ବାଲିଅନ୍ତା,୧|୭(ଗୋବର୍ଦ୍ଧନ ଦାସ) :ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ, ଗ୍ରିନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ଓ ଉତ୍କଳ ଜୟଦେବ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସୁଦର୍ଶନ ଦାରୁ ପୀଠସ୍ଥିତ ମୋଦୀ ଅରଣ୍ୟ ବାଟିକାରେ ୭୭ତମ ବନ ମହୋତ୍ସବ–୨୦୨୬ ପାଳିତ ହୋଇଯାଇଛି। ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଡ଼. ଅରବିନ୍ଦ ଢାଲି ଯୋଗଦେଇ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ, ବିଜେପି ନେତା ମାଗୁଣୀ ସେଠୀ, ମଣ୍ଡଳ ସଭାପତି ବ୍ରହ୍ମାନନ୍ଦ ସ୍ୱାଇଁ, ଲକ୍ଷ୍ମଣ ଜେନା, ଦିନବନ୍ଧୁ ଭୋଇ, ପ୍ରିୟବ୍ରତ ପାତ୍ର, ହରେକୃଷ୍ଣ ମହାରଣା, ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ର୍ଯ୍ୟକ୍ରମ ଶେଷରେ ଆମ୍ବ, ନଡ଼ିଆ, ଲେମ୍ବୁ ଆଦିର ୨୦ରୁ ଅଧିକ ଚାରା ରୋପଣ କରାଯାଇଥିଲା । ପରିବେଶ ସୁରକ୍ଷା ଓ ସବୁଜ ବନାନୀ ସୃଷ୍ଟି ପାଇଁ ସମସ୍ତଙ୍କୁ ବୃକ୍ଷରୋପଣ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ l