ଭୁବନେଶ୍ୱର, ୨୮.୬ : ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷକ, ସାରସ୍ୱତ ସାଧକ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବ ରବିବାର ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନ ସଭାଗୃହରେ ମହାତ୍ମାଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟର ଆଜୀବନ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି ।
କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରି ବିଶିଷ୍ଟ ସନ୍ଥ ଶ୍ରୀଜଗନ୍ନାଥ ସଂସ୍କୃତିର ଅନ୍ୟତମ ସଂରକ୍ଷକ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଯେ, ଗାନ୍ଧୀ ମଣିଷ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନ ଥିଲେ ଜଣେ ନୀତିନିଷ୍ଠ ମଣିଷ । ତାଙ୍କର ସମ୍ପୂର୍ଣ୍ଣ ଦୈନିକ ଜୀବନଧାରା ଥିଲା ଶୃଙ୍ଖଳିତ । ଶଯ୍ୟାତ୍ୟାଗ ଠାରୁ ରାତ୍ରୀବିଶ୍ରାମ ପର୍ଯ୍ୟନ୍ତ ସେ ନିଜକୁ ସୁସ୍ଥ ରଖିବାର କଳାଟି ବ୍ରହ୍ମପୁର ଜେଲରେ ଥିବା ସମୟରେ ଶିକ୍ଷା କରିଥିଲେ । ଭାରତବର୍ଷ ସ୍ୱାଧୀନ ହେବା ପରେ ଜେଲ୍ ଜୀବନର ଅଭିଜ୍ଞତାକୁ ନିଜ ଜୀବନଶୈଳୀରେ ପ୍ରୟୋଗ କରି ଜଣେ ସଫଳ ମଣିଷ ହୋଇଥିଲେ । ଏହିଭଳି ମଣିଷ ମାନଙ୍କର ଜୀବନଚର୍ଯ୍ୟାକୁ ଆଜିର ଛାତ୍ର ଓ ଯୁବକମାନେ ଅନୁକରଣ କରିବାକୁ ସ୍ୱାମିଜୀ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ତାଙ୍କ ସ୍ମୃତିରେ ପ୍ରତିବର୍ଷ ଦିଆଯାଉଥିବା “ଗାନ୍ଧୀ ଗୌରବ ସମ୍ମାନ” ଚଳିତବର୍ଷ ପାଇଁ ବିଶିଷ୍ଟ ସମାଜସେବୀ ମହାତ୍ମା ଗାନ୍ଧୀଙ୍କ ପ୍ରତି ସମର୍ପିତ ମଣିଷ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ଛାତ୍ର ଜୀବନରୁ ମହାତ୍ମାଗାନ୍ଧୀଙ୍କ ବି•ରଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବାର ସଂକଳ୍ପ ନେଇଥିବା ଦେବେନ୍ଦ୍ର ସୁଆର ଓ ଦୀର୍ଘ ୪୦ ବର୍ଷ ଧରି କଳାହାଣ୍ଡିର ଅନୁନ୍ନତ ଅଞ୍ଚଳରେ ତଳେ ପଡ଼ିଥିବା ମଣିଷ ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଶ୍ରୀ ରାମକୃଷ୍ଣ ଆଶ୍ରମ ମ.ରାମପୁର, କଳାହାଣ୍ଡିକୁ ସ୍ୱାମିଜୀ ଉତ୍ତରୀୟ ଓ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ବିଶିଷ୍ଟ ଅତିଥି ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ସ୍ୱର୍ଗତ ପ୍ରଧାନଙ୍କୁ ଜଣେ ସାର୍ଥକ ମଣିଷ ବୋଲି କହିଥିଲେ । ଛାତ୍ର ଜୀବନରୁ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଜେଲ ଗଲେ, ସ୍ୱାଧୀନତା ପରେ ଗାନ୍ଧିଜୀଙ୍କ ବି•ରଧାରାକୁ ଗ୍ରାମାଞ୍ଚଳରେ ପ୍ରସାର ପ୍ର•ର କରିବା ପାଇଁ ଗଣତନ୍ତ୍ରର ପ୍ରଥମ ପାହାଚ ଗାଁର ୱାର୍ଡମେମ୍ବରରୁ ଆରମ୍ଭ କରି ନାୟବ ସରପଞ୍ଚ, ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ବିଧାୟକ ଓ ଶେଷରେ ମନ୍ତ୍ରୀ ହେଲେ । ଏହା ତାଙ୍କର ଦୃଢ ସଂକଳ୍ପର ଫଳ । ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ, ହୁଏତ ଆମେ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କୁ ଭୁଲି ଯାଇପାରୁ କିନ୍ତୁ ତାଙ୍କ ରଚିତ ଗାନ୍ଧୀ ମଣିଷ ବହି ତାଙ୍କୁ ଚିର ଅମର କରି ରଖିବ । ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ମୁଁ ଗର୍ବିତ ତାଙ୍କ ନିର୍ବାଚନ ମଣ୍ଡଳୀରୁ ଆଜି ବିଧାନସଭାରେ ପ୍ରତିନିଧିତ୍ୱ କରି ତାଙ୍କର ସ୍ମୃତି ରକ୍ଷା କରିବା ମୋ ପାଇଁ ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ହେବ । କଟକ ମହାନଗର ନିଗମର ମେୟର ସୁବାସ ସିଂ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ମୁଁ ଛାତ୍ର ଜୀବନରୁ ସ୍ୱର୍ଗତ ଦୋଳଗାବିନ୍ଦ ପ୍ରଧାନଙ୍କୁ ଜାଣେ । ଗାନ୍ଧି ଜୟନ୍ତୀ, ସ୍ୱାଧୀନତା ଦିବସରେ ସ୍ୱରାଜ୍ୟ ଆଶ୍ରମରେ ତାଙ୍କ ସଙ୍ଗୀତ ସମସ୍ତଙ୍କୁ ସ୍ତମ୍ଭିଭୂତ କରିଦେଇଥାଏ । ଖୁବ୍ ଶୀଘ୍ର ତାଙ୍କ ସ୍ମୃତି ରକ୍ଷା ପାଇଁ କଟକ ମହାନଗର ନିଗମ କଟକ ସହରରେ ତାଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରି ତାଙ୍କ ପ୍ରତି, କଟକ ସହରବାସୀ ଶ୍ରଦ୍ଧାଞ୍ଜଳି ଜଣାଇବେ ।
ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର ଶ୍ରଦ୍ଧାଞ୍ଜଳି ଜଣାଇ ସ୍ୱର୍ଗତ ପ୍ରଧାନଙ୍କୁ ଜଣେ ଗାନ୍ଧୀ ମଣିଷ ବୋଲି କହିଥିଲେ । ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳଚନ୍ଦ୍ର ପତି ସ୍ୱର୍ଗତ ପ୍ରଧାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ସମ୍ବଲପୁରର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀନାରାୟଣ ପାଣିଗ୍ରାହୀଙ୍କ ଠାରୁ ସେ ଜେଲ୍ରେ ଥିଲାବେଳେ ଯୋଗ ଶିକ୍ଷା କରିଥିଲେ । ଶେଷ ଜୀବନ ପର୍ଯ୍ୟନ୍ତ ସେ କୌଣସିି ଏଲୋପାଥିକ ଔଷଧ ବ୍ୟବହାର କରୁନଥିଲେ । ଯୋଗ ହିଁ ଥିଲା ତାଙ୍କର ଜୀବନ । ମୁଖ୍ୟବକ୍ତା ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ସେ ଥିଲେ ସତ୍ୟନିଷ୍ଠ ମଣିଷ । ସେ ଯଦି କାହାକୁ ଥରେ କଥା ଦେଇଛନ୍ତି, ସୃଷ୍ଟି ପ୍ରଳୟ ହେଉ ପଛେ, ସେ ସେହି କାର୍ଯ୍ୟ କରିବେ । ଓଡ଼ିଆ ଭାଷା, ସଂସ୍କୃତିର ସୁରକ୍ଷା ପାଇଁ ତାଙ୍କ କାର୍ଯ୍ୟକୁ ଯେତେ ପ୍ରଶଂସା କଲେ କମ୍ ହେବ । ତାଙ୍କର କାଳଜୟୀ ଗ୍ରନ୍ଥ ଗାନ୍ଧୀ ମଣିଷ ଓ ଗୀତାର ସରଳ ନବାକ୍ଷରୀ ଛନ୍ଦରେ ରଚନା ତାଙ୍କୁ କାଳଜୟୀ କରି ରଖିବ । କଂଗ୍ରେସ ନେତା ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ସ୍ୱାଗତ ଭାଷଣ ଓ ଟ୍ରଷ୍ଟି ତଥା ତାଙ୍କ ସୁପୁତ୍ର ପୁଷ୍ପରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ପ୍ରଫୁଲ୍ଲ ସିଂହ, ପ୍ରଜ୍ଞାରାଜ ପ୍ରଧାନ, ବରୁଣ ରାଜ ଓ ପୃଥ୍ୱୀରାଜ ପ୍ରଧାନ ପରି•ଳନା କରିଥିଲେ । ସ୍ୱର୍ଗତ ପ୍ରଧାନଙ୍କ ରାଜନୈତିକ ସହଯୋଗୀ ମିର୍ଜା ଜାହାଦିନ ବେଗ, ଦଣ୍ଡୁଆସୀପଡ଼ା କଟକର ହୃଷିକେଶ ଜେନା, କଟକ •ଉଳିଆଗଞ୍ଜ ପୂଜା କମିଟିର ସଭାପତି ଶିବ ପ୍ରସାଦ ସାହୁ, କଟକ ମହାନଗର ନିଗମର କର୍ପୋରେଟର ସନ୍ତୋଷ କୁମାର ଭୋଳ, ନୂଆଗଡ଼ କଟକର ପୀତବାସ ମହାପାତ୍ର, କଟକ ବ୍ରାହ୍ମଣଝରିଲୋର ବିଜୟ କୁମାର ମହାନ୍ତି, କଟକ ଜିଲ୍ଲା ପରିଷଦ ଉପସଭାନେତ୍ରୀ ସୁଭଦ୍ରା ଦାସ, କଟକ ନିମେଇଶାପୁର ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ରାଉତରାୟ, କଟକ ଚଉଦ ଦିଗଭାଗ ସଂକୀର୍ତ୍ତନ ମଣ୍ଡଳୀର ସର୍ବମହନ୍ତ ସୁରେନ୍ଦ୍ର କୁମାର ପଣ୍ଡା, କଟକ ବୟାଲିଶ ମୌଜାର ରାମଚନ୍ଦ୍ର ଗୋଛାୟତ, •ଟାର୍ଡ ଆକାଉଣ୍ଟାଣ୍ଟ ଡଃ ସଞ୍ଜୟ ବେହୁରା, ଶିଳ୍ପଦ୍ୟୋଗୀ ଶ୍ର୍ରୀ ଅଶୋକ ସାମଲ ଓ ବିକାଶ ଇନଷ୍ଟିଚୁ୍ୟସନର ଅଧ୍ୟକ୍ଷ ତଥା ପରି•ଳନା ନିଦେ୍ର୍ଦଶକ ଶ୍ରୀ ଭି. ଶ୍ରୀନିବାସ ପ୍ରମୁଖଙ୍କୁ ସ୍ୱାମିଜୀ ଉତ୍ତରୀୟ ଓ ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ପାତ୍ରପଡ଼ାସ୍ଥିତ ସ୍ମୃତିବନରେ ବୃକ୍ଷପୂଜା ଓ କଟକ ନୂଆଗଡ଼ ଅନନ୍ତ ବଳିଆ ଆଶ୍ରମଠାରେ ବାବା ପ୍ରଣବାନନ୍ଦ ଦାସ (ମନୁଭାଇ)ଙ୍କ ପୌରହିତ୍ୟରେ ସ୍ମୃତି•ରଣ ସଭା ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସଂଗ୍ରାମୀ ଦୋଳଗୋବିନ୍ଦ ଜଣେ ନୀତିନିଷ୍ଠ ମଣିଷ ଥିଲେଜନ୍ମ ଶତବାର୍ଷିକ ମହୋତ୍ସବ ପାଳିତ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ପୁରସ୍କାର ବିତରଣ ଉତ୍ସବ
ଭଦ୍ରକ: ଅଖିଳ ବିଶ୍ୱ ଗାୟତ୍ରୀ ପରିବାର, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି ଜ୍ଞାନ ପରିପୋଷଣ ପାଇଁ ପଞ୍ଚମ ଶ୍ରେଣୀରୁ ମହାବିଦ୍ୟାଳୟ ପର୍ୟ୍ୟନ୍ତ ପ୍ରତିବର୍ଷ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା କରି ଜିଲ୍ଲାସ୍ତରୀୟ କୃତ୍ତୀଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରେ I
ବୋଲଗଡ଼ ବ୍ଲକସ୍ତରୀୟ ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀମାନଙ୍କୁ ସମ୍ବଦ୍ଧନା
ଚିଲିକା, ୬।୯: ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଓ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲୋକନାଥ ସାହୁଙ୍କ ଆବାହକତ୍ୱରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଅବସରପ୍ରାପ୍ତ ବ୍ଲକ ସ୍ତରୀୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନଙ୍କର ସମ୍ବର୍ଦ୍ଧନା ଉତ୍ସବ
