ବିଶ୍ଵମଣି ଗୋପବନ୍ଧୁ ଥିଲେ ସମଗ୍ର ଓଡ଼ିଆ ଙ୍କ ସର୍ବକାଳୀନ ଆଦର୍ଶ

ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶ ଥିଲେ, ତାହା ନୁହେଁ ସମଗ୍ର ବିଶ୍ୱର ମାନବବାଦ, ସାମ୍ବାଦିକତା,ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି ବରିଷ୍ଠ ସାମ୍ବାଦିକ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି ତାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ 96 ତମ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତି ଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ I ସମଗ୍ର ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶ, ଅସ୍ମିତା ତଥା ସାରସ୍ୱତ ଓଡ଼ିଆ ବ୍ୟକ୍ତିତ୍ୱ ଭାବେ ଚିର ସ୍ମରଣୀୟ ରହିବା ସହିତ ଆଜିର ଯୁବପିଢ଼ି ତାଙ୍କ ପଦାଙ୍କ ଅନୁସରଣ କରନ୍ତୁ ବୋଲି ଅନ୍ୟ ସମ୍ମାନିତ ଅତିଥି ଶିକ୍ଷାବିତ ନିରଞ୍ଜନ ପଣ୍ଡା, ରମେଶ ପାତାଳ ସିଂ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ବିଜୟ ପରିଡା, ଦିଲୀପ ଦାସ ଶର୍ମା, ଅନୁ ସାହୁ, ଡ଼ ଲିଙ୍ଗରାଜ ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ. ଏହି ଅବସରରେ ପୂଜା ପୂଜା ପ୍ରାଣ ଦିଲୀପ ଦାସ ଶର୍ମାଙ୍କୁ ସମାଜସେବା ପାଇଁ “ଗୋପବନ୍ଧୁ ସ୍ମୃତି ସମ୍ମାନ “ପ୍ରଦାନ କରାଯାଇଥିଲା I ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଉତ୍କଳ ସମ୍ମିଳନୀ, ଆମେ ଭୁବନେଶ୍ୱର ପ୍ରମୁଖ ସଂଗଠନ ମାନଙ୍କ ପକ୍ଷରୁ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page