ଚିଲିକା,୨୬ ।୬:ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ବାଣପୁର ବ୍ଲକ ମଙ୍ଗରାଜପୁର ଗ୍ରାମ ଠାରେ ଶ୍ରୀ ଶ୍ରୀ ଗତିଶ୍ୱର ଦେବ ନାଟ୍ୟ ସଂସଦ ଆନୁକୂଲ୍ୟରେ ସାମାଜିକ ନାଟକ ‘ଏ ମନ କାଶୀ ବୃନ୍ଦାବନ ‘ ମଞ୍ଚସ୍ଥ ହୋଇଯାଇଅଛି। ଉକ୍ତ ନାଟକକୁ ଉଦ୍ଘାଟନ କରିଥିଲେ ବାଣପୁର ବ୍ଳକର ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ। ସମ୍ମାନୀତ ଅତିଥି ଭାବେ ନନ୍ଦପୁର ପଞ୍ଚାୟତର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ସମାଜସେବୀ ସନ୍ତୋଷ ପାଇକରାୟ, ପ୍ରଦୀପ ରାଉଳ ଓ ସିଲୁ ପଲେଇ ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।

ନାଟ୍ୟକାର ନିହାର ରଞ୍ଜନ ସାମନ୍ତରାଙ୍କ ରଚିତ ଓ ଗୁରୁଶ୍ରୀ ପର୍ଶୁରାମ ସାହୁଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ମଙ୍ଗରାଜପୁରର କଳାକାର ମାନଙ୍କୁ ନେଇ ଉକ୍ତ ନାଟକ ମଞ୍ଚସ୍ଥ ହୋଇଥିଲା । ବିଭିନ୍ନ ଭୂମିକାରେ ଜକିଶୋର ପଣ୍ଡା, ଅରୁଣା କୁମାର ପଣ୍ଡା, ସୌମିତ୍ରୀ ପାଢ଼ୀ, ପ୍ରକାଶ କୁମାର ପାଢୀ, ଦୀପକ ପଣ୍ଡା, ଅଭିମନ୍ୟୁ ରାଉତ, ଟୁକୁ ପଣ୍ଡା, ଦୀପୁନ୍ ସାହୁ , ଅଶୋକ ପାଢ଼ୀ,ବିମଳ ପଣ୍ଡା ,ପୁପୁନ୍ ସାହୁ ଓ ଲିଙ୍କନ ପଣ୍ଡା ପ୍ରମୁଖ ଅଭିନୟ କରିଥିଲେ ।କଳାକାର ମାନଙ୍କ ନିଖୁଣ ଅଭିନୟ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା। ତ୍ରିନାଥ ପଣ୍ଡା ଓ ବବୁଲ ପାଣିଗ୍ରାହୀଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରି ଥିଲା। ଗ୍ରାମବାସୀଙ୍କ ସମ୍ପୂର୍ଣ ସହଯୋଗରେ ନାଟକ ପରିବେଷଣ କରାଯାଇଥିଲା ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି