ପୂର୍ବତନ ସଚିବ ଶାଳିନୀ ପଣ୍ଡିତ ଓ ନିର୍ଦେଶକ ମନୋଜ ପାଢୀତଦନ୍ତ ଅନ୍ତର୍ଭୁକ୍ତ ହୁଅନ୍ତୁ
ଭୁବନେଶ୍ୱର ତା 17 ରିଖ l ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯୋଗା ଯାଇଥିବା ପାଠ୍ୟପୁସ୍ତକରେ ୧୭୮୧ ରୁ ଅଧିକ ତ୍ରୁଟି ଦେଖାଯାଇଛି। ଏହି ଅସମ୍ବେଦନଶୀଳ ଓ ଅତ୍ୟନ୍ତ ଦାୟିତ୍ୱହୀନ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଓଡ଼ିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ଓ ମହାସଚିବ ଅଶୋକ ପାଇକରା ଙ୍କୁ ନେଇ ଏକ ପ୍ରତିନିଧି ଦଳ ଆଜି ଏସ ସି ଇ ଆର ଟି ର ନିର୍ଦ୍ଦେଶକ ସୁଶ୍ରୀ ମଧୁସ୍ମିତା ସାହୁଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ସ୍କୁଲ ପାଠ୍ୟପୁସ୍ତକ ମୁଦ୍ରଣ ଏବଂ ଗୁଣବତ୍ତା ସମ୍ବନ୍ଧୀୟ ଗମ୍ଭୀର ସମସ୍ୟାର ସମାଧାନ କରିବାରେ ନିଜର ଅସାମର୍ଥ୍ୟ ପ୍ରକାଶ କରିଥିଲେ। ରୋକ୍ଷରେ ସେ ସ୍ୱୀକାର କରିଥିଲେ ଯେ SCERT ଶିକ୍ଷାଦାନ-ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପାଇଁ ଅନଭିଜ୍ଞ ବ୍ୟକ୍ତିଙ୍କୁ ନିଯୁକ୍ତ ନେଇ ଗୁରୁତର ତ୍ରୁଟି କରାଯାଇଥିଲା। SCERT ଏବଂ ପାଠ୍ୟପୁସ୍ତକ ପ୍ରକାଶନକୁ ଯେଉଁଭଳି ଭାବରେ ପରିଚାଳନା କରିଛି ତାହା ଅତ୍ୟନ୍ତ ସନ୍ଦେହଜନକ । ବିଷୟବସ୍ତୁ ଲିଖନ ଏବଂ ପ୍ରୁଫ୍-ରିଡିଂ ବା ତ୍ରୁଟି ସଂଶୋଧନ ପାଇଁ ଗଠିତ କମିଟି ଅନଭିଜ୍ଞ,ଓ ଅଯୋଗ୍ୟ । ବିଶେଷ ସୂତ୍ରର ଖବର ଅନୁଯାଇ ସରସ୍ୱତୀ ଶିଶୁ ମନ୍ଦିର ଭଳି କିଛି ଘରୋଇ ବିଦ୍ୟାଳୟର ଶିକ୍ଷକ ଏବଂ RSS ସଂଗଠନର କିଛି ପ୍ରମୁଖ କର୍ମକର୍ତ୍ତା ଙ୍କୁ ଏହି ପ୍ରକ୍ରିୟାରେ ପ୍ରମୁଖ ଦାୟିତ୍ୱ ଦିଆଯାଇଥିଲା l ଏହି ଘଟଣା ଅତ୍ୟନ୍ତ ମାରାତ୍ମକ,ଗୁରୁତର ଅପରାଧ ଓ ସନ୍ଦେହଜନକ ଷଡଯନ୍ତ୍ର ର ଗନ୍ଧ ବାରି ହେଉଛି l ୧୭୮୧ ରୁ ଅଧିକ ଭୁଲ ଓ କେବଳ ଅଷ୍ଟମ ଶ୍ରେଣୀ ବହିରେ 700 ଭୁଲ ଚିହ୍ନଟ ହୋଇଛ l ସରକାର ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଗର୍ବର ସଂରକ୍ଷଣ ଉପରେ ଦୃଢ଼ ଗୁରୁତ୍ୱ ଦେଇଆସିଛି ବୋଲି ଡିଣ୍ଡିମ ପିଟୁଛି ।