କୁଶଭଦ୍ରା ନଦୀ ପୁନଃରୁଦ୍ଧାର ପାଇଁ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀଙ୍କ ସହିତ ଆଲୋଚନା


ରାମଚନ୍ଦ୍ରପୁର ବ୍ୟାରେଜ ନିର୍ମାଣ କାମକୁ ଶୀଘ୍ର ସାରିବା ସହିତ ନଦୀର ମୁହାଣ ଖୋଲିବାକୁ ଦାବି l

ଭୁବନେଶ୍ୱର ତା 14 l 6 l ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ଶ୍ରୀଯୁକ୍ତ ସୁଦର୍ଶନ ଦାସ ଙ୍କ ନେତୃତ୍ୱ ରେ “କୁଶଭଦ୍ରା ବଞ୍ଚାଅ ଅଭିଯାନ” ର ନେତୃମଣ୍ଡଳୀ ଜଳସମ୍ପଦ ବିଭାଗ ର ସର୍ବୋଚ୍ଚ ମୁଖ୍ୟ ଶ୍ରୀ ବିଭୁତି ଭୂଷଣ ଦାସ, ଯନ୍ତ୍ରୀ, ଜଳ ନିଷ୍କାସନ ବିଭାଗ ର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଅବିନାଶ ରାଉଳଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ସେଚ ସଦନ ର ସମ୍ମିଳନୀ କକ୍ଷରେ ଏକ ଅନୁଷ୍ଠିତ ବୈଠକ ରେ “କୁଶଭଦ୍ରା” ପୁନଃରୁଦ୍ଧାର ଲାଗି ଜଳସମ୍ପଦ ବିଭାଗ ଓ ରାଜ୍ୟ ସରକାର ଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତ ରେ ଆଲୋଚନା ହୋଇଥିଲା । ରାମଚନ୍ଦ୍ରପୁର ଠାରେ ନିର୍ମାଣାଧୀନ ବ୍ୟାରେଜ କାର୍ଯ୍ୟ ଖୁବ ଶୀଘ୍ର ଶେଷ କରିବା ପାଇଁ ପ୍ରତିନଧି ମଣ୍ଡଳୀ ଦାବି କରିଥିଲେ l କୁଆଖାଇ ମୁହାଁଣ ବାଲିଅନ୍ତା ଠାରୁ ବ୍ୟାରେଜସ୍ଥଳ ପର୍ଯ୍ୟନ୍ତ ୮ କିଲୋମିଟର ନଦୀ ଶଯ୍ୟା ଖନନ ନହେଲେ କୁଶଭଦ୍ରାର ପୁନଃରୁଦ୍ଧାର ସମ୍ଭବ ନୁହଁ ଏବଂ ସେଥିପାଇଁ ଜଳ ସମ୍ପଦ ବିଭାଗ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ l ନଦୀର ନିମ୍ନ ଅବବାହିକାରେ ଗୋପ ଠାରୁ ତିନିମୁହାଣୀ ପର୍ଯ୍ୟନ୍ତ ନଦୀ ଶଯ୍ୟା ଦଳରେ ଭର୍ତ୍ତି l ଏହା ସହିତ ବିଭିନ୍ନ ପ୍ରକାରର ଆବର୍ଜନା ନଦୀ କୁ କାବୁ କରି ସାରିଛି l ସେସବୁ କୁ ସଫା ନକଲେ କୁଶଭଦ୍ରା ପୁନରଜୀଵନ ପାଇବ ନାହିଁ l ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ପ୍ରତିନିଧି ଦଳ ଆଲୋଚନା କରିଥିଲେ । କୁଶଭଦ୍ରା ବଞ୍ଚାଅ ଅଭିଯାନ ର ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ମୁଖ୍ୟ ଉପଦେଷ୍ଟା ପ୍ରସନ୍ନ କୁମାର ପତି, ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟାନନ୍ଦ ଦାସ, ଅଜୟ କୁମାର ମିଶ୍ର, ଅଜୟ କୁମାର ପଣ୍ଡା, ସ୍ମୃତି ରଞ୍ଜନ ମୁଦୁଲି, ରଞ୍ଜିତ ରଥ ପ୍ରମୁଖ ଉପସ୍ଥିତ ରହି ଜରାଜୀର୍ଣ୍ଣ କୁଶଭଦ୍ରା ର ପୁନଃରୁଦ୍ଧାର ଓ ନଦୀକୁ ଚିରସ୍ରୋତା କରାଇବା ଲାଗି ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନେବେ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସମ୍ମତି ଜଣାଇଥିଲେ । ଜଳ ନିଷ୍କାସନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରାଉଳ ସରକାର କଣ କଣ ପଦକ୍ଷେପ ଏଦିଗରେ ବେଉଛନ୍ତି ତାର ଅବତାରଣା କରିଥିଲେ l

ପ୍ରସନ୍ନ ବିଶୋଇ
ପ୍ରବକ୍ତା, ମହାନଦୀ ବଞ୍ଚାଓ ଆନ୍ଦୋଳନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page