ସମାଜସେବୀ ଗୋଲାପ ଦାସଙ୍କ ଏକାଦଶାହରେ ଶ୍ରଦ୍ଧା ସୁମନ ଅର୍ପଣ

ଚିଲିକା, ୭। ୮:ଚିଲିକା ବ୍ଲକ କୁମାଣ୍ଡାଳପାଟଣା ପଞ୍ଚାୟତ କୁମାଣ୍ଡାଳ ଗ୍ରାମ ନିବାସୀ ଦିବାକର ଦାସଙ୍କ ପତ୍ନୀ ତଥା ଚିଲିକା ଆଞ୍ଚଳିକ ବିକାଶ ପରିଷଦର ସମ୍ପାଦକ ପ୍ରମୋଦ କୁମାର ଦାସଙ୍କ ମା’ ଗୋଲାପ ଦାସ (୮୫)ଙ୍କ ଏକାଦଶାହ ଶ୍ରଦ୍ଧାଞ୍ଚଳୀ ସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବରିଷ୍ଠ ରାଜନେତା ସମୀର ରଞ୍ଜନ ମହାନ୍ତି, ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ସଭାପତି ତଥା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ପ୍ରାକ୍ତନ ଚିଲିକା ବ୍ଲକର ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ଚିଲିକା ଆଞ୍ଚଳିକ ବିକାଶ ପରିଷଦ ସଭାପତି ଆଇନଜୀବୀ ଦେବାଶିଷ ରଥ, ଉପଦେଷ୍ଟା ଗୋଦାବରୀଶ ବିଶ୍ୱାଳ, ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା ପ୍ରବୀଣା ଭଞ୍ଜଦେଓ, ରଶ୍ମି ମହାପାତ୍ରଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ଵର୍ଗତା ଗୋଲାପ ଦାସଙ୍କ ପଟ୍ଟଚିତ୍ରରେ ମାଲ୍ୟାର୍ପଣ କରିବା ସହ ଶ୍ରୀମତୀ ଦାସଙ୍କ ଆଜୀବନ ସମାଜସେବା ଓ ଆଧ୍ୟାତ୍ମିକତା ଉପରେ ଆଧାରିତ ଲୋକପ୍ରିୟତା ଉପରେ ଅତିଥିମାନେ ଆଲୋକପାତ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସକାଳୁ ଗୀତା | ବେଦପାଠ ଓ ନାମ ସଂକୀର୍ତ୍ତନ ସହିତ ସନ୍ଧ୍ୟାରେ ସ୍ମୃତି ତର୍ପଣ ଶୀର୍ଷକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଶ୍ରୀମତୀ ଦାସଙ୍କ ପୁତ୍ର ପ୍ରମୋଦ କୁମାର ଦାସ, ପ୍ରଦୀପ କୁମାର ଦାସ ଓ ପତ୍ନୀ ରଶ୍ମି ଦାସ, ଦିଲ୍ଲୀପ କୁମାର ଦାସ, ପ୍ରଶାନ୍ତ କୁମାର ଦାସ, ପୁତ୍ରୀ ସୌଭାଗ୍ୟଲକ୍ଷ୍ମୀ ଦାସ,ବିଜୟଲକ୍ଷ୍ମୀ ଦାସ ସହିତ ସପରିବାର, ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page