ମହାନଦୀ ବଞ୍ଚାଓ ଆନ୍ଦୋଳନ

*ମେ 2 ତାରିଖରେ ମହାନଦୀ ଟ୍ରିବୁନାଲ ଶୁଣାଣି ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେବ ବିକ୍ଷୋଭ
*ଅନ୍ତରିଣ ରାୟ ପାଇଁ ଦାବି *ଛତିଶଗଡ଼ କୁ ମହାନଦୀ ପାଣି କୁ ନ ଅଟକାଇବାକୁ ତାଗିଦ ଜରନ୍ତୁ ଟ୍ରିବୁନାଲ
*ଝାରସୁଗୁଡା, ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ, କଟକ, ସାଲେପୁର, କାକଟପୁର ଇତ୍ୟାଦି ବିଭିନ୍ନ ସ୍ଥାନରେ ଆୟୋଜିତ ହେବ ଆନ୍ଦୋଳନ

ଭୁବନେଶ୍ୱର ତା 30 l 4 l ଆସନ୍ତା ମେ 2 ତାରିଖରେ ମହାନଦୀ ଟ୍ରିବୁନାଲର ଶୁଣାଣି ହେବ l ଗତ 20 ତାରିଖରେ ଟ୍ରିବୁନାଲର ନିର୍ଦେଶ ପ୍ରରିପ୍ରେକ୍ଷୀରେ ଏହି ଶୁଣାଣି ବେଶ ଗୁରୁତ୍ୱପୂର୍ଣ ମନେ ହୁଏ l 8 ଵର୍ଷ ଭିତରେ ଟ୍ରିବୁନାଲ ପାଖରେ ଉଭୟ ଓଡିଶା ଓ ଛତିଶଗଡ଼ ମହାନଦୀରେ କେତେ ପାଣି ଉପଲବ୍ଧ ବା ସଂରକ୍ଷିତ ହୁଏ, ତାର ତଥ୍ୟ ଦାଖଲ ନ କରିବା ଚିନ୍ତାର ବିଷୟ ଯେଉଁଥିପାଇଁ ଟ୍ରିବୁନାଲ ଅସନ୍ତୋଷ ପ୍ରକାଶ କରିଥିଲେ l ଏହା ଅକ୍ଷମଣୀୟ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ କୁହା ଯାଇଛି l ଅଣ ମୌସୁମୀ ସମୟରେ ମହାନଦୀରେ ଉତ୍କଟ ଜଳ ସଙ୍କଟ ଦେଖା ଦେଉଛି l ଜଳ ସେଚନ ଓ ପିଇବା ପାଣି ପାଇଁ ଓଡିଶା ଦୁର୍ଦଶା ର ଶିକାର ହେଉଛି l ମାଛ ମାରି ଜୀବିକା ନିର୍ବାହ କରୁଥିବା ଧୀବାର ସମ୍ପ୍ରଦାୟ ଆଜି ଦାଦନ ଯିବାକୁ ବାହାରିଲେଣି l ଉପକୂଳ ଅଂଚଳରେ ମହାନଦୀର ସମସ୍ତ ଶାଖା ନଦୀ ଗୁଡିକ ମୃତ ପ୍ରାୟ ହୋଇ ଗଲାଣି l ମହାନଦୀରେ ଛତିଶଗଡ଼ ନିର୍ମାଣ କରିଥିବା କଲମା ବ୍ୟାରେଜ ର ସମସ୍ତ ଗେଟ ବନ୍ଦ ହେବା ଫଳରେ ମହାନଦୀରେ ଆଉ ପାଣି ହୀରାକୁଦକୁ ଆସୁନାହିଁ l ଅଣ ମୌସୁମୀ ସମୟରେ ମହାନଦୀରେ ଓଡିଶା ପାଇଁ 1.74 ଏକର ଫୁଟ ପାଣି ଆବଶ୍ୟକ ଏବଂ ସେଥିପାଇଁ ଟ୍ରିବୁନାଲ ଏକ ଆନ୍ତରୀଣ ରାୟ ଦିଅନ୍ତୁ ବୋଲି ଓଡିଶା ଟ୍ରିବୁନାଲ ପାଖରେ ଦାବି କରି ଆସୁଛି l ମାତ୍ର 8 ଵର୍ଷ ଭିତରେ ଏଥିପ୍ରତି କର୍ଣ୍ଣପାତ କରି ନାହାନ୍ତି l ଏହାକୁ ଓଡିଶା ଗ୍ରହଣ କରି ପାରୁନାହିଁ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଆବାହକ ଶ୍ରୀ ସୁଦର୍ଶନ ଦାସ କହିଛନ୍ତି l ଟ୍ରିବୁନାଲ ତୁରନ୍ତ ଏକ ଆନ୍ତରୀଣ ରାୟ ଦେବା , କଲମା ବ୍ୟାରେଜରୁ ପାଣି ଛାଡିବାକୁ ଛତିଶଗଡ଼କୁ ନିର୍ଦେଶ ତଥା ଜଳ ବିବାଦର ତୁରନ୍ତ ସମାଧାନ କରି ଚୂଡାନ୍ତ ରାୟ ଦେବା ଦାବିରେ ରାଜ୍ୟର ଝାରସୁଗୁଡା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଆଠମଲ୍ଲିକ, କଟକ, ସାଲେପୁର, କାକଟପୁର ଇତ୍ୟାଦି ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ଆନ୍ଦୋଳନ ହେବ ବୋଲି ମୁଖପାତ୍ର ପ୍ରସନ୍ନ ବିଷୋୟୀ କହିଛନ୍ତି l ଏହାକୁ ସଫଳ କରିବା ପାଇଁ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଶ୍ରୀ ସୁଦର୍ଶନଙ୍କ ସମେତ ବାସୁଦେବ ଭଟ୍ଟ, ବିଜୟ ପ୍ରଧାନ, ସଚ୍ଚିକାନ୍ତ ପ୍ରଧାନ, ପ୍ରକାଶ ରଥ, ପ୍ରସନ ବିଶୋଇ, ପ୍ରଭାସିନୀ ରାଉତ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page