ସୁଦର୍ଶନ ଦାରୁଙ୍କ ରଥଯାତ୍ରା ପାଇଁ ଚଳ ଚଞ୍ଚଳ ରଥଖଳା

ବାଲିଅନ୍ତା, ୧୮/୦୬ (ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ଗଡ଼କ ଗଡ଼କଣ୍ଠୁଣିଆ ସ୍ଥିତ ଶ୍ରୀଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଚକ୍ରରାଜ ସୁଦର୍ଶନ ଦାରୁଙ୍କ ରଥଯାତ୍ରା ନିମନ୍ତେ ମନ୍ଦିର ଟ୍ରଷ୍ଟ ବୋଡ଼ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରଥ ଯାତ୍ରା ନିମନ୍ତେ ଚଳ ଚଞ୍ଚଳ ହୋଇପଡିଛି ଚକ୍ରରାଜ ସୁଦର୍ଶନ ଦାରୁଙ୍କ ରଥଖଳା । ଅକ୍ଷୟତୃତୀୟା ଠାରୁ ରଥ କାଠ ଅନୁକୂଳ ହୋଇ ଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ ।ଚଳିତ ବର୍ଷ ୨୪,୦୪,୨୬ ରେ ନୂତନ ମନ୍ଦିର ନିର୍ମାଣ ସହ ନୂଆ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା। ଯାହାଦ୍ୱାରା ରଥର ଉଚ୍ଚତା , ଓସାର ବଢିବା। ମୁଖ୍ୟ ମହାରଣା ନୀଳ ଓଝା, କିଶୋର ମହାରଣା ଙ୍କ ସୂଚନା ଅନୁଯାୟୀ ଏଥର ରଥର ଉଚ୍ଚତା ୩୦ ଫୁଟ୍, ଚଉଡା ୧୭ ଫୁଟ୍ ୬ ଇଞ୍ଚ୍ ରହିଥିବା ବେଳେ ୬ଟି ଚକା, ୩ଟି ଅଖ, ୧୪ଟି କୁମ୍ଭ, ୧୨ଟି ଆଡି ମୋଟ ୧୭୦ ଖଣ୍ଡ କାଠରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଋଲିଛି ।

ସେହିପରି ମନ୍ଦିର ଟ୍ରଷ୍ଟ ବୋର୍ଡ଼ର୍ କୋଷାଧ୍ୟକ୍ଷ ଚକ୍ରଧର ନାୟକ କହିଛନ୍ତି ନିକଟରେ ଭୁବନେଶ୍ବର ପୁଲିସ୍ କମିଶନରଙ୍କ ତରଫୁ ବିଭିନ୍ନ ଅଞ୍ଚଳରେ ରଥଯାତ୍ର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସେଠାରେ ଆମ ଟ୍ରଷ୍ଟ ବୋର୍ଡ଼କୁ ନିମନ୍ତ୍ରଣ କରାଯାଇଥିଲା । କିଭଳି ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ର ଅନୁଷ୍ଠିତ ହେବ ଏବଂ ରଥ ଟଣା କାର୍ଯ୍ୟ ଋଲିଥିବା ବେଳେ ବିଦ୍ୟୁତ ତାର, ବଡ଼ ବଡ଼ ଗଛର ଶାଖା ପ୍ରଶାଖା କିପରି ବାଧା ସୃଷ୍ଟି ଏବଂ ନକରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପୁଲିସ୍ ରଥଯାତ୍ରା ସମୟରେ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ଆଲୋଚନା କରାଯାଇଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page