ଭୁର୍ତିଗଡ ସରକାରୀ 5t ସ୍କୁଲ ରୂପାନ୍ତରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭୁର୍ତିଗଡ ସରକାରୀ 5t ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବିଜେଡ଼ି ସରକାର ଶାସନ ସମୟ ରେ 2023 /24 ମସିହା ରେ ଉକ୍ତ ସ୍କୁଲର ରୂପାନ୍ତିକରଣ ପାଇଁ 5t ଯୋଜନା ରେ ପାଖା ପାଖି ସତୁରି ଲକ୍ଷ୍ୟ ଟଙ୍କାର ବିଭିନ୍ନ କାର୍ଯ୍ୟ ତତ କାଳୀନ ବିଡ଼ିଓ ଏବଂ ଲାଞ୍ଜିଗଡ ବ୍ଲକର ଜଣେ ବିଜେଡ଼ି ନେତ୍ରୀଙ୍କ ସ୍ୱାମୀ ନିଜେ ଠିକାଦାର ସାଜି କାର୍ଯ୍ୟଟିକୁ ଅତିରୁ ଅତି ନିମ୍ନ ମାନର କରି ପାଖା ପାଖି 35 ଲକ୍ଷ୍ୟ ଟଙ୍କାର ଘୋଟଲା କରାଯାଇ ଥିବାର ଅଭିଯୋଗ ହୋଇଛି ତିନିରୁ ଚାରି ହଜାର ମାର୍କେଟ ଭେଲୁ ଥିବା ଚିୟାର ଟେବୁଲକୁ 12 ରୁ 15 ହଜାର ଟଙ୍କାର ଅତ୍ୟଧିକ ଚଢ଼ା ଦରରେ ବିଲ କରାଯାଇ ଥିବାବେଳେ ଅନେକ କାର୍ଯ୍ୟ ନ କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ମିଥ୍ୟା ବିଲ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଧମକ ଚମକ ଦେଇ ଦସ୍ତଖତ କରାଇ ଥିବା ସେହି ନାରୀ ନେତ୍ରୀଙ୍କ ସ୍ୱାମୀଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଛି ! ତତ ସଂଗେ ସଂଗେ ଉକ୍ତ ସ୍କୁଲରେ ଶ୍ରମିକମାନଙ୍କ ନାମରେ ଦଶଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କାର ମିଥ୍ୟା ବିଲ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ଏହି ସ୍କୁଲ କାର୍ଯ୍ୟ ମହା ଘୋଟାଲାରେ ତତ କାଳୀନ ବିଡ଼ିଓ ଏବଂ ସମ୍ପୃକ୍ତ ଠିକାଦାର ଓ ସ୍କୁଲକୁ ବିଭିନ୍ନ ସାମଗ୍ରୀ ଯୋଗାଇ ଥିବା ଜଣେ ଅସାଧୁ ବ୍ୟବସାୟୀ ଓ ବ୍ଲକ ଶିକ୍ଷ୍ୟା ଅଧିକାରୀଙ୍କ ମିଳି ଭଗତରେ ସମସ୍ତ ଦୁର୍ନୀତି ହୋଇଥିବା କୁହାଯାଉଛି ଏଭଳି କି ସ୍କୁଲ ଏମ ଭି ବିଲ ବୁକ ମଧ୍ୟ ଵେ ଆଇନ ଭାବରେ ଠିକାଦାର ନିଜେ ତାଙ୍କ ନିଜ ହାତ ଲେଖା ଥିବା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମିଥ୍ୟା ବିଲ କରି ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି!ଏହା ଭାତ ହାଣ୍ଡିରୁ ଗୋଟେ ଏଭଳି ବ୍ଲକ ସମସ୍ତ 24 ଗୋଟି 5t ସ୍କୁଲ ରେ କୋଟି କୋଟି ଟଙ୍କା ର ମହା ଦୁର୍ନୀତି ର ଗନ୍ଧ ପଦାକୁ ଆସୁଛି I ଏଣୁ ଏହାର ଉଚ୍ଚ ସ୍ତରୀୟ ଭିଜିଲାନ୍ସ ବିଭାଗ ଦ୍ଵାରା ତଦନ୍ତ ନିର୍ଦେଶ ପାଇଁ ରାଜ୍ୟ ସରକାର ଙ୍କ ଦୃଷ୍ଟି ଗୋଚର ନିମନ୍ତେ ଦାବି ହେଉଛି I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News