ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରାଙ୍କୁ ୩ୟ ବ୍ଲାକ ବେଲ୍ଟ ପ୍ରାପ୍ତ ପାଇଁ ଜନ୍ମ ମାଟିରେ ସ୍ୱାଗତ

ବାଲିଅନ୍ତା ୨୬/୬ : ବାଲିଅନ୍ତା ବ୍ଲକ ଅଧୀନ ବାଳକାଟି ଅଞ୍ଚଳର ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରାଙ୍କୁ ଓଡ଼ିଶାର ଅଗ୍ରଣୀ ପରିବେଶ ପାଇଁ କାର୍ଯ୍ୟରତ ସାମାଜିକ ଅନୁଷ୍ଠାନ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବାଳକାଟି ବଜାର ସ୍ଥିତ ସ୍ୱର୍ଗର ବାଳକୃଷ୍ଣ ଦାଶଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ୱାଗତ ସମ୍ବର୍ଧନା ପ୍ରଦାନ କରାଯାଇଛି । ଜୟଦେବ ମାଟିର ବାଳକାଟି ଅଞ୍ଚଳର ଗର୍ବ ଗୌରବ ମାର୍ଶଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରା ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଭାବରେ ଅଞ୍ଚଳରେ ତାଙ୍କର ସୁକ୍ଷାତି ରହିଛି। କେବଳ ଛାତ୍ର ଛାତ୍ରୀମାନଙ୍କ ଭିତରେ ନୁହେଁ ଉତ୍ତମ ବ୍ୟବହାର ପାଇଁ ଅଭିଭାଵକ ତଥା ସାଧାରଣ ଜନତାଙ୍କ ହୃଦୟରେ ସ୍ଥାନିତ । ସେ ମାର୍ଶାଲ ଆର୍ଟର ପ୍ରଚାର ଓ ପ୍ରସାର ପାଇଁ ନିଜକୁ ଜୀବନ ବ୍ୟାପି ଉତ୍ସର୍ଗିକୃତ କରିଛନ୍ତି । ବର୍ତ୍ତମାନ ତାଙ୍କ ନିକଟରୁ ବହୁ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ଗ୍ରହଣ କରି ବିଭିନ୍ନ ସରକାରୀ ସାମରିକ ବିଭାଗରେ କାର୍ଯ୍ୟରତ । ସଦ୍ୟ ପଞ୍ଜାବରାଜ୍ୟର ଜଳନ୍ଧର ଠାରେ ଅନୁଷ୍ଠିତ କୁମ୍ପୁ ବ୍ଲାକ ବେଲ୍ଟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୁମ୍ପୁରେ ବ୍ଲାକ ବେଲ୍ଟ କୃତିତ୍ଵ ଅର୍ଜ୍ଜନ କରିଛନ୍ତି । ପୂର୍ବରୁ ସେ କରାଟେରେ ୨ଗୋଟି ବ୍ଲାକ ବେଲ୍ଟ ପାଇଥିଲେ । “ଗ୍ରାଣ୍ଡ ମାଷ୍ଟର ସିଫୁ ଶାନ୍ତି କୁମାର ସିଂହ ଏବଂ ଗ୍ରାଣ୍ଡ ମାଷ୍ଟର ତରୁଣ କୁମାର ନାଜରୀ (ଅଷ୍ଟମ ଡିଗ୍ରୀ ବ୍ଲାକ ବେଲ୍ଟ )ଙ୍କ ଠାରୁ ପ୍ରଥମ ଡିଗ୍ରୀ ବ୍ଲାକ ବେଲ୍ଟ ଉମା ସାରଙ୍କୁ ମିଳିଛି । ତାଙ୍କର ଏହି କୃତିତ୍ୱ ପାଇଁ ଜନ୍ମ ମାଟିରେ ଶୁଭେଚ୍ଛା ଓ ଅଭିନ୍ଦନ ଜ୍ଞାପନ କରୁଛି। ଏହି କାର୍ଯୟକ୍ରମରେ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର ଅଧକ୍ଷଙ୍କ ତତ୍ତ୍ୱାବଧାନରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ସଂଳାପ ଲେଖକ ଡ ରଜନୀ ରଞ୍ଜନ ଦାଶ, ସମାଜସେବୀ ବେଣୁଧର ଭୋଇ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କାହୁଁ ଚରଣ ଦାସ, କ୍ରୀଡ଼ାବିତ୍ ଆଜାଦ ଓ ପ୍ରଶିକ୍ଷକ ଗ୍ରହଣ କରୁଥିବା ଛାତ୍ର ଓ ଉପସ୍ଥିତି ରହି ଫୁଲତୋଡ଼ା, ଗଛ, ଫଟୋଚିତ୍ର ଓ ଉତରି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page