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page