ବୀର ଶହୀଦ୍ ରଘୁ- ଦିବାକର​ଆବାସ ସ୍ମୃତି

ଇଉନିଟ୍-୯ପି. ମୁ. ସ୍କୁଲ୍, ଭୁବନେଶ୍ୱର
​ଖ୍ୟାତ ରଣପୁର ପ୍ରଜା ଆନ୍ଦୋଳନ
ସ୍ମୃତି ଚମକାଇ ଦିଏ
ମହାନ ବିପ୍ଳବୀ ରଘୁ- ଦିବାକର
ଅମର ଶହୀଦ୍ ନୁହେଁ ॥୧॥
​‘ବାବୁଲି’ ଏକ ଅଖ୍ୟାତ ପଲ୍ଲୀରେ
ନଟ- ଲାବଣ୍ୟଙ୍କ କୋଳେ
ରଘୁନାଥ ବୀର ଜନ୍ମ ଲଭିଥିଲେ
ବିପ୍ଳବୀ କବି ସେ ଭଲେ ॥୨॥
​ରଚିତ ପୁସ୍ତକ ପ୍ରକାଶିତ କଲେ
ଅରୁଣୋଦୟ ପ୍ରେସରେ
ସ୍ଵାଧୀନତା ପାଇଁ ଚାଷୀ ଆନ୍ଦୋଳନ
ଜନ ସଚେତନ ଛନ୍ଦେ ॥୩॥
​ଅନନ୍ୟ ପୁରୁଷ ଦିବାକର ଭାଇ
ସାମିଲ ହେଲେ ସାଥୀରେ
‘ଗଡ଼ବାଣୀ କିଲୋ’ ପ୍ରଖ୍ୟାତି ଲଭିଲା
ହରି- ତାରାଙ୍କର କୋଳେ ॥୪॥
​ରାଜା କୃଷ୍ଣଚନ୍ଦ୍ର ପକ୍ଷପାତ ରୋଗୀ
ଶାସନ ଦୁର୍ବଳ କଲେ
ଦେୱାନ ଅମଲା ଜଗନ୍ନାଥ ବାବୁ
ଅସଦ ଶାସନ କଲେ ॥୫॥
​ବେଠୀ, ଭେଟି ଆଉ ବେଗାରୀ, ସଲାମୀ
ଜାସଦର ପ୍ରଥା ବଳେ
ପ୍ରଜାଙ୍କ ଅବସ୍ଥା ଶୋଚନୀୟ ହେଲା
ଅହେତୁକ କର ଦେଲେ ॥୬॥
​ରଣପୁର କୋଳେ ଜଘନ୍ୟ ପରପା
ନରବଳୀ ମଣିଷର
ମାୟା ମଣିନାଗ ଅଧିଷ୍ଠାତ୍ରୀ ଦେବୀ
ନିକଟେ ପୂଜା ସମ୍ଭାର ॥୭॥
​ଅନ୍ୟାୟେ ଶୋଷଣ ଆଉ ଅତ୍ୟାଚାର
କ୍ରମେ ହେଲା ସୀମାପାର
ରଣପୁର ବାସୀ ଆଶ୍ରୟ ଲୋଢ଼ିଲେ
ବୀର- ରଘୁ- ଦିବାକର ॥୮॥
​ହରେକୃଷ୍ଣ ସାଥେ ନବକୃଷ୍ଣଙ୍କର
ସହଯୋଗ ମିଳିଥିଲା
ପ୍ରଜା ଆନ୍ଦୋଳନ ତୀବ୍ର ଆକାର
ରାଜାଙ୍କ ବିରୁଦ୍ଧେ ଗଲା ॥୯॥
​ରାଜା ସେ ଲୋଢ଼ିଲେ ବେଜେଲ୍ ଗେଟ୍‌ଙ୍କୁ
ଏଜେଣ୍ଟ ପଲିଟିକାଲ
ଉପସ୍ଥିତ ତାଙ୍କ ଉତ୍ୟକ୍ତ କରିଲା
ପ୍ରଜାମଣ୍ଡଳ ସମ୍ବଳ ॥୧୦॥
​ଆତ୍ମରକ୍ଷା ପାଇଁ ବେଜେଲ୍ ଗେଟ୍‌ ଯୋ
ଗୁଳି ଚାଳନା କରିଲେ
ପ୍ରଜା ମଣ୍ଡଳର କର୍ମୀ ରାଉ କିଛି
ଜୀବନ ସମର୍ପି ଦେଲେ ॥୧୧॥
​ଉତ୍ତେଜନା ତାହୁଁ ଧାରଣ କରିଲା
ଜନ ସାଧାରଣ ସ୍ଵରେ
ବେଜେଲ୍ ଗେଟ୍‌ଙ୍କ ଜୀବନ ଯେ’ ଗଲା
ତେନ୍ତୁଲୀ ପ୍ରହାରେ ମଥରେ ॥୧୨॥
​ପୋଲିସ୍ କାଗଜ ଦାୟୀ କରାଇଲା
ବୀର ରଘୁ ଦିବାକରେ
ନିର୍ମମ ଇଂରେଜ ଫାଶୀ ଆଦେଶିଲେ
ଭାଗଲପୁର ଜେଲରେ ॥୧୩॥
​ଆଜି ସେହି ଦିନ ଆତ୍ମବଳୀ ଦେଇ
ଦୁଇ ଭାଇ ଦେଶପ୍ରେମୀ
ଚିରକାଳ ପାଇଁ ଅମର ହୋଇଲେ
ଅମ୍ଳାନ ଉଜ୍ଜ୍ଵଳ ଭୂମି ॥୧୪॥
​ପୁଣ୍ୟ ବଳିଦାନ ଦିବସରେ ଆଜି
ଆମେ ଏହି ଅବସରେ
କୋଟି ପ୍ରଣିପାତ ଅଳ୍ପଅଳ୍ପ ସର୍ବେ
ତାଙ୍କରି ଚରଣ ତଳେ ॥୧୫॥
​କାମଦେବ ମହାପାତ୍ର ରାଜ୍ୟପାଳ ପୁରସ୍କୃତ ସେବାନିବୃତ୍ତ ଶିକ୍ଷକ,
ବୈଦେଶ୍ଵର, କଟକ
ଦୂରଭାଷ- ୯୧୭୮୧୪୭୨୦୦

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page