ଦାରୁଠେଙ୍ଗ ସତ୍ୟମହିମାରେ ନବାନ୍ନ

ଭୁବନେଶ୍ୱର ତା 16/09/26 ଆଶ୍ରମ ଗୋବିନ୍ଦ ବାବା ଙ୍କ ଗାଦି ପୀଠ ରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ନବାନ୍ନ ମହୋତ୍ସବ ପାଳିତ ହୋଇ ଯାଇଅଛିବ୍ରହ୍ମଲୀନ ବ୍ରହ୍ମ ଅବଧୁତ ଜୟକୃଷ୍ଣ ବାବା ମହୋଦୟ ଙ୍କ ପୂର୍ଵ ଆଦେଶ ଅନୁସାରେ ଓ ବ୍ରଜବନ୍ଧୁ ଙ୍କ ତତ୍ତ୍ୱବଧାନତା ରେ ପୂର୍ବ ସନ୍ଧ୍ୟା ରେ ବିଶ୍ୱ ବ୍ରହ୍ମାଣ୍ଡ ର କଲ୍ୟାଣ ନିମନ୍ତେ ଘୃତାବତୀ ପ୍ରଜ୍ବଳନ କରାଯାଇ ଥିଲା
ତତ୍ପରେ ବୁଧ ବାର ପ୍ରାତଃ ସମୟରେ ନୂଆ ଚୁଡା ରେ ପ୍ରସ୍ତୁତ ନବାନ୍ନ ଅମହଣିଆ ଭାବେ ନୂଆ ଆଟିକା ରେ ପ୍ରଥମେ ଶୁନ୍ୟପ୍ରଭୁ ଙ୍କୁ ଅର୍ପଣ କରାଯାଇ ତତ୍ପରେ ସମୂହ ନବାନ୍ନ ପ୍ରସାଦ ସେବନ କରାଯାଇ ଥିଲା ଏହି ନବାନ୍ନ ମହୋତ୍ସବ ରେ ମହିମା ସମାଜ ର ପର ସନ୍ୟାସୀ ଅପର ସନ୍ୟାସୀ ସାଧୁ ବୃନ୍ଦ ସହିତ ଭକ୍ତ ଶ୍ରଦ୍ଧାଳୁ ବହୁ ସଂଖ୍ୟା ରେ ଯୋଗ ଦେଥିଲେ ବୋଲି ମହିମା ସେବା ଫାଉଣ୍ଡେସନ ର ସଭାପତି ନାରାୟଣ ଖୁଣ୍ଟିଆ ଏକ ପ୍ରେସ ବିଜ୍ଞପ୍ତି ରେ ଜାଣଇ ଛନ୍ତି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page