ଧଉଳି,୧୬|୫:ସାମ୍ପ୍ରତିକ ପରିସ୍ଥିତିରେ ପେଟ୍ରୋଲ ଓ ଡିଜେଲର ଅଭାବୀ ବିକ୍ରୀ ଯୋଗୁଁ ବିଭିନ୍ନ ଟାଙ୍କିରେ ଯାନବାହାନର ଲମ୍ବା ଲାଇନ ଲାଗିଛି l ଫଳରେ ପ୍ରଚଣ୍ଡ ଖରାରେ ବାଇକ ଚାଳକ ପେଟ୍ରୋଲ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି l

ଏହାକୁ ଦୃଷ୍ଟିରେ ରଖି ଆଜି କମିସନରେଟ ପୁଲିସ ଧଉଳି ଥାନା ପକ୍ଷରୁ ଥାନା ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ଏସ. ଆଇ ପ୍ରବୀର ଲେଙ୍କା, ମନ୍ମଥ ବେହେରା, ବିଭୁ ନାରାୟଣ ସାହୁ ପ୍ରମୁଖ ଥାନା କର୍ମଚାରୀ ବାଇକ ଚାଳକଙ୍କୁ ବିଭିନ୍ନ କମ୍ପାନୀର ଥଣ୍ଡା, ମିଠାଦହି ଏବଂ ପାଣି ବୋତଲ ପ୍ରଦାନ କରିଥିଲେ l ଥାନା ପୁଲିସର ଏଭଳି ମହାନ କାର୍ଯ୍ୟ ପାଇଁ ବାଇକ ଚାଳକ ମାନେ ପ୍ରଂଶସା କରିଥିଲେ l