ବାଳକାଟି ପଞ୍ଚୁଦୋଳ ମେଳଣ ଉଦଯାପିତହରିହର ଭେଟ ଦେଖିଲେ ୧0 ହଜାର ଶ୍ରଦ୍ଧାଳୁ

ବାଲିଅନ୍ତା,୧୨|୩): ପ୍ରସିଦ୍ଧ ବାଳକାଟି ପଞ୍ଚୁଦୋଳ ମେଳଣ ଗୁରୁବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ସକାଳୁ ସକାଳୁ ଶ୍ରଦ୍ଧାଳୁ ଭକ୍ତ ହାତରେ ରଙ୍ଗବେରଙ୍ଗର ଅବିର ଓ ଫୁଲ ଧରି ବିମାନରେ ବସିଥିବା ଦିଅଁଙ୍କୁ ପ୍ରଦାନ କରିବା ସହ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ l ଶେଷରେ ରାତିରେ ଥାନପତି ତଥା ଚାରିଦେଶର ମୁଖ୍ୟ ପୁରୋଧା ଶ୍ରୀ ଶ୍ରୀ ସ୍ଵପ୍ନେଶ୍ୱର, ଶ୍ରୀଶ୍ରୀ ବାଲୁଙ୍କେଶ୍ବର ଏବଂ ଶ୍ରୀ ଦୋଳଗୋବିନ୍ଦ ମାନବୀୟ ଲୀଳାଖେଳ ସାରି ବିମାନ ଯୋଗେ ଗୁରୁବାର ରାତିରେ ସ୍ୱମନ୍ଦିରକୁ… Continue reading ବାଳକାଟି ପଞ୍ଚୁଦୋଳ ମେଳଣ ଉଦଯାପିତହରିହର ଭେଟ ଦେଖିଲେ ୧0 ହଜାର ଶ୍ରଦ୍ଧାଳୁ

ଭରତପୁର ତାରିଣୀ ହାଟ ବେଆଇନ ଦୋକାନ ଉଛେଦ ପାଇଁ ଆନ୍ଦୋଳନ ସହ ଆଇନଗତ ଲଢେଇ କରିବ ଭୁବନେଶ୍ୱର ଉନ୍ନୟନ ପରିଷଦ

ଭୁବନେଶ୍ୱର: ତା ୧୨ ରିଖ ଭୁବନେଶ୍ୱର ମହାନଗର ନିଗମ ଭରତପୁର ଜୋକଲାଣ୍ଡି ମୌଜାର ତାରିଣୀ ହାଟରେ ନୂତନ ମାଛ ମାର୍କେଟ ନିର୍ମାଣ ଆଳରେ ପ୍ରାୟ ୩୦ ଜଣ ଗରିବ ଛୋଟ ଛୋଟ ଦୋକାନୀଙ୍କ ଦୋକାନ ଘର ଭାଙ୍ଗି ଦେଇଛି । ଗରିବ ଦୋକାନୀ ମାନଙ୍କୁ କୌଣସି କ୍ଷତିପୂରଣ କି ଥଇଥାନ ପାଇଁ ବ୍ୟବସ୍ଥା ନକରି ଏମିତି ଭାଙ୍ଗିବାକୁ ଭୁବନେଶ୍ୱର ଉନ୍ନୟନ ପରିଷଦ ଘୋର ନିନ୍ଦା କରିଛି । ଆଜି ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ… Continue reading ଭରତପୁର ତାରିଣୀ ହାଟ ବେଆଇନ ଦୋକାନ ଉଛେଦ ପାଇଁ ଆନ୍ଦୋଳନ ସହ ଆଇନଗତ ଲଢେଇ କରିବ ଭୁବନେଶ୍ୱର ଉନ୍ନୟନ ପରିଷଦ

ଗ୍ୟାସ୍ କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଦେ୍ର୍ଦଶ

ସାରା ଦେଶରେ ଏଲପିଜି ସିଲିଣ୍ଡର ଯୋଗାଣକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଭିତରେ କେନ୍ଦ୍ର ସରକାର ଏହାକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦେଶରେ ଯଥେଷ୍ଟ ସଂଖ୍ୟାରେ ଏଲିପିଜି ରହିଛି । ତେବେ ଜରୁରୀ ନ ଥିଲେ ସିଲିଣ୍ଡର ନେବା ଲାଗି ବୁକିଂ କରନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି… Continue reading ଗ୍ୟାସ୍ କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଦେ୍ର୍ଦଶ