ଏତେ ସଂଖ୍ୟାରେ ତ୍ରୁଟି ଓଡ଼ିଶା ଶିକ୍ଷା ବ୍ୟବସ୍ଥାର ଇତିହାସରେ ଏକ କଳା ଅଧ୍ୟାୟ ପାଲଟିଛି l ଘଟଣା ଚକ୍ର ର ଅନୁସନ୍ଧାନ ରେ ପୂର୍ବତନ ନିର୍ଦ୍ଦେଶକ, SCERT, ଶ୍ରୀ ମନୋଜ କୁମାର ପାଢୀ ଏବଂ ସଚିବ, ସୁଶ୍ରୀ ସାଲିନ୍ ପଣ୍ଡିତଏହି ଅବହେଳା ଓ ତ୍ରୁଟି ପାଇଁ ସିଧାସଳଖ ଦାୟୀ l ସେମାନଙ୍କ ବିରୋଧ ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ l ଉନ୍ନୟନ କମିଶନରଙ୍କ ଦ୍ୱାରା କିପରି ବିଭାଗୀୟ ମନ୍ତ୍ରୀ, ସଚିବ ଏବଂ ବରିଷ୍ଠ ଅଧିକାରୀ ଙ୍କ କିପରି ତଦନ୍ତ ପରିସରକୁ ଆଣିପାରିବେ ବୋଲି ପ୍ରଶ୍ନ କରିଛି ମହାସଂଘ । ଏହି ତଦନ୍ତ ନିର୍ଦେଶ କେବଳ ଧର୍ମ କୁ ଆଖି ଠାର l ଏଥିରେ କିଛି ହେବନି l ତେଣୁ ମହାସଂଘ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧୀନରେ ନ୍ୟାୟିକ ତଦନ୍ତ ଦାବି କରୁଛି l ଯଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ, ସ୍ୱଚ୍ଛ ଏବଂ ସ୍ୱାଧୀନ ତଥା ନିରପେକ୍ଷ ତଦନ୍ତ କରାଯାଇପାରିବ। ସମସ୍ତ ଦାୟୀ ଅଧିକାରୀ ଏବଂ ସଂସ୍ଥା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ଯାହା ଦ୍ଵାରା ଭବିଷ୍ୟତରେ ସ୍କୁଲ ପାଠ୍ୟପୁସ୍ତକ ପ୍ରସ୍ତୁତି ଏବଂ ମୁଦ୍ରଣରେ ଏପରି ବାରମ୍ବାର ଭୁଲ ପରିଚାଳନା ଏବଂ ଅବହେଳାର ପୁନରାବୃତ୍ତି ହେବନି । ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ହାଇକୋର୍ଟ ଜଜ ଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ପାଇଁ ଆଜି ଚିଠି ଲେଖି ମହାସଂଘ ଦାବୀ କରିଛି l
ବହି ବିଭ୍ରାଟର ହାଇକୋର୍ଟ ଜଜଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ହେଉ : ଓଡିଶା ଅଭିଭାବକ ମହାସଂଘ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବନ୍ୟା ଜଳ ପ୍ରବାହିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକ ପଣ୍ଡା।
ବାଲିଅନ୍ତା ୦୧/୦୮ ( ଗୋବର୍ଦ୍ଧନ ଦାସ):- ଏକମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୟା ନଦୀ ନିକଟସ୍ଥ ଲିଙ୍ଗି ପୁର ଅଞ୍ଚଳ ବୁଲି ବନ୍ୟା ଜଳ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା। ପରେ ନାଥପୁର, ନୂଆଗାଁ, ଢିଅପୁର , ଜୟପୁର,
ରାଜଧାନୀ ନିକଟସ୍ଥ ଦୟାନଦୀରେ ବନ୍ୟାଜଳ ପ୍ରଭାବିତ
ବାଲିଅନ୍ତା:୩୧/୦୭ (ଗୋବର୍ଦ୍ଧନ ଦାସ)- ରାଜଧାନୀ ନିକଟସ୍ଥ ଦୟାନଦୀରେ ଚଳିତ ବର୍ଷ ର ବନ୍ୟାଜଳ ପ୍ରଭାବିତ ଯୋଗୁଁ ନଈକୂଳ ବନ୍ଧକୁ ପାଣି ଲାଗିଛି । ନଦୀ ପଠାରେ ଥିବା ଇଟିପୁର ପଞ୍ଚାୟତ ର ଜୟପୁର ପାଟଣା ଗ୍ରାମ ଦେବତୀ ମା ନିସ୍ଥାରିଣୀ ମନ୍ଦିର
ଡ଼ିଏମ ସ୍କୁଲ ଛାତ୍ରୀମୃତ୍ୟୁ ଅବହେଳା ପାଇଁ ଦାୟୀ ବ୍ୟକ୍ତି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କଲା ଅଭିଭାବକ ମହାସଂଘ
ଭୁବନେଶ୍ୱର ତା 29 ରିଖ l ଭୁବନେଶ୍ୱର ଡି ଏମ ସ୍କୁଲ ଛାତ୍ରୀ ମୃତ୍ୟୁ ଭଳି ଦୁର୍ଭାଗ୍ୟଜନକ ଘଟଣା ବର୍ତମାନ ଅଭିଭାବକ ମାନଙ୍କ ମଧ୍ୟରେ ଏକ ହତାଶ ମନୋଭାବ ସୃଷ୍ଟି କରିଛି l ଡି ଏମ ସ୍କୁଲ ଭଳି କେନ୍ଦ୍ର ସରକାରଙ୍କ
ଆନ୍ଦୋଳନରତ ଆଦିବାସୀ ଛାତ୍ରୀ ହଷ୍ଟେଲ ମାଟ୍ରନଙ୍କ ଦାବୀ ତୁରନ୍ତ ପୂରଣ କର : ଓଡିଶା ଅଭିଭାବକ ମହାସଂଘ
ଭୁବନେଶ୍ୱର ତl 29 ରିଖ l ଆଦିବାସୀ ଛାତ୍ରୀଙ୍କ ମୁଖ୍ୟ ସ୍ରୋତ ରେ ସାମିଲ ଓ ଉପଯୁକ୍ତ ଶିକ୍ଷା ଗ୍ରହଣ ପାଇଁ ଉଦିଷ୍ଟ ଛାତ୍ରୀ ନିବାସରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ହଷ୍ଟେଲ ମlଟରନ ମାନେ ବର୍ତମାନ ଗାନ୍ଧୀ ମାର୍ଗ ରେ
‘ଦୂରଦର୍ଶୀ’ର ଅଷ୍ଟାଦଶ ସ୍ୱନକ୍ଷତ୍ର ସମାରୋହ-୨୦୨୬ ଓଡ଼ିଆ ଭାଷା ଆମ ପରିଚୟ
ଭୁବନେଶ୍ୱର,୨୯/୭: ମାସିକ ସମ୍ବାଦଭି ିକ ପତ୍ରିକା ‘ଦୂରଦର୍ଶୀ’ର ଅଷ୍ଟାଦଶ ସ୍ୱନକ୍ଷତ୍ର ଦିବସ ଅବସରରେ ଜୟଦେବ ଭବନରେ ଆୟୋଜିତ ସମାରୋହରେ ମୁଖ୍ୟଅତିଥି ଭାବେ ଜାତୀୟ ମାନବାଧିକାର କମିଶନର ସଦସ୍ୟ ଜଷ୍ଟିସ୍ ବିଦୁ୍ୟତ୍ ରଞ୍ଜନ ଷଡ଼ଙ୍ଗୀ ଯୋଗଦେଇ କହିଛନ୍ତି, ଓଡ଼ିଆ ଭାଷା ଆମ ପରିଚୟ
କୁନି ବୈଜ୍ଞାନିକ ବୃକ୍ଷର ଉପକାରିତା ବିଷୟରେ କହିଲେ ସରସ୍ଵତୀ ଶିଶୁ ମନ୍ଦିର ଶିଶୁମାନଙ୍କୁ
ବାଲିଅନ୍ତା/ ଭୁବନେଶ୍ୱର୨୯/୦୭:-ଦିନକୁ ଦିନ ରାଜଧାନୀରେ କଂକ୍ରିଟ ଜଙ୍ଗଲ ବୃଦ୍ଧି ପାଉଛି। ସୂର୍ଯ୍ୟଙ୍କ ଉତ୍ତାପ ସେହି ଅନୁସାରେ ଅସହ୍ୟ ହୋଇ ପ୍ରାଣୀ ଜଗତକୁ ଛିନଭିନ୍ କରି ଚାଲିଛି।ଖରା ବର୍ଷା ଦାଉରୁ ରକ୍ଷା କରୁଥିବା ବୃକ୍ଷ ସବୁ ସ୍ତରରେ ଛେଦନ ଚାଲିଛି। ପରିବେଶବିତ୍ ପରିବେଶକୁ
ନିଗମ କଳ୍ପତରୁ ଆଶ୍ରମରେ ପବିତ୍ର ଗୁରୁପୂର୍ଣ୍ଣିମା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ/ଗୁରୁଙ୍କ ବିକଳ୍ପ ନାହିଁ
ଭୁବନେଶ୍ୱର ତା 29/07/26 ସ୍ଥାନୀୟ ରୁଦ୍ରବିହାର ସ୍ଥିତ ନିଗମ କଳ୍ପତରୁ ଆଶ୍ରମ ଠାରେ ସଂସ୍କୃତି ପୁରୁଷ, ବିଶିଷ୍ଟ ଭାଷାପ୍ରାଣ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଦ୍ୱାରା ସଂଯୋଜନା ଓ ଆନନ୍ଦ ଚୈତନ୍ୟ ବ୍ରହ୍ମଚାରୀ ବାବାଙ୍କ ଦ୍ୱାରା ପରିଚାଳନାରେ ଅନୁଷ୍ଠିତ "ଗୁରୁପୂର୍ଣ୍ଣିମା ଉତ୍ସବ"
ଗୁରୁପୂର୍ଣ୍ଣିମା ଅବସରରେ —
ଅରବିନ୍ଦ ତ୍ରିପାଠୀଭଗବାନ ବିଷ୍ଣୁଙ୍କ ଅବତାର ବ୍ୟାସ ଦେବଙ୍କ ଭୂମିଷ୍ଠ ଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମା ରୂପେ ପାଳନ କରାଯାଇଥାଏ l ପୁରାଣ ଶାସ୍ତ୍ର ମାନଙ୍କରେ ଗୁରୁଙ୍କ ସ୍ଥାନ ସବୁଠାରୁ ଉଚ୍ଚରେ ଥିବା କୁହାଯାଇଛି l ଶ୍ରୀକୃଷ୍ଣଙ୍କ ଗୁରୁ ସନ୍ଦୀପନି, ପାଣ୍ଡଵ
“ମୋ ଗାଁ ମଶାଣି ମୋ ସ୍ୱର୍ଗଦ୍ୱାର”ର ବିକାଶମୂଳକ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ
ବାଲିଅନ୍ତା,୨୮|୭ (ଗୋବର୍ଦ୍ଧନ ଦାସ):ପ୍ରତାପଶାସନ ପଞ୍ଚାୟତ ରଥିଜେମା ସ୍ଥିତ କୁଆଖାଇ ନଦୀ ପଠାରେ କିଛି ଯୁବଗୋଷ୍ଠୀଙ୍କ ଦ୍ୱାରା ନିର୍ମାଣ ହୋଇଥିବା "ମୋ ଗାଁ ମଶାଣି ସ୍ୱର୍ଗଦ୍ୱାର"ର ଉନ୍ନୟନ ମୂଳକ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ l ଏହି ମଶାଣିଟି
ନୀଳାଦ୍ରି ବିଜେ ପରେ ପୁରୀ ବଡ଼ ଦାଣ୍ଡରେ ଆଞ୍ଚଳିକ ବିକାଶ ପରିଷଦର ସ୍ୱଚ୍ଛତା କାର୍ଯ୍ୟକ୍ରମ
ପୁରୀ/ବାଲିଅନ୍ତା ୨୭.୦୭ :-ରଥଯାତ୍ରା ଏବଂ ନୀଳାଦ୍ରି ବିଜେ ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ପରେ ପବିତ୍ର ଶ୍ରୀକ୍ଷେତ୍ର ପୁରୀର ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଗତକାଲି ପୁରୀ ବଡ଼ ଦାଣ୍ଡରେ ଏକ ସ୍ୱଚ୍ଛତା
ନିଶା ମୁକ୍ତ ଓଡ଼ିଶା ସଚେତନତା ସଚେତନ ଶିବିର ଅନୁଷ୍ଠିତ।
ବାଲିଅନ୍ତା୨୮/୦୭:- ନିଶା ଖାଇ ସଂସାର ଉଜୁଡାଇବାରେ ଲାଗିଛି। ସରକାର ମଦ କାରବାର ପାଇଁ ଓଡିଶାରେ ଚିନ୍ତନଶିଳ। ଅପର ପକ୍ଷରେ ଅର୍ଥ ଲାଳସାରେ ମଣିଷ ସବୁକିଛି କରିଚାଲିଛନ୍ତି।ନିଶା ଦେଇ ସହଜ ଉପାୟରେ ଅର୍ଥ ଉପାର୍ଜନ କରି ରାତି ପାହିଲେ ସକାଳେ କୋଟିପତି ଲକ୍ଷ୍ୟରେ
