ଯୁବ କୁଲୁତା ସମାଜ ତରଫରୁ ଓଆରଏସ୍ ଓ ଥଣ୍ଡା ପାଣି ବଣ୍ଟନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଆଜି ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସରରେ ଓଆରଏସ୍ ଓ ଥଣ୍ଡା ଜଳ ବଣ୍ଟନ କେନ୍ଦ୍ର ର ଉଦ୍‌ଘାଟନ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲର ସୁପରିଟେଣ୍ଡଣ୍ଟ ମାନସୀ ପଣ୍ଡା ଯୋଗଦାନ ଦେଇ ଉଦ୍‌ଘାଟନ କରିଥିଲେ । ଏଥିରେ ବିବିଏମ୍‌ସିଏଚ୍ ର ଏଡ୍‌ମିଷ୍ଟେଟିଭ୍ ଅଫିସର ଜୟଶ୍ରୀ ପଣ୍ଡା, ଜିଲ୍ଲା ଯୁବ କୁଲୁତା ସମାଜ ସଂପାଦକ ଭୁବନେଶ୍ୱର ଭୋଇ, କୋଷାଧ୍ୟକ୍ଷ ଅମିତ ବାରିକ, ଲୋଇସିଂହା ବ୍ଲକ ଉପ-ସଭାପତି ଶଙ୍କର ପ୍ରଧାନ, ଦେଓଗାଁ ବ୍ଲକ ଉପ-ସଭାପତି ଅସୀତ ରଂଜନ ସାହୁ, ପ୍ରଫୁଲ୍ଲ ପ୍ରଧାନ, ମିଲାପ ଗଡତ୍ୟା, ଗଜାନନ ସ୍ୱାଇଁ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ । ହସ୍‌ପିଟାଲ ଆସୁଥିବା ଲୋକେ ପାଣି ଟେପାଏ ନ ପାଇ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଯୁବ କୁଲୁତା ସମାଜର ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page