ବନ୍ୟା ଯୋଦ୍ଧା ସମ୍ମାନ ପ୍ରଦାନଆଶାର ଦିଶା ଫାଉଣ୍ଡେସନ ର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର; ଜୟଦେଵ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ଆଶାର ଦିଶା ଫାଉଣ୍ଡେସନର ନବମ ବାର୍ଷିକ ଉତ୍ସବ । ଏହି ସଂଗଠନ କର୍କଟ ପିଡୀତଙ୍କ ଉଦ୍ଦେଶ୍ୟରେ ସମାଜମଙ୍ଗଳ ହୁଣ୍ଡି ମାଧ୍ୟମରେ ଅନେକ କର୍କଟ ପିଡୀତଙ୍କ ମୁହଁରେ ହସ ଫୁଟେଇ ପାରିଛି । ଚଳିତ
ଜଙ୍ଗଲ ଜମିରେ ‘ଅଫିସ୍’—ଶେଷରେ ଚାଲିଲା ବୁଲଡୋଜର…
ରାଉରକେଲା ସର୍କିଟ୍ ହାଉସ୍ ବନ୍ଧୁକ ଓ ଗ୍ୟାଙ୍ଗ୍ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କ ସହ ସମ୍ପର୍କିତ ଅବୈଧ ନିର୍ମାଣକୁ ଭାଙ୍ଗିଛି ବନ ବିଭାଗ।ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବା ଏକ କଂକ୍ରିଟ୍ ଅଫିସ୍ ଉପରେ ଶେଷରେ ଚାଲିଛି ପ୍ରଶାସନର
ଜାଗୃତିକା ତରଫରୁ ନନ୍ଦ ଉତ୍ସବ ପାଳିତ ।
ଚିଲିକା, ୫ ।୯: ପ୍ରତିବର୍ଷ ପରି ଚଳିତ ବର୍ଷ ନାଚୁଣୀସ୍ଥ ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଜାଗୃତିକା ତରଫରୁ 'ଆଶିଷ ଭବନ' ଠାରେ ନନ୍ଦ ଉତ୍ସବ ପାଳିତ ହୋଇଯାଇଅଛି । ଯୁବଜ୍ୟୋତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଆଶିଷ କୁମାର
୧୨ ଜଣ ଶିକ୍ଷକ ପାଇଲେ ଜୟଦେବ ଶିକ୍ଷକ ସମ୍ମାନ ୨୦୨୬
ବାଲିଅନ୍ତା ୦୫/୦୯( ଗୋବର୍ଦ୍ଧନ ଦାସ):-ଶାନ୍ତିସ୍ତୁପ, ଗ୍ରୀନ ଜୟଦେବ ଟ୍ରଷ୍ଟ ଏବଂ ନିର୍ମାଣ ଶିକ୍ଷା ଅନୁଷ୍ଠାନର ମିଳିତ ସହଯୋଗରେ ପବିତ୍ର ଗୁରୁ ଦିବସ ଅବସରରେ ନିର୍ମାଣ କଲେଜ ଅଡିଟୋରିୟମରେ ‘ଜୟଦେବ ଶିକ୍ଷକ ସମ୍ମାନ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଶାନ୍ତିସ୍ତୁପର ମୁଖ୍ୟ ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ
କୁମାଣ୍ଡଳ ଯୁବ ଜ୍ୟୋତି ହାଇସ୍କୁଲରେ ଗୁରୁଦିବସ ପାଳିତ
ଚିଲିକା, ୫ । ୯: ଚିଲିକା ବ୍ଲକ ଅନ୍ତର୍ଗତ କୁମାଣ୍ଡଳସ୍ଥ ଯୁବଜ୍ୟୋତି ହାଇସ୍କୁଲ ଠାରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା 'ଗୁରୁଦିବସ' ପାଳିତ ହୋଇଯାଇଅଛି । ପ୍ରାରମ୍ଭରେ ଅତିଥିମାନେ ବିଶିଷ୍ଟ ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ତୈଳଚିତ୍ରରେ ଧୂପ
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ଚିଲିକା, ୫ । ୯:ଆଜି ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷି ବିଭାଗ ତରଫରୁ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭାଗୀୟ କୃଷି ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ପରିଡା, କୃଷି ସହାୟକ କୃଷ୍ଣ ଚନ୍ଦ୍ର
ବାଲିଡିହି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ
ଚିଲିକା, ୫।୯:ଗଣଶିକ୍ଷା ବିଭାଗର ପୂର୍ବ ନିର୍ଦ୍ଦେଶ କ୍ରମେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବାଲିଡିହି ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ସେଠୀଙ୍କ ସଭାପତିତ୍ବରେ ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଅଛି। ସର୍ବ ପ୍ରଥମେ ଅଥିତି ଗୁରୁଜୀ ମାନଙ୍କୁ
ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ
ଚିଲିକା, ୪।୯:ବାଲୁଗାଁସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟରେପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଅଛି। ପ୍ରଭାତରୁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟ କ୍ରମ ବ୍ରହ୍ମା କୁମାରୀ ସରିତା ଭଉଣୀ ଓ ଲତା ଭଉଣୀ ତଥା ଭାଇ ମାନଙ୍କ
ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ
ଚିଲିକା, ୪।୯:ବାଲୁଗାଁସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟରେପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଅଛି। ପ୍ରଭାତରୁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟ କ୍ରମ ବ୍ରହ୍ମା କୁମାରୀ ସରିତା ଭଉଣୀ ଓ ଲତା ଭଉଣୀ ତଥା ଭାଇ ମାନଙ୍କ
ପିତୃପୁରୁଷ ପୂଜନ ସଂସ୍କୃତି ସଭ୍ୟତାର ପରିମାପକ /ଡ଼ଃ ବୁଦ୍ଧଦେବ ମିଶ୍ର ପ୍ରଥମ ପିତୃ ଦିବସ ସମ୍ମାନରେ ସମ୍ମାନିତ
ଭୁବନେଶ୍ୱର ତା 03/09/26 ସାମ୍ପ୍ରତିକ ସମୟରେ ପୁଜ୍ୟପୂଜା,ନୈତିକ ମୂଲ୍ୟବୋଧ,ଅବକ୍ଷେୟୀ ଲୋକ ଚରିତ୍ର,ମାନବବାଦ ତଥା ମାତା ପିତୃ ପୂଜନ ପ୍ରମୁଖ ଧୀରେ ଧୀରେ ଲୁପ୍ତପ୍ରାୟ ଅବସ୍ଥାକୁ ଆସିବାକୁ ଯାଉଛି l ଏହି ପରିପ୍ରେକ୍ଷୀରେ "ପିତୃ ଦିବସ " କାର୍ଯ୍ୟକ୍ରମ ଆସନ୍ତା ବର୍ଷ 2027
ବୋଲଗଡ଼ରେ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ ।
ଚିଲିକା,୩ ।୯: ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବଙ୍କୋଇ ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉଲ୍ଲାସ ତାଲିମ ଶିବିର ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ
ବାଲୁଗାଁ ଏନ୍.ଏ.ସି. ତରଫରୁ ନିଶାମୁକ୍ତି ଅଭିଯାନ ମଞ୍ଚସ୍ଥ |
ଚିଲିକା, ୨ । ୯:ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର କର୍ମଚାରୀ ମାନଙ୍କ ଦ୍ଵାରା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କ ରଚିତ, ଅଭିମନ୍ୟୁ ସ୍ବାଇଁ ଙ୍କ ନିର୍ଦ୍ଦେଶିତ ଏବଂ ଜିତେନ୍ଦ୍ର କୁମାର ମହାରଣାଙ୍କ ସଙ୍ଗୀତ ନିର୍ଦ୍ଦେଶିତ ସଚେତନତା ନାଟକ ନିଶା
