ସରପଞ୍ଚ ଚାମେଲି ଓଝା ନିର୍ଯ୍ୟାତନାରେ ସେବା ପ୍ରତିନିଧିର ପ୍ରତିବାଦ

ଜଣେ ଉଚ୍ଚ ସମ୍ପନ୍ନ ନାରୀ ,ସେ ପୁଣି ଜନପ୍ରତିନିଧି ସରପଞ୍ଚ ,ନାମ ଚାମେଲି ଓଝା। ସବୁ ସ୍ତରରେ ସରକାର ସହଯୋଗର ହାତ ବଢ଼ାଇବା କଥା।ତା’ ପରିବର୍ତ୍ତେ ଯେଉଁମାନେ ରାଜସ୍ଵ ରୁ ଅର୍ଥ ନେଇ ପ୍ରତିପୋଷଣ ହେଉଛନ୍ତି ସେ ଜନପ୍ରତିନିଧି ବା ସରପଞ୍ଚଙ୍କ କଥାକୁ ବେଖାତିରି କରିବା, ଜନ ଜଗତରେ ତାଙ୍କ ପରି କୃତଘ୍ନ ଆଉ କେହି ନାହିଁ ବୋଲି ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ତାଙ୍କ ଅଭିଭାଷଣରେ କହିଥିଲେ।ଚାମେଲି ଓଝା ନିଜ ଅଞ୍ଚଳର ସମସ୍ୟା ବି ଡି ଓ ଙ୍କ ପାଖରେ ଉପସ୍ଥାପନ କରିଥିଲେ।ବି ଡି ଓ ମହୋଦୟ ଅନ୍ୟ ଦ୍ଵାରା ପରିଚାଳିତ ହୋଇ ସରପଞ୍ଚଙ୍କ ପ୍ରତି ହଇରାଣ ହରକତ କରିଥିଲେ।ସରପଞ୍ଚଙ୍କୁ ବୁଝାଇବା ପରିବର୍ତ୍ତେ ପୋଲିସର ସହଯୋଗ ଲୋଡ଼ିଥିଲେ। ପୋଲିସ ନିଜ କର୍ତ୍ତବ୍ୟର ଅବହେଳା କରି ବିଭିନ୍ନ ଦଫା ଲଗାଇ ଦୋଷୀ ସାବ୍ୟସ୍ତ କରି ଚାମେଲି ଓଝାଙ୍କ ସ୍ଵାସ୍ଥ୍ୟକୁ ଅଣଦେଖା କରି ଜେଲ ହାଜତକୁ ପଠାଇଦେଇଥିଲେ। ଆଇନ ସମସ୍ତଙ୍କ ପାଇଁ ସମାନ ସେ ରାଜା ହୁଅନ୍ତୁ ଅଥବା ପ୍ରଜା। ସରପଞ୍ଚ, ଏମ୍ ଏଲ୍ ଏ ନତୁବା ମନ୍ତ୍ରୀ, ଓଡ଼ିଶା ସରକାର ଏମାନଙ୍କୁ ସମ୍ମାନ ଦେବା ବା ବୁଝାଇବା ପରିବର୍ତ୍ତେ ବି ଡି ଓ, ପୋଲିସ, ଡାକ୍ତର ମିଳିତ ଭାବରେ ଜଣେ ଜନପ୍ରତିନିଧିଙ୍କୁ ଅନ୍ୟ ଦ୍ଵାରା ପରିଚାଳିତ ହୋଇ ଏପରି କରିବା ଦୁଃଖ ଓ କ୍ଷୋଭର ବିଷୟ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହା ଦ୍ଵାରା ଓଡ଼ିଶାର ଜନସାଧାରଣ କେବେ କ୍ଷମା ଦେବେ ନାହିଁ। ଚାକିରୀରୁ ବିଦାୟ ନେବା ପରେ କର୍ମର ଫଳ ଭଗବାନ ଦେବେ ବୋଲି ଶ୍ରୀ ମିଶ୍ର ଚେତାଇ ଦେଇଛନ୍ତି। ଆଜିର ଏହି କାର୍ଯ୍ୟରେ ହାତ ବଢାଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଦାମୋଦର ସାମନ୍ତରାୟ, ଅଶୋକ କୁମାର ମହାରଣା, ରଙ୍କନିଧି ପଟ୍ଟନାୟକ, ତାରା ଚରଣ ଆଚାର୍ଯ୍ୟ, ଗିରିଜା ଶଙ୍କର ମହାପାତ୍ର , ସମୀର କୁମାର ରଥ, ବିଶ୍ଵନାଥ ବେହେରା, ଶକୁନ୍ତଳା ତ୍ରିପାଠୀ, ବାଳକୃଷ୍ଣ ପ୍ରଧାନ, ଉଲ୍ଲାସ ଚନ୍ଦ୍ର ମହାପାତ୍ର, ବଂଶିଧର ପଣ୍ଡା, ସୁବାସ ଚନ୍ଦ୍ର ପାଢ଼ୀ, ରାଜକିଶୋର ସ୍ଵାଇଁ, ପ୍ରଦୀପ କୁମାର ରାୟ, କଲ୍ୟାଣୀ ବିନ୍ଧାଣି ଓ ଅନେକ ପ୍ରମୁଖ ଭାଗ ନେଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page