ଭୁଲ ବହି ତୁରନ୍ତ ପ୍ରତ୍ୟାହାର,ବହି ପ୍ରସ୍ତୁତ ଖର୍ଚ୍ଚର ସଠିକ ହିସାବ ,ଟେକ୍ସଟ ବୁକ ବ୍ୟୁରୋ କେଳେଙ୍କାରୀର ସ୍ପଷ୍ଟୀକରଣ ଦିଅ : ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର ତା 30 ରିଖ l ମାନ୍ୟବର ମୁଖ୍ୟମନ୍ତ୍ରୀ ବହି ବିଭ୍ରାଟ ଷଡ଼ଯନ୍ତ୍ର ବିଷୟରେ କହିଛନ୍ତି l ଏହି ଷଡ଼ଯନ୍ତ୍ରର ଏକ ମୁଖ୍ୟ  ଉତ୍ସ ହେଉଛି ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରସ୍ତୁତି ଏବଂ ଉତ୍ପାଦନ ବ୍ୟୁରୋ ବୋଲି ଅଭିଭାବକ ମହାସଙ୍ଘ ଅନ୍ୱେଷଣ କରି ଜାଣିବାକୁ ପାଇଛି । ତତ୍କାଳୀନ ନିର୍ଦେଶକ ମନୋଜ ପାଢ଼ୀ ଏହି ସଂସ୍ଥା କୁ ପ୍ରାୟ ୭ କୋଟି ଟଙ୍କା ମୂଲ୍ୟରେ ଟେଣ୍ଡର ଦେଇଛନ୍ତି l ଯେଉଁଠାରେ ପ୍ରାୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ ଅଣ୍ଡର ଟେବୁଲ କିକ୍ ବ୍ୟାକ୍ ହୋଇଛି । ପ୍ରାଥମିକ ଶିକ୍ଷା ପାଠ୍ୟ ପୁସ୍ତକ ପ୍ରସ୍ତୁତ କାର୍ଯ୍ୟ ତାଙ୍କର ନୁହେଁ l ତେଣୁ ବ୍ୟୁରୋର ଭୂମିକା ସନ୍ଦେହ କୁ ଆସୁଛି l ପ୍ରାଥମିକ ଶିକ୍ଷା ବହି ଅର୍ଥାତ ପ୍ରଥମେ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହି ପ୍ରସ୍ତୁତ କାର୍ଯ୍ୟ ମୂଳତଃ  ଟେକ୍ସଟ ବୁକ ପ୍ରିପରେସନ ଆଣ୍ଡ ମାର୍କେଟିଙ୍ଗ ସଂସ୍ଥା କରିଥାଏ l  ଏସ ସି ଇ ଆର ଟି ର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢୀ TBB ସହିତ କାହିଁକି ଓ କେଉଁ ଉଦ୍ୟେଶ ରଖି ଚୁକ୍ତି  କରିଥିଲେ ସେ ସଂକ୍ରାନ୍ତରେ ସ୍ପଷ୍ଟତା ଆସିଲେ ସବୁ ସତ୍ୟ ପଦାକୁ ଆସିବ ବୋଲି ମହାସଂଘ ସଭାପତି ବାସୁଦେବ ଭଟ୍ଟ କହିଛନ୍ତି l କାହା ପ୍ରରୋଚନାରେ, ଆଶୀର୍ବାଦ ଓ ଛତ୍ର ଛାୟା ତାଳେ ରହି ମନୋଜ ପାଢି ଏ ନିଷ୍ପତି ନେଇ ଷଡଯନ୍ତ୍ର କଲେ ତାହା ପଦାକୁ ଆସିବା ଦରକାର ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କିଏ ସମର୍ଥନ କରିଥିଲେ ତାହା ବିଚାର ବିଭାଗୀୟ ତଦନ୍ତ ହେଲେ ପର୍ଦାଫାଶ ହୋଇଯିବ l ଗତକାଲି ମହାସଂଘର ଗଣଶିକ୍ଷା  ସଚିବ ଡଃ ତିରୁମଲା ନାୟକ ଏବଂ ଓସେପା ନିର୍ଦ୍ଦେଶକ ଅନନ୍ୟା ଦାସଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏ ପୁସ୍ତକ ମୁଦ୍ରଣ ରେ ପାଠ୍ୟପୁସ୍ତକ ବ୍ୟୁରୋର ଭୂମିକା ଏବଂ ସମଗ୍ର ବଜେଟ୍ ଖର୍ଚ୍ଚ ବିଷୟରେ ଆଲୋଚନା କରାଯାଇଥିଲା। ଓସେପା କୁ ସପୂର୍ଣ୍ଣ ଖର୍ଚ୍ଚ ର ବଜେଟ୍ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଆନୁମାନିକ ବଜେଟ୍ ୧୮୦ କୋଟି ଟଙ୍କାରୁ ଉର୍ଦ୍ଧ ହୋଇପାରେ ବୋଲି ଆଲୋଚନାରୁ ସୂଚନା ମିଳୁଥିଲା l ଏଥି ସହିତ ଭୁଲ୍ ପୁସ୍ତକ ପ୍ରତ୍ୟାହାର ଏବଂ ଟାଇପିଂ, ତ୍ରୁଟି ସଂଶୋଧନ, ମନିଟରିଂ ଆଦିରେ ସମ୍ପୃକ୍ତ କମିଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଥିଲା। ଅବହେଳା ପାଇଁ ସମ୍ପୃକ୍ତ କମିଟି ସଦସ୍ୟମାନଙ୍କୁ ଗିରଫ ପାଇଁ ମହାସଂଘ ଦାବୀ କରିଥିଲା l ସସ୍ପେଣ୍ଡ ହୋଇଥିବା ଅଧିକାରୀମାନଙ୍କୁ ମଧ୍ୟ ଗିରଫ କରାଯିବl ଉଚିତ । ସମୁଦାୟ ବହି ପ୍ରସ୍ତୁତ ଓ ଯୋଗାଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ସମ୍ପର୍କରେ ସରକାର ସ୍ପଷ୍ଟତା ଆଣନ୍ତୁ l କାରଣ 55 ଖଣ୍ଡ ବହି ପ୍ରସ୍ତୁତ ସହ ଯୋଗାଣ ରେ ଅନ୍ତତଃ ଦୁଇ ଶହ କୋଟି ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଥିବା ଆକଳନରୁ ଜଣା ପଡୁଛି l ସବୁ ପରେ ବି  ନିର୍ଭୁଲ ବହିରେ ପିଲାଙ୍କ ପାଠ ପଢା ଗୁରୁତ୍ୱପୂର୍ଣ l ତେଣୁ ହଜାର ହଜାର ତ୍ରୁଟି ଥିବା ଭୁଲ ବହିରେ ପାଠ ପଢ଼ାଇବା ହାସ୍ୟାସ୍ପଦ ଓ ନିନ୍ଦନୀୟ l ତୁରନ୍ତ ପ୍ରତ୍ୟାହାର କରି ଏ ବର୍ଷ ପୁରୁଣା ବହିରେ ପାଠ ପଢାଇବାକୁ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page