ଶ୍ରୀ ଜୟଦେବ ଅନ୍ତଃରାଷ୍ଟ୍ରୀୟଓ଼ ପଦ୍ମାବତୀ ସମ୍ମାନ ପ୍ରଦାନ

ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମନମୋହିଲା ଦେଶ ବିଦେଶର ପ୍ରକ୍ଷାତ ଶିଳ୍ପୀଙ୍କ ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ

ଭୁବନେଶ୍ୱର ତା 10 ରିଖ l ନ୍ୟାସନେଲ କଲଚର ମିଶନ ଦ୍ୱାରା ଆୟୋଜିତ ଦୁଇ ଦିନିଆ ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର ରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଦ୍ଵିତୀୟ ବା ଉଦଯାପନୀ ସନ୍ଧ୍ୟା ଆଜି ବୁଦ୍ଧ ମନ୍ଦିର ପ୍ରେଖ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଆଜି ସନ୍ଧ୍ୟାରେ ଭାରତ ନାଟ୍ୟମ ନୃତ୍ୟଶିଳ୍ପୀ ଦେବଜାନି ବରାଳ , ଆସାମର ସତ୍ରୀୟ ନୃତଶିଳ୍ପୀ ଜହ୍ନବୀ ଗୋଗୋଇ, ରୀତିସ୍ମିତା ଡେକା ଓଡ଼ିଶୀ ନୃତ୍ୟଗୁରୁ ଅନୁପମା ମହାପାତ୍ର, ଦେବମିତା ସାହୁ ଆଦିଙ୍କୁ ପଦ୍ମାବତୀ ରାଷ୍ଟ୍ରୀୟ ପୁରସ୍କର ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କୁ ପଦ୍ମାବତୀ ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା l
କୁଚିପୁଡ଼ି, ମଣିପୁରୀ, ଓଡ଼ିଶୀ,ଭାରତନାଟ୍ୟମ୍, ସତ୍ରିୟା ଆଦି ଶାସ୍ତ୍ରୀୟ ନୃତ୍ୟରେ ପ୍ରସିଦ୍ଧି ଲlଭ କରିଥିବା ନୃତ୍ୟ ଶିଳ୍ପୀଙ୍କ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ l ଦୀର୍ଘ 20 ବର୍ଷ ବର୍ଷ ଧରି ନୃତ୍ୟ କଳା ଓ ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଦେଶ ତଥା ବିଦେଶର ଲବ୍ଧ ପ୍ରତିଷ୍ଠିତ କଳାକାର ମାନଙ୍କୁ ନେଇ କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ଆୟୋଜିତ କରିଆସୁ ଛନ୍ତି ଶ୍ରୀ ଯୁକ୍ତ ଜଗବନ୍ଧୁ ଜେନା l ଶ୍ରୀଯୁକ୍ତ ଜେନାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଆଜି ସନ୍ଧ୍ୟାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ , ଖଣ୍ଡପଡା ବିଧାୟକ ଶ୍ରୀ ଯୁକ୍ତ ଦୁଷ୍ମନ୍ତ ସ୍ୱାଇଁ,ଏକାମ୍ର ବିଧାୟକ ବାବୁ ସିଂ , ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ,ପୂର୍ବତନ ସାଂସଦ ଶ୍ରୀ ଯୁକ୍ତ ପ୍ରସନ୍ନ ପାଟଶାଣୀ, ପ୍ରସିଦ୍ଧ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର, ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ,ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ଗଦାଧର ମହାପାତ୍ର, ସମାଜସେବୀ ମିନତୀ ସାହୁ ଆଦି ଅତିଥି ରୂପେ ଯୋଗ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ପୂର୍ବାହ୍ନ ଅଧିବେଶନରେ 10 ରୁ 25 ବର୍ଷ ବୟସର ନୃତ୍ୟ ଶିଳ୍ପୀଙ୍କ ପ୍ରତିଭା ଅନ୍ୱେଷଣ ପାଇଁ ଉଦିଷ୍ଟ ନବୀନ କଳାକାର ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ
,ବିଶିଷ୍ଟ , ଓଡିଶୀ ଗୁରୁ ଶ୍ରୀ ପୁଷ୍ପରଞ୍ଜନ ମଙ୍ଗରାଜ, (ନୃତ୍ୟାଞ୍ଜଳି), ଭୁବନେଶ୍ୱର, ଓଡିଶୀ ନୃତ୍ୟଗୁରୁ ଶ୍ରୀ ଗୌରୀଶଙ୍କର ଦାଶ |(ଫେଷ୍ଟିଭାଲ୍ ନିର୍ଦ୍ଦେଶକ, ଦେବlନଶି ଡ୍ୟାନ୍ସ ଏକାଡେମୀ, ମୁଖ୍ୟ ଆୟୋଜକ ଶ୍ରୀ ଜଗବନ୍ଧୁ ଜେନା ଉପଦେଷ୍ଟା ପ୍ରସନ୍ନ ବିଷୋୟୀ, ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ l ବିଚାରକ ଭାବେ ପ୍ରତିଭା ଅନ୍ୱେଷଣ କରିଥିଲେ ନୃତ୍ୟଗୁରୁ କୋୟାଲିଆ ଭଟ୍ଟାଚାର୍ଯ୍ୟ ଓ ଅନୁପମା ମହାପାତ୍ର l ଦେବମିତା ସାହୁ ଓ ନାୟିକା ନୀଳପଦ୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page