ଗୁରୁଙ୍କୁ ନାରାୟଣ ଭାବେ ଗ୍ରହଣ କରିବାକୁ ହେବ : ସ୍ୱାମୀ ବ୍ରହ୍ମାନନ୍ଦଡଃ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ଅନୁଭୂତିରେ ବାବା ବୈକୁଣ୍ଠନାଥ ଲୋକାର୍ପିତଡଃ ଜ୍ଞାନେନ୍ଦ୍ରଙ୍କୁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ପ୍ରଦାନ

ଭୁବନେଶ୍ୱର, ୨୬.୧୦ : ଭୁବନେଶ୍ୱରସ୍ଥିତ ଏକାମ୍ର ସତ୍ୟସେବାଶ୍ରମ ବୈକୁଣ୍ଠ ସରଣୀ ପକ୍ଷରୁ ସୋମବାର ପୂର୍ବର୍ାହ୍ନରେ ଡଃ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ଦ୍ୱାରା ରଚିତ ‘ଅନୁଭୂତିରେ ବାବା ବୈକୁଣ୍ଠନାଥ’ ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବା ସହିତ ‘ଗୁରୁଶିଷ୍ୟ ପରମ୍ପରା’ ଶୀର୍ଷକ ଆଲୋଚନା ଚକ୍ର ବାବା ସତ୍ୟାନନ୍ଦ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମୁଖ୍ୟ ଅତିଥି ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଉଦ୍ଘାଟନ ପୂର୍ବକ କହିଲେ ଯେ, ଲେଖକଙ୍କ ଦ୍ୱାରା ରଚିତ ହୋଇଥିବା ଏହି ପୁସ୍ତକରେ ଗୁରୁଶିଷ୍ୟ ପରମ୍ପରାର ଏକ ଉଦାହରଣ । ସନାତନ ଧର୍ମରେ ବେଦକୁ ସର୍ବଶ୍ରେଷ୍ଠ ଗ୍ରନ୍ଥ ହିସାବରେ ଗ୍ରହଣ କରାଯାଇଛି । ଏହି ଗ୍ରନ୍ଥରୁ ଗୁରୁ ପରମ୍ପରା ସୃଷ୍ଟି ହୋଇଛି । ବେଦ ପୁରାଣ, ଗୁରୁଶିଷ୍ୟ ପରମ୍ପରାରୁ ଆମେମାନେ ଆଜିକାଲି ଦୂରେଇ ଯାଉଛେ । ଯାହାଦ୍ୱାରା ହିଂସା, ଦ୍ୱେଷ ଓ ଅଶାନ୍ତି ସମସ୍ତଙ୍କୁ ଗ୍ରାସ କରୁଛି । ଶେଷରେ ଗୁରୁ ପରମ୍ପରାକୁ ମନେ ପକାଇ ଆମେ ଗୁରୁଙ୍କ ଅମୃତବାଣୀକୁ ପାଳନ କରିବା ଉଚିତ୍ ବୋଲି କହିବା ସହ ଗୁରୁଙ୍କୁ ନାରାୟଣ ଭାବେ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ ।
ବିଶିଷ୍ଟ ଅତିଥି ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡଃ ସତ୍ୟନାରାୟଣ ଆ•ର୍ଯ୍ୟ ଯୋଗଦେଇ କହିଲେ ଯେ, ଭାରତବର୍ଷରେ ଗୁରୁ ପରମ୍ପରା ବିଷୟରେ ଆମକୁ ଅନେକ କିଛି ଶିକ୍ଷା ଦିଆଯାଏ । ଗୁରୁ ଅନ୍ଧକାରକୁ ଦୂର କରି ଆମକୁ ଆଲୋକ ପ୍ରଦାନ କରିଥାନ୍ତି । ବିଶିଷ୍ଟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ଯୋଗଦେଇ କହିଲେ ଯେ, ଡଃ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ଦ୍ୱାରା ରଚିତ ଏହି ପୁସ୍ତକ ସୂ•ଇଦିଏ ଯେ, ବାବା ବୈକୁଣ୍ଠନାଥ ଓ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ମଧ୍ୟରେ ଯେଉଁ ଗୁରୁଶିଷ୍ୟର ସମ୍ପର୍କ ଗଢି ଉଠିଥିଲା, ଆଜି ଶିଷ୍ୟ ଭାବରେ ଡଃ ମହାନ୍ତି ଗୁରୁଙ୍କ ଉପରେ ‘ଅନୁଭୂତିରେ ବାବା ବୈକୁଣ୍ଠନାଥ’ ଲେଖି ତାଙ୍କୁ ଉତ୍ସର୍ଗର୍ୀକୃତ କରିଛନ୍ତି, ଏହା ଏକ ମହାନ କାର୍ଯ୍ୟ । ସ୍ୱତନ୍ତ୍ର ଅତିଥି ଭାବରେ ଓଡ଼ିଶା ପୂଜ୍ୟପୂଜା ଟ୍ରଷ୍ଟର ଅଧ୍ୟକ୍ଷ, ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଯୋଗଦେଇ କହିଲେ ଯେ, ସେ କିପରି ବାବା ବୈକୁଣ୍ଠ ଚରଣରେ ଆସିଥିଲେ ଏବଂ ତାଙ୍କ ଦ୍ୱାରା ଆଶ୍ରିତ ହୋଇଥିଲେ ଓ ତାଙ୍କର ଅମୃତବାଣୀ ବିଷୟରେ ସମସ୍ତଙ୍କୁ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ହାପି ମୁଭମେଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ଡଃ ରାଜେନ୍ଦ୍ର କୁମାର ପଣ୍ଡା କହିଲେ ଯେ, ସମାଜରେ ଗୁରୁଶିଷ୍ୟ ପରମ୍ପରା ବିଷୟରେ ଅନେକ ଆଲୋଚନା ହୋଇଛି । କିନ୍ତୁ ଆମେ ଏହାକୁ ପାଳନ କରୁନାହୁଁ । ତେଣୁ ଆମକୁ ପ୍ରଥମେ ଗୁରୁ ଓ ପରେ ଭଗବାନଙ୍କ ଆଶୀର୍ବାଦ ଲାଭ କରିବା ଉଚିତ୍ । ଲେଖକ ଡଃ ପୂର୍ଣ୍ଣଚନ୍ଦ୍ର ମହାନ୍ତି ତାଙ୍କ ଅନୂତିରେ ଏହି ପୁସ୍ତକରେ ବାବା ବୈକୁଣ୍ଠନାଥଙ୍କ ବିଷୟରେ ଯାହା ବର୍ଣ୍ଣନା କରିଛନ୍ତି, ତାହା ବାବାଙ୍କ ନିଦେ୍ର୍ଦଶରେ ହିଁ ଲେଖାଯାଇଛି ବୋଲି ଧରିବାକୁ ହେବ । ଏହି ଅବସରରେ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରଥମ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ସୁରେନ୍ଦ୍ର ନାଥ ସାମଲ ଅତିଥିମାନଙ୍କ ପରିଚୟ କରିବା ସହିତ ସ୍ୱାଗତ ଭାଷଣ ଏବଂ ମଞ୍ଚ ପରି•ଳନା କରିଥିଲେ । ଶେଷରେ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଶ୍ରମର ଅଧ୍ୟକ୍ଷ ବାବାଜୀ ଶ୍ରଦ୍ଧାନନ୍ଦ ଦାସ, ମନୋରଞ୍ଜନ ମହାନ୍ତି, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଓ ଅରୁଣ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରି•ଳନା କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page