ତଳ ତଳିଆଙ୍କୁ ସସ୍ପେଣ୍ଡ ପର୍ଯ୍ୟାପ୍ତ ନୁହେଁ,ନ୍ୟାୟିକ ତଦନ୍ତ ହେଲେ ବଡବଡିଆ ଦଣ୍ଡିତ ହେବେ : ଓଡିଶା ଅଭିଭାବକ ମହାସଂଘ
ଭୁବନେଶ୍ୱର ତା 26ରିଖ l ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଅସଂଖ୍ୟ ତ୍ରୁଟି ଭଳି ଅସମ୍ବେଦନଶୀଳ ଓ ଅତ୍ୟନ୍ତ ଦାୟିତ୍ୱହୀନ ଘଟଣା ବର୍ତମାନ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟକୁ ନିନ୍ଦିତ କରି ଚାଲିଛି l ମୁଖ୍ୟମନ୍ତ୍ରୀ ଆଜି ପୂର୍ବତନ ନିର୍ଦେଶକ ଓ କିଛି ତଳିଆ ଅଧିକାରୀଙ୍କୁ ସସ୍ପେଣ୍ଡ କରି ମାମଲା କୁ ପ୍ରଶମିତ କରି ବାକୁ ଚେଷ୍ଟl କରିଛନ୍ତି l ପ୍ରକୃତରେ ଏହି ଅକ୍ଷମଣୀୟ ଘଟଣାରେ ମନ୍ତ୍ରୀ ଓ ସଚିବ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛି ଓଡ଼ିଶା ଅଭିଭାବକ ମହାସଂଘ l ନ୍ୟାୟିକ ତଦନ୍ତ ହେଲେ ସବୁ ସତ୍ୟ ସାମ୍ନାକୁ ଆସିବ l ପୂର୍ବରୁ ମହାସଂଘ ଏ ସଂକ୍ରାନ୍ତରେ ସବିଶେଷ ତଦନ୍ତ ଓ ଅନୁଧ୍ୟାନ କରିବାରେ ଜାଣିଲା ଯେ ସ୍କୁଲ ପାଠ୍ୟପୁସ୍ତକ ମୁଦ୍ରଣ ଏବଂ ଗୁଣବତ୍ତା ସମ୍ବନ୍ଧୀୟ ଗମ୍ଭୀର ପ୍ରସଙ୍ଗ କୁ ଅତ୍ୟନ୍ତ ଖାମ ଖିଆଲି ଭାବ ରେ l SCERT ଶିକ୍ଷାଦାନ-ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପାଇଁ ଅନଭିଜ୍ଞ ବ୍ୟକ୍ତିଙ୍କୁ ନିଯୁକ୍ତ ନେଇ ଗୁରୁତର ତ୍ରୁଟି ଏବଂ ପାଠ୍ୟପୁସ୍ତକ ପ୍ରକାଶନକୁ ଯେଉଁଭଳି ଭାବରେ ପରିଚାଳନା କରିଛି ତାହା ଅତ୍ୟନ୍ତ ଦାୟିତ୍ୱ ହୀନ ଭାବେ ହୋଇଛି । ବିଷୟବସ୍ତୁ ଲିଖନ ଏବଂ ପ୍ରୁଫ୍-ରିଡିଂ ବା ତ୍ରୁଟି ସଂଶୋଧନ ପାଇଁ ଗଠିତ କମିଟି ଅନଭିଜ୍ଞ,ଓ ଅଯୋଗ୍ୟ । ଏହି ଘଟଣା ଅତ୍ୟନ୍ତ ମାରାତ୍ମକ,ଗୁରୁତର ଅପରାଧ l ଅସଂଖ୍ୟ ତ୍ରୁଟି ଓଡ଼ିଶା ଶିକ୍ଷା ବ୍ୟବସ୍ଥାର ଇତିହାସରେ ଏକ କଳା ଅଧ୍ୟାୟ ପାଲଟିଛି l ଯେହେତୁ ବହି ଛପି ପୁଣି ପ୍ରତି ସ୍କୁଲ କୁ ଯୋଗାଇବାକୁ ଅନେକ ଦିନ ସମୟ ଲାଗିବ ଏବଂ ପିଲାଙ୍କ ପାଠ ପଢା ବ୍ୟାଘାତ ହେବ l ଯେତିକି ନିନ୍ଦିତ ହେଲେଣି ଆଉ ତାକୁ ନ ବଢ଼ାଇ ଏବର୍ଷ ସେହି ପୁରୁଣା ବହିରେ ପାଠ ପଢlନ୍ତୁ l ଆସନ୍ତା ବର୍ଷ କୁ ନିର୍ବୁଲ ବହିରେ ପାଠ ପଢ଼ାଯିବl ଆବଶ୍ୟକ ବୋଲି ଅଭିଭାବକ ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି l