ବିକାଶର ରିପୋର୍ଟ କାର୍ଡ ପ୍ରଦାନ କଲେ ସରପଞ୍ଚ

ଭୁବନେଶ୍ୱର: ଜୟଦେବ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ସରପଞ୍ଚ ନିଜର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ପଞ୍ଚାୟତର‌ ସରପଞ୍ଚ ଭାବେ ରମାଲତା ନାୟକ ନିର୍ବାଚିତ ହେବା ପରେ ୨ ବର୍ଷ ୮ ମାସ ମଧ୍ୟରେ ସେ କରିଥିବା ବିଭନ୍ନ ଜନହିତକର ଏବଂ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ‘ବିକାଶର ରିପୋର୍ଟ କାର୍ଡ’ ପ୍ରଦାନ କରିଛନ୍ତି। ସୁଦର୍ଶନ ଦାରୁ ପୀଠ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ସରପଞ୍ଚ ଶ୍ରୀମତୀ ନାୟକ ଅଢେଇ ବର୍ଷରୁ ଉର୍ଦ୍ଧ ସମୟର ସରପଞ୍ଚ ଭାବେ କ’ଣ କରିଛନ୍ତି? ନିର୍ବାଚନୀ ପ୍ରତିଶ୍ରୁତି କେତେ ପାଳନ ହୋଇଛି ? ସେ ବିଷୟରେ ସୂଚନା ଦେଇଥିଲେ। ବିଶେଷ କରି ଏହି ରିପୋର୍ଟ କାର୍ଡରେ ତାଙ୍କ ସମୟରେ ପଞ୍ଚାୟତରେ ଶିକ୍ଷାର ମାନବୃଦ୍ଧି ପାଇଁ ୯୮ ଲକ୍ଷ ଟଙ୍କା ବ୍ୟୟରେ ଏକ ହାଇସ୍କୁଲ ନିର୍ମାଣ କରାଯାଇଛି I ୩୩ ଲକ୍ଷ ବ୍ୟୟରେ ପଞ୍ଚାୟତରେ ଯଶୁଆପୁର ଠାରେ ଏକ ସ୍ବାସ୍ଥ୍ୟ ଉପକେନ୍ଦ୍ର ସ୍ଥାପନ କରାଯାଇଛି , ପଞ୍ଚାୟତରେ ଆଲୋକିକରଣ ପାଇଁ ବିଭିନ୍ନ ଛକ ମାନଙ୍କରେ ୨୦ ଟି ହାଇମାଷ୍ଟ ଲାଇଟ୍ ଲାଗିଛି I ପଞ୍ଚାୟତରେ ୧୪ଟି କମ୍ୟୁନିଟ୍ ସେଣ୍ଟର ସ୍ଥାପନ ଇତ୍ୟାଦି ତଥ୍ୟ ଉଲ୍ଲେଖ ରହିଛି । ଏଥିସହ ପଞ୍ଚାୟତର ବିଭିନ୍ନ ଦାବିକୁ ପଞ୍ଚାୟତ ସମିତିରେ ଉଠାଇବା ଓ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ସର୍ବଦା ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଛି ବୋଲି କହିଛନ୍ତି ସରପଞ୍ଚ । ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ ସଭ୍ୟ ଅଭିମନ୍ୟୁ ଭୋଇ , ସବିତା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News