ସୋନ୍ ନଦୀ ବୁଝାମଣା ଆଶା ସୃଷ୍ଟି କରିଛି, କିନ୍ତୁ ମହାନଦୀ ପାଇଁ ଆବଶ୍ୟକ ନଦୀ ଅବବାହିକା ଭିତ୍ତିକ ସମାଧାନ – ମହାନଦୀ ବଞ୍ଚାଅ ଆନ୍ଦୋଳନ
ମହାନଦୀ ବଞ୍ଚାଅ ଆନ୍ଦୋଳନ୧ ସେପ୍ଟେମ୍ବର ୨୦୨୬ ଭୁବନେଶ୍ୱର ତା ୧l ୯ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ସୋନ୍ ନଦୀ ଜଳ ବଣ୍ଟନ ନେଇ ହୋଇଥିବା ବୁଝାମଣାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ
ବାଲୁଗାଁରେ ସ୍ବାୟତ୍ତ ଶାସନ ଦିବସ ପାଳିତ, ସମୃଦ୍ଧ ସହର ଗଠନ ଲକ୍ଷ୍ୟ I
ଚିଲିକା, ୩୧। ୮:ଆଜି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ବାୟତ୍ତ ଶାସନ ଦିବସ-୨୦୨୬ ମହା ସମାରୋହରେ ପାଳନ କରାଯାଇଛି ।ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶାର ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଥିଲେ ।ଏହି
ଗଙ୍ଗୋତ୍ରୀରୁ ବାଲୁଗାଁ: ଦିର୍ଘ ୨ମାସ ୯ ଦିନର ପଦଯାତ୍ରା ପରେ ବାବା ଉମା ମହେଶ୍ୱର ଦେବଙ୍କ ପୀଠରେ ପହଞ୍ଚିଲେ ୪ କାଉଡ଼ିଆ I
ଚିଲିକା, ୩୧।୮: ବାବା ଉମା ମହେଶ୍ୱରଙ୍କ ପ୍ରତି ଅପାର ଭକ୍ତି । ବାଲୁଗାଁ ପାଟଣାସାହିର ୪ କାଉଡ଼ିଆ ୨ ମାସ ୯ଦିନ ଧରି ପାଦରେ ଚାଲି ଚାଲି ଗଙ୍ଗୋତ୍ରୀରୁ ଜଳ ଆଣି ଆଜି ବାଲୁଗାଁ ଉମାମହେଶ୍ୱର ଦେବଙ୍କପୀଠରେ ଜଳ ଢାଳିଛନ୍ତି ।ଜଙ୍ଗଲ,
ବାଲୁଗାଁରେ ଧୁମଧାମରେ ପାଳିତ ହେଉଛି ଖୁଦୁରୁକୁଣୀ ଓଷା
ଚିଲିକା, ୩ଠା ୮: ଚଳିତ ବର୍ଷ ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଖୁଦୁରୁକୁଣୀ ଓଷା | ବାଲୁଗାଁରେ ପ୍ରତ୍ୟେକ ଗାଁ ମୁଣ୍ଡରେ ଝିଅ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି ।ଆଜି ଭାଦ୍ରବ ମାସ ପ୍ରଥମ ରବିବାରରୁ ସାରା ଓଡ଼ିଶା ସହ ବାଲୁଗାଁ
ବାଲୁଗାଁ ପୋଲିସ୍ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଚିଲିକା,୩୦ା୮: ନିଶା ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ପୋଲିସ୍ ନିର୍ଦ୍ଦେଶକ୍ରମେ ବାଲୁଗାଁ ପୋଲିସ୍ ପକ୍ଷରୁ ବାଲୁଗାଁ ଅଞ୍ଚଳର ବିଭିନ୍ନ ସ୍କୁଲ ଓ କଲେଜ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ
ସାଧାରଣ ନାଗରିକଙ୍କୁ ମିଳୁ ସମ୍ମାନ, ଅସାମାଜିକ ତତ୍ତ୍ୱଙ୍କ ବିରୋଧରେହେଉ ଜିରୋ ଟଲରେନ୍ସ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର୨୯ ଅଗଷ୍ଟ ୨୦୨୬ ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା, ସାଇବର ସୁରକ୍ଷା ଏବଂ ଭବିଷ୍ୟତର
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର