ତେଜଜ୍ଞାନ ଫାଉଣ୍ଡେସନ ର ରୋପ୍ୟ ଜୟନ୍ତୀ ଅନୁଷ୍ଠିତ 

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ତେଜଜ୍ଞାନ ଫାଉଣ୍ଡେସନ ର ରୌପ୍ୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି I ଉକ୍ତ ଅନୁଷ୍ଠାନର ଓଡିଶା ମୁଖ୍ୟ ଶୁଭ ଲକ୍ଷ୍ମୀ ସାମଲଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ସୁକବି ଡ଼ଃ ପ୍ରସନ୍ନ କୁମାର ପାଟଶାଣୀ, ମୁଖ୍ୟବକ୍ତା ଭାବେ ବାଗ୍ନୀ, ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ବିଶିଷ୍ଟ ଅତିଥି ଭାବେ ସଂସ୍କୃତି ପୁରୁଷ ତଥା ଆର୍ଯ୍ୟ ସମାଜ ଅଧ୍ୟକ୍ଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଯୋଗଦେଇ ନିୟମିତ ଯୋଗ, ପ୍ରାଣାୟାମ ସହିତ, ଭାତୃଭାବ ଓ ନିଜ ଭିତରେ ଆନ୍ତରିକ ଶାନ୍ତି ଖୋଜିବା ପାଇଁ ନିରନ୍ତର ପ୍ରୟାସ କରିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ I ଫାଉଣ୍ଡେସନର ମୁଖ୍ୟ ତେଜଗୁରୁ ସରଶ୍ରୀ ଅତିଥି ପରିଚୟ ପ୍ରଦାନ ସହିତ ବ୍ୟସ୍ତ ବହୁଳ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଧ୍ୟାନ ଓ ହସ ର ବାତାବରଣ ସୃଷ୍ଟି କରିବା କୁ ପରାମର୍ଶ ଦେଇଥିଲେ. ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଶତପଥି ଖୋଲା ହସିବା ସହିତ ଭାରତୀୟ ସଂସ୍କୃତି, ମହାନ ପରମ୍ପରା ଉପରେ ଆଲୋକପାତ କରିଥିଲେ I ସଂଗଠନର ପ୍ରମୁଖ କାର୍ଯ୍ୟକର୍ତ୍ତା ବିକାଶ ରଞ୍ଜନ ବେଉରା ଆଧ୍ୟାତ୍ମିକତା ଉପରେ ମତ ରଖିଥିଲେ I ମୁଖ୍ୟ ଅତିଥି ଡ଼ଃ ପାଟଶାଣୀ ଜୀବନରେ ଯୋଗ ଓ ଧ୍ୟାନ ସହିତ ସଂଯମତା ନିହାତି ଆବଶ୍ୟକ ବୋଲି ମତବ୍ୟକ୍ତ କରିବା ସହିତ ଦି ମେଜିକ ଅଫ ରାଇଟିଙ୍ଗ ଉନ୍ମୋଚନ ହୋଇଥିଲା I ଏହି ଅବସରରେ ସଂଗଠନର ପାଞ୍ଚ ବର୍ଷ ଯାତ୍ରାର ଏକ ପ୍ରଦର୍ଶନୀ ପ୍ରସାରିତ ହୋଇଥିଲା ବୋଲି ବିକାଶ ରଞ୍ଜନ ବେଉରା ମତବ୍ୟକ୍ତ କରିଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page