ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବ ଥିଲେ ଅତୁଳନୀୟ ପ୍ରତିଭାର ଅଧିକାରୀ

ଭୁବନେଶ୍ୱର ତା 26/04/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ,ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ତଥା ବିଭିନ୍ନ ସାଂସ୍କୃତିକ ସଂଗଠନ ମାନଙ୍କ ପକ୍ଷରୁ ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ 135 ତମ ଜୟନ୍ତୀ ଓ ସ୍ମୃତିଚାରଣ ଦିବସ ଅନୁଷ୍ଠିତ ଏଜି ଛକ ନିକଟ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପ ମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନା ଓ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି lକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ମାନ୍ୟବର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ, ଶିକ୍ଷାବିତ ନିରଞ୍ଜନ ପଣ୍ଡା, ଭାଷାପ୍ରାଣ ଅଦୈତ ପାତ୍ର, ମନୋରଞ୍ଜନ ମହାନ୍ତି, ଶିକ୍ଷାବିତ କାମଦେବ ମହାପାତ୍ର, ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଧେଶକ ସୁଚେତା ପ୍ରିୟଦର୍ଶିନୀ, ସତ୍ୟବ୍ରତ ରାଉତ, ରାଜ କିଶୋର ପାଣିଗ୍ରାହୀ, ଦିଲ୍ଲୀପ ଦାସ ଶର୍ମାଙ୍କ ସମେତ ପୁଜ୍ୟପୂଜା ପ୍ରାଣ ବ୍ୟକ୍ତିତ୍ୱ ମାନେ ଉପସ୍ଥିତ ରହିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

ସ୍ୱତନ୍ତ୍ର ଓଡିଶା ପ୍ରଦେଶର ପ୍ରମୁଖ କର୍ଣ୍ଣଧାର, ଭାଷା ସାହିତ୍ୟ, ସଂସ୍କୃତି ତଥା ସାଧାରଣ ଜନତାଙ୍କ ପାଇଁ ତାଙ୍କ କାର୍ଯ୍ୟକ୍ରମ ଅବିସ୍ମରଣୀୟ ଥିଲା ବୋଲି କହିବା ସହ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ବହୁମୁଖୀ ପ୍ରତିଭା, ପ୍ରଜାମାନଙ୍କ ପାଇଁ ବହୁ ଜନ ହିତକର କାର୍ଯ୍ୟ,ଛାତ୍ରାଵାସ ନିର୍ମାଣ,ପୂର୍ଵ ପୁରୁଷଙ୍କ ନିର୍ମିତ କୀର୍ତ୍ତି ମାଳାର ଉନ୍ନତି,ଶିକ୍ଷାନୁଷ୍ଠାନ ନିର୍ମାଣ ସହିତ ଓଡ଼ିଆ ଭାଷା ସାହିତ୍ୟ,ସଂସ୍କୃତି ପାଇଁ ତାଙ୍କ ଅତୁଳନୀୟ ଅବଦାନ ବୋଲି ମାନ୍ୟବର ବାଚସ୍ପତିଙ୍କ ସମେତ ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ l ପିଲା ମାନଙ୍କ ଦ୍ୱାରା “ବନ୍ଦେ ଉତ୍କଳ ଜନନୀ “ଗାନ କରାଯିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ଆଜିର ପୀଢ଼ି ହୁଅନ୍ତୁ ବୋଲି କୁହାଯାଇଥିଲା l କାର୍ଯ୍ୟକ୍ରମକୁ ମୁଖ ପାତ୍ର ଅରବିନ୍ଦ ତ୍ରିପାଠୀ,ଭାଷା ପ୍ରାଣ ବିଜୟ ପରିଡା,ସଂଯୋଜକ ବାପୁ ଓଝା,ନିରଞ୍ଜନ ସାହୁ,ନରେନ ସାହୁ,ଗିରିଜା ମହାପାତ୍ର, ସାଧୁ ଚରଣ ବେହେରା, ଅମିତ ପାଲ ସିଂ ପ୍ରମୁଖ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page