“ମୋ ଗାଁ ମଶାଣି ମୋ ସ୍ୱର୍ଗଦ୍ୱାର”ର ବିକାଶମୂଳକ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ

ବାଲିଅନ୍ତା,୨୮|୭ (ଗୋବର୍ଦ୍ଧନ ଦାସ):ପ୍ରତାପଶାସନ ପଞ୍ଚାୟତ ରଥିଜେମା ସ୍ଥିତ କୁଆଖାଇ ନଦୀ ପଠାରେ କିଛି ଯୁବଗୋଷ୍ଠୀଙ୍କ ଦ୍ୱାରା ନିର୍ମାଣ ହୋଇଥିବା “ମୋ ଗାଁ ମଶାଣି ସ୍ୱର୍ଗଦ୍ୱାର”ର ଉନ୍ନୟନ ମୂଳକ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ l ଏହି ମଶାଣିଟି ପୂର୍ବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଙ୍କ ଦ୍ୱାରା ଗଠିତ ଏକ ସାମାଜିକ ଅନୁଷ୍ଠାନ “ସକାଳର ସ୍ୱଚ୍ଛତା” ପରିବାର ପକ୍ଷରୁ ଏହି ମଶାଣିଟି ପୁନଃଜନ୍ମ ପାଇଥିଲା l ସମସ୍ତେ ମିଶି ଏହି ମଶାଣିକୁ ସ୍ୱର୍ଗଦ୍ୱାରରେ ପରିଣତ କରିଥିଲେ l ଯାହାକି ଆଖପାଖ ଅଞ୍ଚଳରେ ଏକ ପରେ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡିଶା(ବିଜିବିଓ) ଯୋଜନାରେ ୮ ଲକ୍ଷ ବିନିମୟରେ ଏହାକୁ ଅଧିକ ସୌନ୍ଦର୍ଯ୍ୟକରଣ କରାଯାଇଛି l ଏହି ମଶାଣିର ଉନ୍ନତୀକରଣ କାର୍ଯ୍ୟ ଦେଖିଲେ ସ୍ୱର୍ଗଦ୍ୱାର ଠୁ ବି କମ ନୁହେଁ l ଏହାର ପରିସରରେ ବିଭିନ୍ନ ପ୍ରକାର ଫଳ, ଫୁଲ ଗଛର ଚାରାରୋପଣ କରିବା ସହ ଚାରିପଟେ ତାର ବାଡ଼ ବୁଲାଯାଇଛି l ଏଥିସହ ମଶାଣିକୁ ଶବଦାହ ନିମନ୍ତେ ଆସୁଥିବା ସମ୍ପର୍କୀୟ ମାନେ ବସିବା ପାଇଁ ସହ କଂକ୍ରିଟର ଚୌକି ସହ ଖରାବର୍ଷାରୁ ରକ୍ଷା ପାଇବା ପାଇଁ ଟିଣ ଚଦର ପକାଯାଇଛି l ସେହିପରି ମଶାଣି ପରିସରରେ ଇଟା କାନ୍ଥ କରାଯାଇ ସୁନ୍ଦର ବଗିଚା କରାଯାଇଛି l ସେହିପରି ଏହି ପଞ୍ଚାୟତ ଅଧିନ ଚନ୍ଦନପୋଖରୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଥିଲେ l ପୋଖରୀକୁ ସଂଯୋଗ କରୁଥିବା ରାସ୍ତାକୁ କଂକ୍ରିଟ କରାଯିବା ସହ ପୋଖରୀର ପାହାଚ, ଚନ୍ଦନମଣ୍ଡପ, ପୋଖରୀରେ ଗାର୍ଡ ୱାଲ ନିର୍ମାଣ ସହ ପାର୍ଶ୍ଵରେ ପାଦଚଲା ରାସ୍ତାରେ ପେଭର ବ୍ଲକ ପକାଯାଇଛି l ଏବଂ ଷ୍ଟିଲ ରିଲିଙ୍ଗ ଲଗାଯାଇ ସୌନ୍ଦର୍ଯ୍ୟକରଣ କରାଯାଇଛି l ଏଥିପାଇଁ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ୧୨ ଲକ୍ଷ ୭୧ ହଜାର ଟଙ୍କା ବ୍ୟୟ କରାଯାଇଛି l ବ୍ଲକ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ପଞ୍ଚାୟତରେ ଏହି ୨ ଟି ଉନ୍ନତୀମୂଳକ କାର୍ଯ୍ୟ ସମଗ୍ର ଜୟଦେବ ନିର୍ବାଚନ ମଣ୍ଡଳୀରେ ଏକ ପ୍ରଂଶସନୀୟ କାର୍ଯ୍ୟ ବୋଲି ଜିଲ୍ଲାପାଳ କହିଛନ୍ତି l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ସାହୁ, ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିତା ନାଥ, ସହକାରୀ ଯନ୍ତ୍ରୀ ଦୀପ୍ତିମୟୀ ପ୍ରଧାନ, ରଂଜିତ କୁମାର ବଳବନ୍ତରାୟ, ସରପଞ୍ଚଙ୍କ ପ୍ରତିନିଧି ପବିତ୍ର ବେହେରା, ପୁରାତନ ଛାତ୍ର ପ୍ରଶାନ୍ତ ବାରିକ, ଅସିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page