ବାଲିଅନ୍ତା,୨୭/୭/୨୬(ଗୋବର୍ଦ୍ଧନ ଦାସ) : ପାହାଳ ମିଠା ଉଦ୍ୟୋଗୀ ଓ ପ୍ରସ୍ତୁତକାରୀ ସମିତି ପକ୍ଷରୁ ମହା ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ନୀଳାଦ୍ରି ବିଜୟ ଅବସରରେ ପାହାଳ ବଜାରଠାରେ ‘ରସଗୋଲା ଦିବସ’ ପାଳିତ ହୋଇଯାଇଛି। ପାହାଳ ରସଗୋଲା ବଜାର ସଭାପତି ଓ କର୍ମକର୍ତ୍ତାଙ୍କ ସହଯୋଗରେ ୨୦୧୫ ମସିହାରୁ ଏହି ପରମ୍ପରା ନିରବଚ୍ଛିନ୍ନ ଭାବେ ପାଳନ କରିଆସୁଛନ୍ତି।

ଏହି ଅବସରରେ ଆୟୋଯିତ ସଭାରେ ମୁଖ୍ୟ ଅତିଥି ଭାବେ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ମେୟର ସୁଲୋଚନା ଦାଶ, କର୍ପୋରେଟର ସୁକୁମାର ସାହୁ, ପାହାଳ ଥାନା ଅଧିକାରୀ ଅଶ୍ଵିନୀ କୁମାର ଜେନା, ବଂଶିଧର ଭୋଳ ଏବଂ ଖାଦ୍ୟ ନିରାପତ୍ତା ବିଭାଗ ର ପ୍ରବନ୍ଧକ ସ୍ମୃତି ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ଆଲୋଚନା ପ୍ରସଙ୍ଗରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ସହ ରସଗୋଲା

ଓଡ଼ିଆ ଅସ୍ମିତାର ପରିଚୟ, ରସଗୋଲା କ୍ଲଷ୍ଟର ଓ ଉତ୍ତମ ଗୁଣବତ୍ତା ଉପରେ ଆଲୋକପାତ କରିଥିଲେ। ପାହାଳ ରସଗୋଲାକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ପ୍ରତିଶ୍ରୁତି ଦେଇଥିଲେ। ସଭା ଶେଷରେ ୪ନଂ ୱାଡ଼ ର କର୍ପୋରେଟର ସୁକୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।