ନିଶାଶକ୍ତ ଯୁବକକୁ ଉଦ୍ଧାର କରି ଚିକିତ୍ସା ପରେ ଘରକୁ ପଠାଇଲା ବାଲୁଗାଁ ପୋଲିସ

ଚିଲିକା, ୭।୮:ବର୍ତ୍ତମାନ ସମୟରେ ମାନବିକତା ବଞ୍ଚି ରହିଛି।ଯାହାର ଜ୍ୱଳନ୍ତ ଉଦାହରଣ ସାଜିଛି ବାଲୁଗାଁ ପୋଲିସ।ଖବର ମୁତାବକ ଗୁରୁବାର ମଧ୍ୟାହ୍ନରେ ଜଣେ ବ୍ୟକ୍ତି ଗାନ୍ଧୀ ଛକ ନିକଟରେ କ୍ଷତବିକ୍ଷତ ଅବସ୍ଥାରେ ପଡି ସାଧାରଣ ଜନତାଙ୍କୁ ଗାଳିଗୁଲଜ କରୁଥିବା ଦେଖି ସ୍ଥାନୀୟ ଲୋକେ ୧୧୨ କୁ ଫୋନ କରିଥିଲେ।ଖବର ପାଇ ବାଲୁଗାଁ ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।ଡାକ୍ତର ଚିକିତ୍ସା କରୁଥିବା ବେଳେ ସଂପୃକ୍ତ ଯୁବକ ଜଣକ ଡାକ୍ତର ଓ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ଗାଳି ଗୁଲଜ କରିଥିବା ବେଳେ ଉପସ୍ଥିତ ରୋଗୀ ମାନଙ୍କୁ ହଇରାଣ ହରକତ କରିବାସହ ପରିସରରେ ତାଣ୍ଡବ ରଚିଥିଲା।ଯାହାଫଳରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଯୁବକ ଜଣକ ବର୍ତ୍ତମାନ ନିଶାଶକ୍ତ ଅବସ୍ଥାରେ ରହିଛି।ତେଣୁ ନିଶା ଛାଡିବା ପର୍ଯ୍ୟନ୍ତ ତାକୁ ଏଠାରେ ରହିବାକୁ ପଡିବ।ବାରମ୍ବାର ତାଣ୍ଡବ ରଚୁଥିବା ସମ୍ପୃକ୍ତ ଯୁବକଙ୍କ ଯୋଗୁଁ ରୋଗୀ ସେବାରେ ବ୍ୟତିକ୍ରମ ହେବାରୁ ମେଡିକାଲ କର୍ମଚାରୀ,ପୋଲିସ କର୍ମଚାରୀ ଓ ରୋଗୀଙ୍କ ସମ୍ପର୍କୀୟ ମାନେ କାବୁ କରି ଦୀର୍ଘ ଦୁଇ ଘଣ୍ଟା ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ରଖିଥିଲେ।ଅବସ୍ଥା ସ୍ଥିର ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା।ଚିକିତ୍ସା ପରେ ସମ୍ପୃକ୍ତ ଯୁବକଙ୍କ ଠାରୁ ସୂଚନା ମିଳିବା ମାତ୍ରେ ବାଲୁଗାଁ ପୋଲିସ ପକ୍ଷରୁ ତୁରନ୍ତ ଘର ଲୋକଙ୍କୁ ଯୋଗାଯୋଗ କରାଯାଇଥିଲା।ଠିକଣା ଅନୁଯାୟୀ ସଂପୃକ୍ତ ବ୍ୟକ୍ତି ଜଣକୁ ଥାନା ଅଧିକାରିଣୀ ଶ୍ରଦ୍ଧା ନାୟକଙ୍କ ସହଯୋଗରେ ଖାଦ୍ୟପେୟ ଦେବାସହ ବସ୍ ଯୋଗେ ଘରକୁ ପଠାଯାଇଥିଲା।ଏଥିସହିତ ସମ୍ପୃକ୍ତ ଯୁବକଙ୍କ ପରିସ୍ଥିତି କିଭଳି ରହିଛି ସେ ସମ୍ପର୍କରେ ଶୁକ୍ରବାର ସକାଳେ ବାଲୁଗାଁ ପୋଲିସ ପକ୍ଷରୁ ଯୁବକଙ୍କ ଘରକୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି।ପୋଲିସର ଏଭଳି ତ୍ୱରିତ ମହାନ କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରିଥିଲେ।ସମ୍ପୃକ୍ତ ଯୁବକ ଜଣକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଛାଡ଼ିଆପଲ୍ଲୀ ଗ୍ରାମର ଧବଳେଶ୍ୱର ଦାସଙ୍କ ପୁଅ ସତ୍ୟବ୍ରତ ଦାସ ବୋଲି ଜଣାପଡିଛି।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page