ଚିଲିକା,୧୬ I୯: ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ଉପଲକ୍ଷେ ବାଣପୁର ସତସଙ୍ଗ ବିହାର ଠାରେ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି। ଦୀଘ୍ର ଏକ ମାସ ଧରି ଚାଲିଥିବା ସତସଙ୍ଗ ପରିକ୍ରମାର ଉଦ୍ ଯାପନୀ ଦିବସରେ ବହୁ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଥିଲା । ଏଥିରେବହୁ ସଂଖ୍ୟାରେ ଭକ୍ତମାନେ ଯୋଗ ଦେଇଥିଲେ । ପ୍ରଥମେ ଶୁଭଶଙ୍ଖ ଧ୍ୱନୀ ତିନଥର ଦିଆ ଯିବା ପରେ ପ୍ରାର୍ଥନା ଆରମ୍ଭ କରାଯାଇ ଥିଲା ।ଠକୁରଙ୍କ ସତ୍ୟାନୁସରଣ ସହିତ ନାରୀନିତି ଗ୍ରନ୍ଥ ପଠନ କରାଯାଇ ଥିଲା।

ମହେଶ୍ୱର ଜେନା ଶ୍ରୀ ଶ୍ରୀ ଠାକୁରଙ୍କ ଭଜନ ପରିବେଷଣ ସହିତ ଠାକୁରଙ୍କ ଯାଜନ କରିଥିଲେ। ଚିଲିକା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରୁ ଗୁରୁଭାଇ ଓ ଗୁରୁମା ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଭାଜପା ସଂପାଦକ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦୁଷ୍ମନ୍ତ ହରିଚନ୍ଦନ ଓ ବାଣପୁର ଏ.ଏନ.ଏସି . ବିଜେପିର ଯୁବ ସଙ୍ଗଠକ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।ପରିଶେଷରେ ଠକୁରଙ୍କ ଯାଜନ ସାନ କରିବା ସହିତ ଗୁରୁଭାଇ, ଗୁରୁମା ମାନଙ୍କ କଣ୍ଠରେ ବନ୍ଦେ ପୁରୁଷୋତ୍ତମ ଧ୍ୱନୀ ପ୍ରକମ୍ପିତ ହୋଇ ସମଗ୍ର ପରିବେଶକୁ ଏକ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିବା ସହ ପ୍ରତ୍ୟେକ ହୃଦୟରେ ନୈସର୍ଗିକ ଭାବ ପ୍ରଦାନ କରିଥିଲା । ପରିଶେଷରେ ଆନନ୍ଦ ବଜାରରେ ସମସ୍ତେ ପ୍ରସାଦ ସେବନ କରିଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି