ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ଦାବି କଲା ସାମ୍ବାଦିକ ମିଳିତ ମଞ୍ଚ, ୱେବ୍ ସାମ୍ବାଦିକଙ୍କ ପାଇଁ ମଧ୍ୟ ହେଲା ଦାବି

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସବୁ ସଂଘ ଓ କର୍ମଚାରୀଙ୍କ ଦାବି ଶୁଣିଲେ ସରକାର । ଏପରିକି ଯେଉଁମାନେ ଦାବି କରିନାହାଁନ୍ତି ସେମାନଙ୍କ ଦରମା ବୃଦ୍ଧି କରିଛନ୍ତି ସରକାର । ତେବେ କେବଳ ସାମ୍ବାଦିକଙ୍କ ଦାବି ପୂରଣ ହୋଇନାହିଁ । ନିର୍ବାଚନ ଘୋଷଣା ପୂର୍ବରୁ ତୁରନ୍ତ ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ନିମନ୍ତେ ଘୋଷଣା କରିବାକୁ ଦାବି କରିଛି ସାମ୍ବାଦିକ ମିଳିତ ମଞ୍ଚ। ଏଥିପାଇଁ ରାଜ୍ୟ ସରକାର ତୁରନ୍ତ କମିଟି ଘୋଷଣା କରିବାକୁ ମଞ୍ଚର ଆବାହକ ଡ଼ ଲିଙ୍ଗରାଜ ସାହୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଅନେକ ସମୟରେ କାର୍ୟ୍ୟରତ ସାମ୍ବାଦିକମାନେ କର୍ତବ୍ୟ କରୁଥିବା ବେଳେ ବହୁବାର ଆକ୍ରମଣର ଶିକାର ହେଉଛନ୍ତି । ଏଣୁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ତୁରନ୍ତ କରିବା ଆବଶ୍ୟକ ରହିଛି । ବିଭିନ୍ନ ସାମ୍ବାଦିକଙ୍କ ବାପା ଓ ମା’ ଗ୍ରାମରେ ରହୁଛନ୍ତି । ସେମାନଙ୍କ ସୁବିଧା ପାଇଁ ବୀମାର ସାମିଲ କିମ୍ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଗଲେ ସାମ୍ବାଦିକମାନେ ଉପକୃତ ହେବେ । ବିଭିନ୍ନ ଅନୁମତିପ୍ରାପ୍ତ ୱେବ୍ ଚ୍ୟାନେଲ ଏବଂ ପୋଟାଲ ନ୍ୟୁଜ୍ ସଂସ୍ଥାର ସାମ୍ବାଦିକଙ୍କୁ ବୀମାରେ ଅନ୍ତର୍ଭକୁକ୍ତ କରିବାକୁ ଦାବି କରାଯାଇଛି । ସେହିପରି ବିଭିନ୍ନ ଗୋଷ୍ଠିର କଲ୍ୟାଣ ପାଣ୍ଠିକୁ ସରକାର ବୃଦ୍ଧି କରୁଥିବା ବେଳେ ସାମ୍ବାଦିକ କଲ୍ୟାଣ ପାଣ୍ଠିକୁ ବୃଦ୍ଧି କରିବାକୁ ଦାବି କରାଯାଇଛି । ପ୍ରକାଶ ଥାଉକି, ଏଥି ପାଇଁ ବରିଷ୍ଠ ସାମ୍ବାଦିକଙ୍କ ସ୍ୱାକ୍ଷର ସଂଗ୍ରହ କରି ବିଧାୟକ, ମନ୍ତ୍ରୀ, ସୂଚନା ଓ ଲୋକସଂପର୍କ ଉପଦେଷ୍ଟାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟର ସବୁ ସାମ୍ବାଦିକ ସରକାରଙ୍କ ଘୋଷଣାକୁ ଅପେକ୍ଷା କରିଛନ୍ତି ବୋଲି ଡ଼ ସାହୁ କହିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page