ଆନ୍ଦୋଳନରତ ଆଦିବାସୀ ଛାତ୍ରୀ ହଷ୍ଟେଲ ମାଟ୍ରନଙ୍କ ଦାବୀ ତୁରନ୍ତ ପୂରଣ କର : ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର ତl 29 ରିଖ l ଆଦିବାସୀ ଛାତ୍ରୀଙ୍କ ମୁଖ୍ୟ ସ୍ରୋତ ରେ ସାମିଲ ଓ ଉପଯୁକ୍ତ ଶିକ୍ଷା ଗ୍ରହଣ ପାଇଁ ଉଦିଷ୍ଟ ଛାତ୍ରୀ ନିବାସରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ହଷ୍ଟେଲ ମlଟରନ ମାନେ ବର୍ତମାନ ଗାନ୍ଧୀ ମାର୍ଗ ରେ ଆନ୍ଦୋଳନରେ ବସିଛନ୍ତି l ହଷ୍ଟେଲ ରେ ପ୍ରତି 100 ପିଲା ପ୍ରତି ଜଣେ ମlଟରଣ ନିୟମ ଥିଲା ବେଳେ ଏଠି କିନ୍ତୁ କିଛି ହଷ୍ଟେଲ ରେ 200 ଏବଂ 300 ପିଲାରେ ଜଣେ ମାତ୍ର ମା ଟ ରନ ନିଯୁକ୍ତ ଅଛନ୍ତି l ମୁଖ୍ୟମନ୍ତ୍ରୀ ଙ୍କ ନିଜ ଜିଲ୍ଲା କେନ୍ଦୁଝର ର ତେଲକୋଇ ବ୍ଲକ ଜଗମୋହନପୁର ଆଶ୍ରମ ସ୍କୁଲ ରେ 352 ପିଲା ଙ୍କ ପାଇଁ ରୁକ୍ମିଣୀ ସାହୁ ନାମ୍ନୀ ଏକମାତ୍ର ମାଟର୍ନ ଦିନ ରାତି 24 ଘଣ୍ଟା ଡ୍ୟୁଟି କରନ୍ତି l ପିଲାଙ୍କ ଖାଇବା, ରହିବା,ଖେଳ କୁଦ,ସ୍ୱାସ୍ଥ୍ୟ, ପରିମଳ ସବୁ କଥା ଏହି ମାନେ ବୁଝି ଥାନ୍ତି l ବିଦ୍ୟାଳୟ ରେ ଶିକ୍ଷକ ଅଭାବ କଥା ସମସ୍ତଙ୍କୁ ଜଣା l ଯେହେତୁ ଏମାନେ ଉଚ୍ଚ ଶିକ୍ଷିତ ତେଣୁ ପ୍ରାୟ 90% ରୁ ଅଧିକ ସ୍କୁଲ ରେ matran ମାନେ ପାଠ ପଢାଇ ଥାନ୍ତି l ସେମାନେ 24 ଘଣ୍ଟା ଉପସ୍ଥିତ ରହନ୍ତି ହେଲେ ସେମାନଙ୍କୁ ଘର ଟିଏ ମଧ୍ୟ ଦିଆଯାଇନି l ସେମାନେ ନିଜ ପରିବାର ଧରି 24 ଘଣ୍ଟା କିପରି ସେବା ଯୋଗାଇବେ l 2022 ମସିହାରେ ସରକାର ସବୁ ଠିକା ନିଯୁକ୍ତିକୁ ସ୍ଥାୟୀ ନିଯୁକ୍ତ ଦେବାକୁ ଘୋଷଣା କରିଥିଲେ ହେଲେ ଏମାନେ କିନ୍ତୁ ସେଥିରୁ ବଂଚିତ ହେଲେ l ଏବେ ପ୍ରଶ୍ନ ଉଠୁଛି ଯଦି ସବୁ କାମ ଏମାନେ କରିବେ ତାହେଲେ ଏମାନଙ୍କ ପ୍ରତି ଅନ୍ୟାୟ କାହିଁକି ? ସରକାର ଯଦି ଆଦିବାସୀ ପିଲାଙ୍କୁ ଶିକ୍ଷା ପାଇଁ ବାଃ ବାଃ ନେଉଛନ୍ତି ତେବେ ଏମାନଙ୍କ ନ୍ୟାର୍ଯ୍ୟ ଦାବୀ ପୁରଣ ପାଇଁ ପଛ ଘୁଞ୍ଚା କାହିଁକି l ସେପଟେ ବିଭାଗ ସଚିବ ଏମାନେ ସିଧାସଳଖ ପରୀକ୍ଷା ଦେଇ ନିଯୁକ୍ତ ହୋଇ ନାହାନ୍ତି ବୋଲି କହିବା ଅଯୋକ୍ତିକ l ଜିଲ୍ଲାପାଳଙ୍କ ଦ୍ୱାରା ଗଠିତ ଚୟନ କମିଟି ରେ ଏମାନେ ନିଯୁକ୍ତି ପାଇଛନ୍ତି l ସବୁ ଡିପାର୍ଟମେଣ୍ଟ ରେ ଯେପରି ରେଗୁଲାର ହେଲା ଏମାନଙ୍କୁ ମଧ୍ୟ ତୁରନ୍ତ ସ୍ଥାୟୀ ନିଯୁକ୍ତ ଦେଇ ସରକାର ଆଦିବାସୀ ଝିଅ ମାନଙ୍କୁ ଉତ୍ତମ ଶିକ୍ଷା ଦାନ ପ୍ରକ୍ରିୟା କୁ ସୁଗମ ପାଇଁ ଦାବୀ କରିଛି ଓଡିଶା ଅଭିଭାବକ ମହାସଂଘ l ଆଜି ଗାନ୍ଧୀମାର୍ଗ ରେ ଧାରଣା ରତ ମlଟର୍ଣ ମାନଙ୍କୁ ସମର୍ଥନ ଜଣାଇ ମହାସଂଘ ସଭାପତି ବାସୁଦେବ ଭଟ୍ଟ ଓ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ସରକାର ତାଙ୍କୁ ରେଗୁଲାର କରିବା ସହିତ କ୍ୱାଟର ଯୋଗାଇ ଦେବାକୁ ଦାବୀ ଜଣାଇଛନ୍ତି l ନଚେତ ଆଗକୁ ଏମାନଙ୍କ ସହ ଅଭିଭାବକ ମାନେ ଧାରଣା ରେ ଯୋଗ ଦେବେ ବୋଲି ମହାସଂଘ କହିଛି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page