ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମିତ୍ତ ଉତ୍କଳ ସ୍ୱାଭିମାନ ମଞ୍ଚ ଦ୍ୱାରା ସ୍ଥାନ ପରିଦର୍ଶନ |

ଚିଲିକା, ୨୬।୭: ରବିବାର ଦିନ ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ 5 ଟି ବିଦ୍ୟାଳୟରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମିତ୍ତ ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାଶ ଓ ସଭ୍ୟ ମାନଙ୍କ ସହ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁ ବିଦ୍ୟାଳୟକୁ ଯାଇ କର୍ତ୍ତୃପକ୍ଷ ମାନଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିଥିଲେ |ସ୍ୱାଭିମାନ ମଞ୍ଚର ଯୁଗ୍ମ ସମ୍ପାଦକ ବାସୁଦେବ ସାହୁ, କୋଷାଧକ୍ଷ ରବିନାରାୟଣ ମହାନ୍ତି, ସଭ୍ୟ ସୁରରାଜ ମିଶ୍ର ଓ ଅନ୍ତର୍ଯ୍ୟାମୀ ମଲ୍ଲିକ ଉକ୍ତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ |ଖଣତିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନାୟକ ଓ ପରିଚାଳନା କମିଟିର ଅଧକ୍ଷ ମଧୁସୂଦନ ମହାପାତ୍ର,ଦେଉଳି ଵିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଉପଦେଷ୍ଟ। ସଂଗ୍ରାମ କୁମାର ସାହୁ, ପିଚୁକୁଳି ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ତାପସ କୁମାର ଦ୍ବିବେଦୀ, ଶଙ୍କରପୁରସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବାସୁଦେବ ଦାସ ଓ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ପ୍ରମୋଦ କୁମାର ରାଉତରାୟ ଏବଂ ସାଗରଗୁଆଁସ୍ଥିତ ବିଦ୍ୟାବିକାଶ ନିକେତନ ଠାରେ ଦୁଇ ଶିକ୍ଷକ ନେତା ଶୈଳେନ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ସିଂହ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରିହର ଦାସ, ଜିଲ୍ଲା ପରିଷଦ ସଭ୍ୟ ସୁବାଷ ଚନ୍ଦ୍ର ରାୟଗୁରୁଙ୍କ ଉପସ୍ଥିତିରେ ସ୍ୱାଭିମାନ ମଞ୍ଚର ସଭାପତି,ଅନ୍ୟ ଚାରିଜଣ ସଭ୍ୟ ଓ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସ୍ୱାଇଁଙ୍କର ଆଲୋଚନା ହୋଇଥିଲା |

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page