୧୨୩ ବର୍ଷର ପୁରାତନ ବିଗ୍ରହ ଓ ନୂତନ ବିଗ୍ରହ ସ୍ଥାପନ ସହିତ ଶ୍ରୀ ରାଧାକୃଷ୍ଣଙ୍କ ପ୍ରାଣ ପ୍ରତିଷ୍ଠା

ବାଲିଅନ୍ତା ୦୮/୦୭:-ଭୁବନେଶ୍ୱର ଓ୍ଵାର୍ଡ ନମ୍ବର ୬୭, ସୁନ୍ଦରପଦା ଓ କପିଳପ୍ରସାଦ ଅବସ୍ଥିତ।କପିଳପ୍ରସାଦ ଉପର ସାହିର ପୁରାତନ ଭଗବତ ମନ୍ଦିର ଗୃହ ଅଗ୍ନିକାଣ୍ଡ ଯୋଗୁଁ ପୋଡ଼ି ଛାରଖାର ହୋଇଯାଇଥିଲା। ସେଠାରେ ଥିବା ଭଗବତ ପୋଥିକୁ ସୁନ୍ଦରପଦା ତଳ ସାହିର ଭଗବତ ଗୃହକୁ ଦିଆଯାଇଥିଲା। ସୁନ୍ଦରପଦା ତଳ ସାହିର ଭଗବତ ଗୃହରେ ଆସିଥିବା ଭଗବତ୍ ସ୍ଥାନ ପାଇଥିଲେ। ପ୍ରତିଦିନ ନୀତି ନିୟମରେ ପୂଜା କାର୍ଯ୍ୟ ଚାଲିଥିଲା। କପିଳପ୍ରସାଦ ଉପର ସାହି ବାସିନ୍ଦା ଏକତ୍ର ହୋଇ ୧୨୩ ବର୍ଷର ଭଗବତ୍ ଗୃହ ନିର୍ମାଣ କରି ଶ୍ରୀ ରାଧାକୃଷ୍ଣଙ୍କ ସହିତ ଭଗବତ୍ ଗାଦି ସ୍ଥାପନରେ ଏକ ମନ ଓ ଏକ ପ୍ରାଣ ହୋଇ କାର୍ଯ୍ୟରେ ଲାଗିପଡିଛନ୍ତି। ଅଙ୍କୁରାରୋପଣ, ଧାନ୍ୟଗାର , କଳସ ଯାତ୍ରା, ସାଲା ପୂଜା, କୁଣ୍ଡ ସଂସ୍କାର, ଗୀତା ଆହୂତି ଦୀର୍ଘ ତିନି ଦିନ ଧରି ଚାଲିଥିବା ବେଳେ ୯.୭.୨୦୨୬ ଅନ୍ତିମ ଦିବସରେ ଚଣ୍ଡୀ ଆହୂତି, ପ୍ରାଣ ପ୍ରତିଷ୍ଠା , ନଗର ପରିକ୍ରମା ତଥା ପୂର୍ଣ୍ଣାହୁତି ହେବ। ଏହି କାର୍ଯ୍ୟରେ ପ୍ରମୋଦ ନାରାୟଣ ଦାସ ଓ ଶ୍ରୀମତୀ କାଜଲ୍ କିରଣ ମିଶ୍ର ଯଜ୍ଞର ପୁରୋଧା ଥିବା ବେଳେ ପଣ୍ଡିତ ହରିହର ଦାସ, ସୁର ପ୍ରସାଦ ଦାସ, ପଣ୍ଡିତ ଦୀପକ ବାହିନୀପତି, ପଣ୍ଡିତ ଶିବ ନାରାୟଣ ଉପାଧ୍ୟାୟ, ପଣ୍ଡିତ ସତ୍ୟନାରାୟଣ ଉପାଧ୍ୟାୟ, ସୁଶାନ୍ତ କୁମାର ପାଢ଼ୀ ଓ ଅଜୟ ମିଶ୍ର ଯଜ୍ଞରେ ସାମିଲ୍ ଥିଲେ। ଏହି ଚାରି ଦିନ ବ୍ୟାପୀ ଯଜ୍ଞକୁ ସାହାଯ୍ୟର ହାତ ବଢ଼ାଇଛନ୍ତି କମଳାକାନ୍ତ ଦାଶ, ଗତି କୃଷ୍ଣ ଦାଶ, ଆଲୋକ କୁମାର ଦାଶ, ରାଧାକୃଷ୍ଣ ଦାସ, ସତ୍ୟଜିତ ଦାସ, ଅମିତ୍ କୁମାର ଦାସ, ଶୁଭେନ୍ଦୁ କର ଗୋପାଳ କୃଷ୍ଣ ଦାଶ, ପ୍ରଶାନ୍ତ ଶୁକ୍ଳ, ରବିନାରାୟଣ ଦାସ, ସରୋଜ କୁମାର ଦାସ ଓ ଅନେକ ଏହି ସମସ୍ତ କାର୍ଯ୍ୟକୁ କରୁଥିବା କର୍ମକର୍ତ୍ତାଙ୍କୁ ସମାଜ ସେବୀ ନୀଳମଣି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page