ବନ୍ୟା ଜଳ ପ୍ରବାହିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକ ପଣ୍ଡା।


ବାଲିଅନ୍ତା ୦୧/୦୮ ( ଗୋବର୍ଦ୍ଧନ ଦାସ):- ଏକମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୟା ନଦୀ ନିକଟସ୍ଥ ଲିଙ୍ଗି ପୁର ଅଞ୍ଚଳ ବୁଲି ବନ୍ୟା ଜଳ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା। ପରେ ନାଥପୁର, ନୂଆଗାଁ, ଢିଅପୁର , ଜୟପୁର, ଇଟିପୁର, ପଳାଶ ପୁର ଶାସନ ,ବସନ୍ତ ପୁର ଶାସନ, ଟିକରପଡା, ଗଙ୍ଗେଶ୍ୱରପୂର୍ ଶାସନ , କଲ୍ୟାଣ ପୁର ଶାସନ ଆଦି ଅଞ୍ଚଳର ବନ୍ୟା ଜଳର ସ୍ଥିତି ସମୀକ୍ଷା କରିଛନ୍ତି ଶ୍ରୀଯୁକ୍ତ ପଣ୍ଡା।ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ଗଙ୍ଗୁଆ କେନାଲର ରାଜଧାନୀର ସମସ୍ତ ଡ୍ରେନ୍ ପାଣି ଉକ୍ତ ଅଞ୍ଚଳର ରେ ଥିବା ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ମାଡ଼ି ଯାଇ କୁତ୍ରିମ ନଦୀର ଭ୍ରମ ସୃଷ୍ଟି କରୁଛି।

ଅନେକ ବିଲ ଧାନ ତଳି ରୁଆ ହୋଇଥିବା ବେଳେ ତା ଉପରେ ପାଣି ଜମି ରହିଛି । ଅନେକ ତଳି ଶଢ଼ୀ ପଚି ଗଲାଣି। ତାହା ସହ ପୂର୍ବ ସରକାର ସମୟରେ ଅନେକ ଉକ୍ତ ଅଞ୍ଚଳରେ ପକ୍କା ରାସ୍ତା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇ ଥିଲେ ମଧ୍ୟ କେତେ ଗୁଡିଏ କାମ ଅଧା ପାନ୍ତରିଆ ହୋଇଥିବା ବେଳେ ଆଉ କିଛି ଆରମ୍ଭ ହୋଇ ନାହିଁ।

ଯାହା ଫଳରେ ଯାତାୟାତ ରାସ୍ତା ରେ ବର୍ଷା ଜଳ , ଗାଙ୍ଗୁଆ ଡ୍ରେନ୍ ପାଣି ଜମି ରହୁଛି। ଗମନା ଗମନର ସୁବିଧାରେ ବାଧା ସୃଷ୍ଟି ହୋଉଛି ଏହି ବର୍ଷ ଦିନେ। ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ପ୍ରଶାସନ ନିକଟରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀଯୁକ୍ତ ପଣ୍ଡା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page