‘ଶିବମ୍ ଶିକ୍ଷାନୁଷ୍ଠାନ “ରେ ଗୁରୁଦିବସ ପାଳନ/ମା, ମାଟି ଓ ମାତୃଭାଷା ପାଇଁ କାର୍ଯ୍ୟ କରନ୍ତୁ ଆଜିର ଯୁବପୀଢ଼ି

ଭୁବନେଶ୍ୱର ପ୍ରତିବର୍ଷ ପରି ଚଳିତ ବର୍ଷ “ଶିବମ୍ ଇନଷ୍ଟିଟ୍ୟୁଟ ଅଫ କମ୍ପ୍ୟୁଟର ଏଜୁକେସନ “ରେ ଗୁରୁଦିବସ ପାଳିତ ହୋଇଯାଇଛି l ମହାନ ଶିକ୍ଷାବିତ, ପ୍ରାକ୍ତନ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ତଥା ଭାରତରତ୍ନ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦ୍ବୀପ ପ୍ରଜ୍ଵଳନ ଅନୁଷ୍ଠାନର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଗୁରୁପୂଜନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା l ଅନୁଷ୍ଠାନ ର ନିର୍ଦ୍ଧେଶକ, ଶିକ୍ଷାବିତ ମଦନ ମୋହନ ପାଢ଼ୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଗୁରୁପୂଜନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସଶକ୍ତ ବାର୍ତ୍ତାର ବାର୍ତ୍ତା ସମ୍ପାଦକ ଅରବିନ୍ଦ ତ୍ରିପାଠୀ,ଅନୁଷ୍ଠାନର ଅଧ୍ୟକ୍ଷା, ଶିକ୍ଷାବିତ ତଥା ସମାଜସେବୀକା ଶଶୀରେଖା ସାହୁ,ମୁଖ୍ୟବକ୍ତା ଭାବେ ଯୁବ ସାମ୍ବାଦିକ, ସମାଜସେବୀ ଚନ୍ଦନ ପଣ୍ଡା ଉପସ୍ଥିତ ରହିବା ସହ ଜଣେ ଉତ୍ତମ ଗୁରୁ ହିଁ ଅଜ୍ଞାନ ରୂପକ ଅନ୍ଧକାରକୁ ଜ୍ଞାନ ରୂପକ ଆଲୋକ ଦେଖାଇ ପାରିବେ ଅତିଥିମାନେ ମତବ୍ୟକ୍ତ କରିବା ଆଜିର ଯୁବପୀଢ଼ି ମା, ମାଟି ଓ ମାତୃଭାଷା ପାଇଁ ସର୍ବଦା ଅନୁରକ୍ତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ l

ମୁଖ୍ୟଅତିଥି ଶ୍ରୀଯୁକ୍ତ ତ୍ରିପାଠୀ ରାଷ୍ଟ୍ରପାଇଁ ଯୁବପୀଢ଼ି ନିଜ ଶକ୍ତି ବିନିଯୋଗ କରିବା ସହିତ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ସମାଜର ହିତସାଧନ ସହିତ ପୁଜ୍ୟପୂଜା ପାଇଁ ଆଗେଇ ଆସିବାକୁ ମତବ୍ୟକ୍ତ କରିଥିଲେ l ମୁଖ୍ୟବକ୍ତା ଶ୍ରୀଯୁକ୍ତ ପଣ୍ଡା ଛାତ୍ର ଛାତ୍ରୀ ମାନେ ଏକ ସୁସ୍ଥ ସମାଜ ଗଠନ, ନୈତିକତା ଉପରେ ଗୁରୁତ୍ୱଆରୋପ କରିବା ସହ ସମାଜରେ ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ l ନିର୍ଦ୍ଧେଶକ ମଦନ ମୋହନ ପାଢ଼ୀ ବିଦ୍ୟାର୍ଥୀଙ୍କୁ ଶୃଙ୍ଖଳିତ ଜୀବନ,ସକାରାତ୍ମକ ଚିନ୍ତାଧାରା ନିଜ ଆଚରଣରେ ନିର୍ମିତ କରିବାକୁ ଉପଦେଶ ପ୍ରଦାନ କରିଥିଲେ l ଏହା ସହିତ ସତମାର୍ଗ,ସତକର୍ମ ଓ ସମୟାନୁବର୍ତ୍ତିତା ଦ୍ୱାରା ଜଣେ ବିଦ୍ୟାର୍ଥୀ ସୁନାଗରିକ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ ବୋଲି ମତବ୍ୟକ୍ତ କରିଥିଲେ l ଏହି ଅବସରରେ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ବକୃତା,ସଂଗୀତ, ନୃତ୍ୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ବକୃତା “ଯୁବକ ମାନଙ୍କ ମଧ୍ୟରେ ରାଜନୀତି ଜ୍ଞାନର ଗୁରୁତ୍ୱ “ଶୀର୍ଷକ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ସଂଯୋଜନା ଛାତ୍ରୀ ଆରତୀ ସିଂହାଲ କରିଥିବା ବେଳେ ଅନିଲ ସୁନାନୀ,ବରୁଣ କାଣ୍ଡିକି,ଆଲୋକ ଦାସ, ସୁନୀଲ ବାହାଦୁର,ରଶ୍ମିତା ଭଟ୍ଟ, ସିଦ୍ଧାର୍ଥ ପ୍ରଧାନ,ସ୍ୱାମ ସାହୁ, ବିଦୁସ୍ମିତା ବେହେରା,ହ୍ର୍ରିତିକ ମହାନ୍ତି, ରୁଦ୍ର ଦାସ, ଅନୁରାଧା ତେଜସ୍ୱିନୀ,ରାଖୀ ସାହୁ ପ୍ରମୁଖ ସହଯୋଗ କରିଥିଲେ l ପ୍ରାକ୍ତନ ଛାତ୍ର ଛାତ୍ରୀ ମିଲନ ବେହେରା,ସତ୍ୟବ୍ରତ ସ୍ୱାଇଁ, ରାକେଶ ଦାସ, ଖୁସବୁ ଦାସ, ଛୋଟରାୟ ବେହେରା,ପୁଷ୍ପା ରାଓ ଯୋଗ ଦେଇଥିଲେ l ଶେଷରେ ଅନୁଷ୍ଠାନର ଅଧ୍ୟକ୍ଷା ଶଶୀରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବିଦ୍ୟାର୍ଥୀଙ୍କୁ ସାର୍ଟିଫିକେଟ ସହ ପୁରସ୍କୃତ କରାଯାଇଥିଲା l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page