ଭୁବନେଶ୍ଵରକୁ ଜିଲ୍ଲା ମାନ୍ୟତା ପାଇଁ ଦାବି

ବାଲିଅନ୍ତା,୨୦।୫ (ଗୋବର୍ଦ୍ଧନ ଦାସ): ଭୁବନେଶ୍ଵରକୁ ଜିଲ୍ଲା ମାନ୍ୟତା ଦାବିରେ ଜୟଦେବ ଓକିଲ ସଂଘ ପକ୍ଷରୁ ଭୁବନପୁର ମା’ଉତ୍ତରମୁଖୀ ପୀଠରେ ବୁଧବାର ଦିନ ସଂଘର ସଭାପତି ବିଭୂତିଭୂଷଣ ମର୍ଦ୍ଦରାଜ ରାୟ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜୟଦେବ ନିର୍ବାଚନମଣ୍ଡଳୀର ଓକିଲ ଭାଇମାନେ ଯୋଗ ଦେଇ ଆଗାମୀଦିନରେ କିପରି ଭୁବନେଶ୍ଵରକୁ ଜିଲ୍ଲାମାନ୍ୟତା ମିଳିବ ଏ ନେଇ ଏକ କମିଟି ଗଠନ କରାଯାଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ବାର ଆସୋସିଏସନର ସଭାପତି ଅଶୋକ ଛୋଟରାୟ, ସମ୍ପାଦକ ସୁମନ ରାଉତରାୟ ଓ ବାଲିଅନ୍ତା ସରପଞ୍ଚ କୃଷ୍ଣକେଶବ ଆପଟ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ପରେ ନିର୍ବାଚନମଣ୍ଡଳୀରେ ଜଣେ ପୁଲିସ କର୍ମଚାରୀ ପିଟିପିଟି ମାରିବା ଘଟଣାକୁ ନିନ୍ଦା କରିଥିଲେ। ଆଗାମୀ ଦିନରେ ଅଞ୍ଚଳରେ ଆଇନଶୃଙ୍ଖଳା ମଜବୁଦ କରିବାକୁ ପରାମର୍ଶ ଦେଇଥିଲେ। ନିର୍ବାଚନମଣ୍ଡଳୀରେ ଆଇନଶୃଙ୍ଖଳାକୁ ସଠିକ ନିୟନ୍ତ୍ରଣ କରିବା ଲାଗି ବାଳକାଟୀ ଓ ବନମାଳୀପୁର ଫାଣ୍ଡି ଥାନାରେ ପରିଣତ କରିବା ଲାଗି ପୁଲିସ ଆୟୁକ୍ତ ଓ ସରକାରଙ୍କୁ ଲିଖିତଭାବେ ଦାବି ହୋଇଛି। ଏହି କାର୍ଯ୍ୟକ୍ରମରେ ଓକିଲସଂଘ ର ଉପସଭାପତି ଚିତ୍ତରଞ୍ଜନ ରାୟ, ଉପଦେଷ୍ଟା ବିନୋଦ କୁମାର ସାହୁ, ଦିଲ୍ଲୀପ କୁମାର ଓଝା,ତ୍ରୈଲୋକ୍ୟ ମଙ୍ଗରାଜ, ରମାକାନ୍ତ ରାଉତରାୟ,ତାପସ ଦାଶ, ରଶ୍ମିରଞ୍ଜନ ମହାନ୍ତି ସମେତ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page