ମଧ୍ୟପ୍ରାଚ୍ୟ ଯୁଦ୍ଧରେ ୨ ଭାରତୀୟ ମୃତ, ଜଣେ ନିଖୋଜ

ଇରାନ ଓ ଇସ୍ରାଏଲ-ଆମେରିକା ଲଢ଼େଇ ଯୋଗୁ ମ୍ମପ୍ରାଚ୍ୟରେ ଫେବୃଆରୀ ୨୮ରୁ ମହାଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ବର୍ତମାନ ସୁଦ୍ଧା ୨ ଜଣ ଭାରତୀୟ ପ୍ରାଣ ହରାଇଥିବା ବେଳେ ଜଣେ ନିଖୋଜ ରହିଛନ୍ତି । ବିବାଦୀୟ କ୍ଷେତ୍ର ପ୍ରାଚ୍ୟର ଗୋଟିଏ ବାଣିଜ୍ୟ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଏପରି ଘଟଣା ଘଟିଥିବା ଆଜି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରମଣରେ ବ୍ୟବସାୟିକ ଜାହାଜଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହା ମଧ୍ୟରେ ଥିବା ଭାରତୀୟମାନେ… Continue reading ମଧ୍ୟପ୍ରାଚ୍ୟ ଯୁଦ୍ଧରେ ୨ ଭାରତୀୟ ମୃତ, ଜଣେ ନିଖୋଜ

ଭୟଙ୍କର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ

ନୂଆଦିଲ୍ଲୀ: ଗର୍ଜୁଛି ମିସାଇଲ, ବର୍ଷୁଛି ନିଆଁ । ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ । ତୁହାକୁ ତୁହା ଖସୁଛି ଡ୍ରୋନ୍ । ଘମାଘୋଟ ହେଉଛି ଯୁଦ୍ଧ । ଆଜି ତେହେରାନରେ ଭୟାନକ ଆକ୍ରମଣ କରିଛି ଇସ୍ରାଏଲ । ଦୀର୍ଘ ଏକ ଘନ୍ଟାଏ ଧରି ଏୟାର ରେଡ୍ । ଖସିଥିଲା ମାଳମାଳ ଡ୍ରୋନ୍ । ଜଳ, ସ୍ଥଳ, ଆକାଶ ସବୁଠି ମହା ବିଧ୍ୱଂସର ଖେଳ । ନଉଁନଥିବା ଇରାନ ଉପରେ ପ୍ରଚଣ୍ଡ ହମଲା କରୁଛନ୍ତି ଆମେରିକା ଓ ଇସ୍ରାଏଲ ସେନା… Continue reading ଭୟଙ୍କର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ

ଘର୍ଲାଜୋର ପୋଲ ତଳକୁ ଖସିଲା ବାଇକ :୩ ଗୁରୁତର ଥିବାବେଳେ ଜଣେ ମୃତ

କଳାହାଣ୍ଡି,୧୨|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା କଲମପୁର-ଜୁନାଗଡ଼ ମୁଖ୍ୟ କଲମପୁର ଘର୍ଲାଯୋର ନିକଟରେ ଗତ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ଖବର ଅନୁସାରେ ଥୁଆମୂଳ ରାମପୁର ଥାନା ବଡ଼ବଣ୍ଡେଲର ଏକ ବରଯାତ୍ରୀ ଦଳ କଲମପୁର ଥାନା କଦଳୀଚୁଆଁକୁ ଆସିଥିଲେ । କିଛି ବରଯାତ୍ରୀ ବାଇକରେ ଆସିଥିଲେ । ବିବାହ ଭୋଜି ଖାଇ ସାରି ବିଳମ୍ବିତ ରାତିରେ… Continue reading ଘର୍ଲାଜୋର ପୋଲ ତଳକୁ ଖସିଲା ବାଇକ :୩ ଗୁରୁତର ଥିବାବେଳେ ଜଣେ ମୃତ

You cannot copy content of this page