ବାଲିଅନ୍ତା,୧୨|୬(ଗୋବର୍ଦ୍ଧନ ଦାସ):ଶିଶୁପାଳଗଡ଼ ଗ୍ରାମର ଦଧିବାମନଦେବ ସେବା ସମିତି ପକ୍ଷରୁ ଚଳିତବର୍ଷ ପ୍ରଥମ ରଜ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି l ଏନେଇ ଆଜି ଆୟୋଜକଙ୍କ ପକ୍ଷରୁ ହୋଟେଲ ଚାନ୍ସଲରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଓଡିଶାର ଗଣପର୍ବ ରଜ ମହୋତ୍ସବ ଧୂମଧାମରେ ପାଳନ କରିବାପାଇଁ ସମସ୍ତଙ୍କ ସାହାଯ୍ୟ ଲୋଡ଼ିଥିଲେ l ୧୪ ରୁ ୧୬ ତାରିଖ ୩ ଦିନ ଧରି ଦଶହରା ପଡିଆରେ ହେବାକୁ ଏହି ମହୋତ୍ସବ ପାଳିତ ହେବାସହ ଏଥିରେ ଅତିଥି ଭାବେ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଖ୍ୟାତିସମ୍ପନ୍ନ କଳାକାର ମାନେ ଯୋଗଦେଇ ଏହି ମହୋତ୍ସବକୁ ରଙ୍ଗିନ କରିବେ l

ଏହି ମହୋତ୍ସବରେ ବିଶିଷ୍ଟ କଣ୍ଠଶିଳ୍ପୀ ଇରା ମହାନ୍ତି, ମଣ୍ଟୁ ଛୁରିଆ, ବିଶିଷ୍ଟ ହାସ୍ୟ ଅଭିନେତା ଜ୍ଞାନ, ପ୍ରଳୟ, ଟୁଲୁ ଯୋଗଦେବାକୁ ଥିବାବେଳେ ସମ୍ବଲପୁରୀ, ଘୁମୁରା ନୃତ୍ୟ ଏବଂ ଘୋଡା ନାଚ ପରିବେଷଣ କରାଯିବ l ଏହି ଅବସରରେ ଗ୍ରାମର ମହିଳା ମାନଙ୍କ ଦ୍ୱାରା ରଜ ପିଠା ଏବଂ ପାନ ପ୍ରଦର୍ଶନୀ କରାଯିବ l ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ୨୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ, ସରପଞ୍ଚ ରଶ୍ମିରଞ୍ଜନ ଶ୍ରୀଚନ୍ଦନ, ପ୍ରଦୀପ୍ତ ଜେନା, କାଳୁ ମଙ୍ଗରାଜ, କୃଷ୍ଣ ଚନ୍ଦ୍ର ନାୟକ , ସୁଧୀର ଚମ୍ପତି, ସୁରେନ ବରାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ l