ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ସଫଳ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ପ୍ରସ୍ତୁତି ସମୀକ୍ଷା କରିଥିଲେ। ସମୀକ୍ଷାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହେଉଛି। ବିଶ୍ବ ଦରବାରରେ ଓଡିଶାକୁ ପ୍ରତିଷ୍ଠିତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପ୍ରଧାନମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମ ଉପରେ ଅତ୍ୟନ୍ତ ଗୁରୁତ୍ବ ଆରୋପ କରୁଛନ୍ତି। ତେଣୁ ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ତ୍ରୁଟିଶୂନ୍ୟ ଭାବେ ଆୟୋଜିତ କରି ସମଗ୍ର ବିଶ୍ବ ଦରବାରରେ ଓଡିଶାର ଭାବମୂର୍ତ୍ତୀକୁ ଉଜ୍ଜଳ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ବିଶେଷକରି ସହରର ସ୍ବଚ୍ଛତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ଭୁବନେଶ୍ବରର ସ୍ବଚ୍ଛତା ଅନ୍ତର୍ଜାତୀୟ ସ୍ତରର ହେବା ଆବଶ୍ୟକ ବୋଲି ସେ କହିଥିଲେ । ଏଥିପାଇଁ ଭୁବନେଶ୍ବରରେ ସ୍ବତନ୍ତ୍ର ସ୍ବଚ୍ଛତା ଅଭିଯାନ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହା ସହିତ ଏହି ଉତ୍ସବ ସହିତ ସ୍ଥାନୀୟ ଲୋକଙ୍କୁ ସଂଶ୍ଲିଷ୍ଟ କରିବା ପାଇଁ ମଧ୍ୟ ସେ କହିଥିଲେ । ସମୀକ୍ଷାରୁ ଜଣାଯାଇଛି ଯେ ପ୍ରଥମ ଦିନ ଜାନୁଆରୀ ୮ ତାରିଖରେ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଦ୍ବିତୀୟ ଦିନ ଜାନୁଆରୀ ୯ ତାରିଖରେ ପ୍ରଧାନମନ୍ତ୍ରୀ ଓ ଶେଷ ଦିନ ଜାନୁଆରୀ ୧୦ ତାରିଖରେ ରାଷ୍ଟ୍ରପତି ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ‘Unraveling India’s Best Kept Secret’ ଏବଂ ‘Odisha – the Land of Opportunities’ ଆଦି ବିଷୟ ଉପରେ Plenary Session ଅନୁଷ୍ଠିତ ହେବ। ଏହା ସହିତ ଓଡିଶାର ଐତିହାସିକ ଗୌରବ, କଳା, ଭାସ୍କର୍ଯ୍ୟ, ସଂଗୀତ, ନୃତ୍ୟ, ଆଦିବାସୀ ସଂସ୍କୃତି, ଭାଷା, ସାହିତ୍ୟ, ପର୍ଯ୍ୟଟନ ସ୍ଥାନ ଆଦି ବିଭିନ୍ନ ବିଷୟ ଉପରେ ଡିଜିଟାଲ ଓ ଅନ୍ୟାନ୍ୟ ମାଧ୍ୟମରେ ଉପସ୍ଥାପନ କରାଯିବ। ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ଓଡିଶାର ଭିଜନକୁ ମଧ୍ୟ ପ୍ରଦର୍ଶନ କରାଯିବ। ଏହି ସମୟରେ ଭୁବନେଶ୍ବରରେ ପ୍ରାୟ ୧୦ଟି ମହୋତ୍ସବ ଆୟୋଜିତ ହେବ। ଏହିସବୁ ଉତ୍ସବ ଗୁଡିକ ହେଉଛି – ରାଜାରାଣୀ ମ୍ୟୁଜିକ ଫେଷ୍ଟିଭାଲ ( ଜାନୁଆରୀ ୭-୧୧), ମୁକ୍ତେଶ୍ବର ଡ୍ୟାନ୍ସ ଫେଷ୍ଟିଭାଲ (ଜାନୁଆରୀ ୭-୧୧), ଇଣ୍ଟରନ୍ୟାସନାଲ ଓଡିଶୀ ଡ୍ୟାନ୍ସ ଫେଷ୍ଟିଭାଲ (ଜାନୁଆରୀ ୭-୧୧), ଆଦିବାସୀ ନୃତ୍ୟ ଓ ଲୋକକଳା ଫେଷ୍ଟିଭାଲ (ଜାନୁଆରୀ ୭-୧୧), ଆଦିବାସୀ ମେଳା (ଜାନୁଆରୀ ୫-୧୫), ଚିଲିକା ବାର୍ଡ ଫେଷ୍ଟିଭାଲ (ଜାନୁଆରୀ ୬-୧୨), ଫ୍ଲାୱାର ସୋ (ଜାନୁଆରୀ ୭-୧୧), ଫୁଡ୍ ଫେଷ୍ଟ (ଜାନୁଆରୀ ୮-୧୦) ଓ ନାଇଟ୍ ଫ୍ଲି ମାର୍କେଟ (ଜାନୁଆରୀ ୮-୧୦)। ଏହି କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ବରର ସମସ୍ତ ରାସ୍ତାଘାଟର ନବୀକରଣ, ଆଲୋକୀକରଣ, ଆକର୍ଷଣୀୟ ସାଜସଜ୍ଜା ସହିତ ଅତିଥି ମାନଙ୍କ ପାଇଁ ହୋଟେଲ ବୁକିଂ ଆଦି ଜାରି ରହିଛି । ପର୍ଯ୍ୟଟନ ସ୍ଥାନ ଗୁଡିକର ସୌନ୍ଦର୍ଯ୍ୟକରଣ କରାଯାଉଛି। ଭୁବନେଶ୍ବର, ପୁରୀ, କୋଣାର୍କ, ଯାଜପୁର ଆଦି ବିଭିନ୍ନ ସହରରେ ୨୮ଟି ପର୍ଯ୍ୟଟନ ସ୍ଥଳୀକୁ ଅତିଥି ମାନଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରାୟ ୭୫୦୦ ଡେଲିଗେଟ୍ ଯୋଗ ଦେବାର ସମ୍ଭାବନା ରହିଛି । ଅତିଥି ମାନଙ୍କ ପାଇଁ ୩୭୦୦ରୁ ଅଧିକ ରୁମ୍ ବୁକିଂ କରାଯାଇଥିବା ବେଳେ, କେତେକ ସ୍ଥାନରେ ହୋମ୍ ଷ୍ଟେ ର ବ୍ୟବସ୍ଥା ମଧ୍ୟ କରାଯାଇଛି। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଗଠିତ ହେଇଥିବା ବିଭିନ୍ନ କମିଟି ନିୟମିତ ବୈଠକ କରି ପ୍ରସ୍ତୁତିକୁ ତ୍ବରାନ୍ବିତ କରୁଛନ୍ତି। ଏହି ବୈଠକରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା, ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।
ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଜୁନାଗଡ଼ -ବଳଦିଆମାଳ ନିକଟସ୍ଥ ଜାତୀୟ ରାଜପଥରେ କାର ଦୁର୍ଘଟଣା ଘଟି ଡାକ୍ତରଙ୍କ ମୃତ୍ୟୁ
କଳାହାଣ୍ଡି,୨0|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଆଜି ସକାଳ ପ୍ରାୟ ୮ଟା ସମୟରେ ଜୁନାଗଡ଼ ବଳଦିଆମାଳ ନିକଟସ୍ଥ ଜାତୀୟ ରାଜପଥରେ ଏକ ଦୁର୍ଘଟଣା ଘଟି ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଏକ କାର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଟ୍ରକକୁ
ପଖାଳ ଦିବସ
ଆଜି ମାର୍ଚ୍ଚ କୋଡ଼ିଏ ତାରିଖବିଶ୍ଵ ପାଲୁଚି ପଖାଳ ଦିବସଓଡ଼ିଆ ଙ୍କ ହାଣ୍ଡିଶାଳ ର ଖାଦ୍ୟପଖାଳ ନାଆଁ ରେ ସେ ପରିଚିତଜଗତର ନାଥ ଶ୍ରୀ ଜଗନ୍ନାଥଦହିପଖାଳ ନିତି ଖାଆନ୍ତିପଖାଳ ଭାତରେ ଗୁଆ ଘିଅ ଖାଇକାଳିଆ ଦି ଅଂ ନିଦ୍ରା ଯାଆନ୍ତିଦହିପଖାଳ କୁ ଧୋ
ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁଆର୍ଯ୍ୟସମାଜର ୧୫୨ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର, ୧୯.୩ : ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଯ୍ୟସମାଜର ୧୫୨ତମ ପ୍ରତିଷ୍ଠା ଦିବସ ଗୁରୁବାର ପୂର୍ବାହ୍ନରେ ଚନ୍ଦ୍ରଶେଖରପୁର, ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନ ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ରାମ ନାମ ସତ୍ୟ ହେ’ ଧ୍ୱନିରେ କମ୍ପିଲା ଗୃହ
ଭୁବନେଶ୍ୱର(ବୁ୍ୟରୋ) ଏସସିବି ଅଗ୍ନିକାଣ୍ଡକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି । ଏହି ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ ହଲ୍ଲାବୋଲ । ଏସସିବି ନିଆଁ ତାତିରେ ଗୃହ ହୁଲୁସ୍ତୁଲୁ
ଗୋ ସୁରକ୍ଷା ଆଇନ ପାଇଁ ଗଣ ବେିକ୍ଷାଭ ଓ ଅନଶନ ସଭା
ଭୁବେନଶ୍ୱର ସାରା ଓଡ଼ିଶା ତଥା ଦେଶେର ଗୋ ମାତାର ସୁରକ୍ଷା ଦାବେିର ଏକ ଗଣ ବେିକ୍ଷାଭ ଓ ଅନଶନ ଭୁବେନଶ୍ୱର ବିଧାନସଭା ସମ୍ମୁଖେର କରାଯାଇଥିବା ଦେଖିବାକୁ ମିଳିଛି। ଦେଶେର ଗୋ ମାତା ତଥା ଗୋରୁ ଗାଈଙ୍କୁ ହତ୍ୟା ଓ ଅବେହଳା କରାଯାଉଥିବା
ଗୋ ସୁରକ୍ଷା ଆଇନ ପାଇଁ ଗଣ ବିକ୍ଷୋଭ ଓ ଅନଶନ ସଭା
ଭୁବନେଶ୍ୱର: ସାରା ଓଡ଼ିଶା ତଥା ଦେଶରେ ଗୋ ମାତାର ସୁରକ୍ଷା ଦାବିରେ ଏକ ଗଣ ବିକ୍ଷୋଭ ଓ ଅନଶନ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ କରାଯାଇଥିବା ଦେଖିବାକୁ ମିଳିଛି। ଦେଶରେ ଗୋ ମାତା ତଥା ଗୋରୁ ଗାଈଙ୍କୁ ହତ୍ୟା ଓ ଅବହେଳା କରାଯାଉଥିବା
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ । ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା ସଚେତନତାକୁ
ମା’ଭଗବତୀ ମନ୍ଦିର ଭିତର ହୁଣ୍ଡି ଖୋଲିଲା ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ସେବାରେ ଲାଗିବ
ଚିଲିକା : ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା'ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି ଚାରିମାସ ପରେ ଖୋଲାଯାଇଅଛି । ସକାଳ ୧୦ ଘଟିକା ସମୟରେ ମା'ଙ୍କ ପାଖରେ ଧୂପଦୀପଜାଳି ସମର୍ପିତ ହେବାପରେ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲ୍ ଦାର ଟି.
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହୋହାଲ୍ଲା ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ
ଭୁବନେଶ୍ୱର(ବୁ୍ୟରୋ) ବିଧାନସଭାରେ ଏସସିବି ନିଆଁ ତାତି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହୋହାଲ୍ଲା । ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ । ନାରାବାଜିରେ ଉଠିଲା ପଡ଼ିଲା ବିଧାନସଭା । ବାଧ୍ୟ
ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୪୦୦ ମୃତ, ୨୫୦ ଆହତ
ନୂଆଦିଲ୍ଲୀ ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ଡାକ୍ତରଖାନା ଉପରେ ପାକିସ୍ତାନ ଆକାଶ ମାର୍ଗରୁ ଆକ୍ରମଣ କରିବାରୁ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ ଜଣ ଆହତ ହୋଇଛନ୍ତି । ମଙ୍ଗଳବାର ଆଫଗାନିସ୍ତାନର ତାଲିବାନ ସରକାରଙ୍କ ଜଣେ ମୁଖପାତ୍ର ଏହି
ସନ୍ଧିକୁଲିଆରୀ ଗ୍ରାମଠାରେ ଆରସିଡିସି ଓ ଶିଶୁ ବିକାଶ ପକ୍ଷରୁ ନିଯୁକ୍ତି ମେଳା ଅନୁଷ୍ଠିତ
କଳାହାଣ୍ଡି,୧୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅଧିନସ୍ଥ ସନ୍ଧିକୁଲିହାରୀ ଗ୍ରାମରେ ଆର୍.ସି.ଡ଼ି.ସି ଓ ଶିଶୁ ବିକାଶ ପ୍ରକଳ୍ପ, କଳାହାଣ୍ଡିଙ୍କ ଆନୁକୂଲ୍ୟରେ ଏକ ନିଯୁକ୍ତି ମେଳା ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ
ବେଆଇନ ବିଦେଶୀ ମଦ କୋଠି ରେ ଅବକାରୀ ବିଭାଗ ର ଚଢ଼ାଉ, ଜଣେ ଗିରଫ
କଳାହାଣ୍ଡି,୧୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ଅବକାରୀ ପୋଲିସ କୁ ବଡ଼ ସଫଳତା। ବେଆଇନ ବିଦେଶୀ ମଦ କୋଠି ରେ ଚଢ଼ାଉ। ଜିଲ୍ଲା ଅବକାରୀ ଅଧିକାରୀ ରଞ୍ଜନ କୁମାର ନାଏକ ଙ୍କ ନିର୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା
ପୁଣି ଏକ ଲଜ୍ୟା ଘଟଣା
ଆସିକା, [4:57 pm, ] 18/3/26:ପୁଣି ଏକ ଲଜ୍ୟା ଘଟଣା ଘଟିଯାଇଛି, ଆସିକା ବ୍ଲକ କୋଟିନଡ଼ା ଥାନା ଭୋଟନୟୀ ଗ୍ରାମରେ କଙ୍ଗାରୁ କୋର୍ଟରେ ଦଣ୍ଡ, ବିଦ୍ୟୁତଖୁଣ୍ଟ ରେ ଚାରିଜଣଙ୍କୁ ବାନ୍ଧି ମାଡାମରିବା ଘଟଣା ସୋସିଆଲ ମିଡ଼ିଆରେ ଘୁରିବୁଲୁଛି l ଦୁଇ ତିନି
ଓଡିଶାରେ ହୋଇଥିବା JTS-2023 ନିଯୁକ୍ତି ପ୍ରକିୟା ସମ୍ପର୍କରେ ଅନେକ ଆଶାୟୀ ଦୀର୍ଘଦିନ ଧରି ନ୍ୟାୟ ପାଇଁ ଅପେକ୍ଷା
ଭୁବନେଶ୍ୱର 18/3/26: ଓଡିଶାରେ ହୋଇଥିବା JTS-2023 ନିଯୁକ୍ତି ପ୍ରକିୟା ସମ୍ପର୍କରେ ଅନେକ ଆଶାୟୀ ଦୀର୍ଘଦିନ ଧରି ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି l ମାନ୍ୟବର ଉଚ୍ଚ ନ୍ୟାୟାଳୟ ମଧ୍ୟ ଅବଶିଷ୍ଟ ଖାଲି ପଦଗୁଡିକୁ ମେରିଟ ଆଧାରରେ ପୂରଣ ନିର୍ଦେଶ ଦେଇଛନ୍ତି, କିନ୍ତୁ
ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଧଉଳି ଥାନା ଲିଙ୍ଗିପୁର ସରପଞ୍ଚ ଖିରୋଦ କୁମାର ପ୍ରଧାନଙ୍କୁ ଆକ୍ରମଣ କରିବା ସହ ପିନ୍ଧିଥିବା ସୁନାଚେନ ଲୁଟ
ବାଲିଅନ୍ତା,୧୭|୩:ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଧଉଳି ଥାନା ଲିଙ୍ଗିପୁର ସରପଞ୍ଚ ଖିରୋଦ କୁମାର ପ୍ରଧାନଙ୍କୁ ଆକ୍ରମଣ କରିବା ସହ ପିନ୍ଧିଥିବା ସୁନାଚେନ ଲୁଟ କରିଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ହେଲେ ଏହି ଥାନା
ହୋଲି ପରେ ଆରମ୍ଭ ହୋଇଗଲା ମହୁଲଫୁଲ ସଂଗ୍ରହ, ମହୁଲ ବେଟାଳି ବ୍ୟସ୍ତ
କଳାହାଣ୍ଡି,(ଉତ୍କଳ ବୁଲେଟିନ):-ହୋଲି ପରେ ପରେ ଆରମ୍ଭ ହୋଇଗଲା ମହୁଲଫୁଲ ସଂଗ୍ରହ | ମହୁଲ ବେଟିବା ପାଇଁ ବେଟାଳି ମାନେ ବ୍ୟସ୍ତରେ ରହି ମହୁଲ ଫୁଲ ସଂଗ୍ରହ କରୁଛନ୍ତି | ଚାଷକାମ ପରେ ଜୀବନ ଜିବିକାର ଦ୍ୱତୀୟ ପନ୍ଥା ହେଲା ଜଙ୍ଗଲଜାତ ଦ୍ରବ୍ୟ
ଏନ. ଏ. ସି, ଧର୍ମଗଡ଼ ରେ ଜାତୀୟ ଜନଗଣନା ୨୦୨୭ ଅନ୍ତର୍ଗତ ଏନୁମିରେଟର ଓ ସୁପରଭାଇଜର ଙ୍କ ପ୍ରଶିକ୍ଷଣ ଶିବିର
କଳାହାଣ୍ଡି,୧୭|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)ତ୍ରୀଦିବସୀୟ ଏନ. ଏ. ସି, ଧର୍ମଗଡ଼ ସ୍ତରୀୟ ଜାତୀୟ ଜନଗଣନା ୨୦୨୭ ଅନ୍ତର୍ଗତ ଗଣନାକାରି ଓ ସୁପରଭାଇଜର ମାନଙ୍କ ପ୍ରଶିକ୍ଷଣ ଶିବିର ଆଜି ତା ୧୬/୦୩/୨୦୨୪ ଠାରୁ କାଶୀବାହାଲ, ଧର୍ମଗଡ଼ସ୍ଥ ଗୁରୁଜୀ ମଧୂସୂଦନ ଉଚ୍ଚ ବିଦ୍ୟାଳୟରେ ଆରମ୍ଭ
ଚାବହାର ନିକଟରେ ଆକାଶମାର୍ଗରୁ ବୋମାବର୍ଷଣ କଲା ଆମେରିକା
ନୂଆଦିଲ୍ଲୀ ଇରାନର ଚାବହାର ମୁକ୍ତ ବାଣିଜ୍ୟ ଜୋନ ନିକଟରେ ହମଲା । ଏକାଧିକ ବିସ୍ଫୋରଣରେ ଥରି ଉଠିଛି ଏହି ଅଞ୍ଚଳ । ସୋମବାର ଆମେରିକା ଏଠାରେ ଘନଘନ ଏୟାର ଷ୍ଟ୍ରାଇକ କରିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି ।
ରାଜ୍ୟସଭା ନିର୍ବାଚନ : ମନମୋହନ,ସୁଜିତ,ସଂତୃପ୍ତ ଓ ଦିଲ୍ଲୀପ ବିଜୟୀ
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ ବାଜି ମାରିଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର, ବିଜେଡିର ସଂତୃପ୍ତ ମିଶ୍ର ଓ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ । କଂଗ୍ରେସ ଓ ବିଜେଡି ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ଦିଲ୍ଲୀପଙ୍କ ଠାରୁ ପରାଜିତ
ଟ୍ରମାକେୟାରରେ ଥିବା ୧୦ ରୋଗୀଙ୍କ ମୃତ୍ୟ
କଟକ(ବୁ୍ୟରୋ) କଟକ ଏସସିବି ବଡ଼ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ । ଧୂଆଁରେ ଅଣନିଃଶ୍ୱାସୀ ହୋଇ ୧୦ ନିରୀହ ଜୀବନ ଚାଲିଯାଇଛି । ଅନେକ ଲୋକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଏସସିବି ମେଡିକାଲରୁ ଉଦ୍ଧାର କରି
Politics
Entertainment
ପଖାଳ ଦିବସ