ବାଲିଅନ୍ତାର ଆରାଧ୍ୟପ୍ରଭୁ ନିକୁଞ୍ଜ ବିହାରୀଙ୍କ ମନ୍ଦିର ପ୍ରାଙ୍ଗଣରେ ୪ର୍ଥ ରସଗୋଲା ଦିବସ ପାଳିତ
ବାଲିଅନ୍ତା ୨୭/୭) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ 'ସମ୍ପର୍କ' ତରଫରୁ ବାଲିଅନ୍ତାର ଆରାଧ୍ୟ ଦେବତା ପ୍ରଭୁ ନିକୁଞ୍ଜ ବିହାରୀଙ୍କ ମନ୍ଦିର ପ୍ରାଙ୍ଗଣରେ ୪ର୍ଥ ରସଗୋଲା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ଗହଣରେ ଆୟୋଜିତ ଏହି ଉତ୍ସବର ପ୍ରାରମ୍ଭରେ ପ୍ରଭୁଙ୍କ ନିକଟରେ
ୟୁନିଟ ୫ ଜଗନ୍ନାଥ ମନ୍ଦିରରେ ନୀଳାଦ୍ରିନିଜେ l
ରତ୍ନବେଦୀକୁ ଫେରିଲେ ମହାବାହୁ ଭୁବନେଶ୍ୱର ତା 27 ରିଖ l ୟୁନିଟ ୫ ଜଗନ୍ନାଥ ମନ୍ଦିରରେ ନୀଳାଦ୍ରି ବିଜେ ନୀତି ସମ୍ପର୍ଣ ହୋଇଛି l ନୀଳାଦ୍ରି ବିଜେ ପହଣ୍ଡି ପୂର୍ବରୁ ରଥ ଉପରେ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ନୀତି ହୋଇଥିଲା l
ଓଡ଼ିଆ ଅସ୍ମିତାର ପରିଚୟ, ରସଗୋଲା।
ବାଲିଅନ୍ତା,୨୭/୭/୨୬(ଗୋବର୍ଦ୍ଧନ ଦାସ) : ପାହାଳ ମିଠା ଉଦ୍ୟୋଗୀ ଓ ପ୍ରସ୍ତୁତକାରୀ ସମିତି ପକ୍ଷରୁ ମହା ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ନୀଳାଦ୍ରି ବିଜୟ ଅବସରରେ ପାହାଳ ବଜାରଠାରେ ‘ରସଗୋଲା ଦିବସ’ ପାଳିତ ହୋଇଯାଇଛି। ପାହାଳ ରସଗୋଲା ବଜାର ସଭାପତି ଓ କର୍ମକର୍ତ୍ତାଙ୍କ ସହଯୋଗରେ
ଉଦ୍ୟୋଗୀଙ୍କ ସମ୍ମାନ, ସୁରକ୍ଷା, ସମୃଦ୍ଧି ଉପରେ କର୍ମଶାଳା
ଭୁବନେଶ୍ୱର ତା 26/07/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ମନୋଜ କୁମାର ବାରିକଙ୍କ ସଂଯୋଜନାରେ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l
ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ କାରଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି /ଶହୀଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ
ଭୁବନେଶ୍ୱର ତା 26/07/26 ସ୍ଥାନୀୟ ଖାରବେଳ ନଗର ସ୍ଥିତ ବୁଦ୍ଧମନ୍ଦିର ଫାଟକ ସମ୍ମୁଖରେ ସାମାଜିକ ଓ ଗଣମାଧ୍ୟମ ଅନୁଷ୍ଠାନ "ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ "ପକ୍ଷରୁ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ 27 ତମ କାରଗିଲ ବିଜୟ ଦିବସ ଅବସରରେ ଶହୀଦ
ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ (ODMM)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଭୁବନେଶ୍ୱରସ୍ଥିତ ରୋଟାରୀ ଭବନରେ ଅନୁଷ୍ଠିତ
ଭୁବନେଶ୍ୱର,(ଗୋବର୍ଦ୍ଧନ ଦାସ)୨୬ /୦୭: ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ (ODMM)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଭୁବନେଶ୍ୱରସ୍ଥିତ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଏହି ବୈଠକରେ ଯୋଗଦେଇ ସଂଗଠନର ସାଂଗଠନିକ
ପିତା ପୁତ୍ର ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ
ଚିଲିକା, ୨୭।୭: ବୋଲଗଡ଼ ବ୍ଲକ ର କବିତୀର୍ଥ ସାନପଦର ଗ୍ରାମ ର ସୁଯୋଗ୍ୟ ସନ୍ତାନ ବିଶିଷ୍ଟ ବ୍ୟାୟବିତ୍,ଲଢ଼ୁଆ ବ୍ୟକ୍ତିତ୍ଵ, ସମାଜସେବୀ ସ୍ବର୍ଗତ ନୃସିଂହ ଚରଣ ସ୍ୱାଇଁ ଓ ତାଙ୍କ ପୁତ୍ର ତଥା ସୀମା ସୁରକ୍ଷା ବଳ ର ବୀର ଯବାନ ସ୍ବର୍ଗତ
ଉନ୍ନତ ମାନର ଚିକିତ୍ସା ଚିକିତ୍ସାଳୟରେ ନାହିଁ, ସେବା ପ୍ରତିନିଧି
ବାଲିଅନ୍ତା 26/07:-ଯେଉଁ ସମୟରେ ଭୁବନେଶ୍ବର ବଣ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା ଜନ ସାଧାରଣ ଚିକିତ୍ସାଳୟ ଅଭାବରୁ ଚିକିତ୍ସାରୁ ବଞ୍ଚିତ ହେଉଥିଲେ , ସେହି ସମୟରେ ଭୁବନେଶ୍ବର ଓ ଏହାର ଆଖପାଖ ଚିନ୍ତାଶୀଳ ଜନନାୟକମାନଙ୍କ ଦ୍ଵାରା ୧୯୪୬ ମସିହାରେ ଜନ୍ମ ଲାଭ କଲା
ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମିତ୍ତ ଉତ୍କଳ ସ୍ୱାଭିମାନ ମଞ୍ଚ ଦ୍ୱାରା ସ୍ଥାନ ପରିଦର୍ଶନ |
ଚିଲିକା, ୨୬।୭: ରବିବାର ଦିନ ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ 5 ଟି ବିଦ୍ୟାଳୟରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମିତ୍ତ ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାଶ ଓ ସଭ୍ୟ ମାନଙ୍କ ସହ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁ ବିଦ୍ୟାଳୟକୁ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment