ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକଙ୍କ ଘରେ ଇଡି ଚଢ଼ଉ

ଭୁବନେଶ୍ୱର: ନିରଂଜନ ପଟ୍ଟନାୟକଙ୍କ ଘରେ ଇଡି ଚଢ଼ଉ କରିଛି। ପୂର୍ବତନ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ଘରେ ଚଢ଼ଉ କରିଛି ଇଡି। ଆଜି ସକାଳ ସାତଟାରେ ଚଢ଼ଉ ଆରମ୍ଭ କରାଯାଇଥିବାବେଳେ ତାଙ୍କର ଭୁବନେଶ୍ୱର ବାସଭବନ ନୟାପଲୀ ଠାରେ ପ୍ରଥମେ ସକାଳ ୭ଟାରେ ଚଢ଼ଉ କରିଛି ଇଡି। ଏହା ସହ ଭୁବନେଶ୍ୱରରେ ଥିବା ଅନ୍ୟ ଘରେ ମଧ୍ୟ ଚଢ଼ଉା ଚାଲିଛି ବୋଲି ସୂଚନା ମିଳୁଛି। ଇଡି ପକ୍ଷରୁ ତାଙ୍କର ଯେଉଁଠି ଯେଉଁଠି ସଂପତି ଓ ଘର ରହିଛି ସବୁଠାରେ ଇଡି ଚଢ଼ଉ କରୁଥିବା ଜଣାପଡିଛି। କଣ ପାଇଁ ଇଡି ଚଢ଼ଉ କରାଯାଉଛି ଏବଂ କାହିଁକି କରିଛି ଇଡି ତାହା ସ୍ପଷ୍ଟ ହୋଇପାରିନଥିବାବେଳେ ସନ୍ଦେହ କରାଯାଉଛିକି ତାଙ୍କର ଖଣି ଓ ଅନ୍ୟ ବ୍ୟବସାୟ କୁ ନେଇ ଚଢ଼ଉ କରାଯାଇଥିବା ଜଣାପଡିଛି। ସୂଚନା ଯେ, ନିରଂଜନ ପଟ୍ଟନାୟକ ଓଡ଼ିଶାର ଜଣେ ବଡ଼ ବ୍ୟବସୟୀ ହୋଇ ହୋଇଥିବାବେଳେ ଜଣେ ବରିଷ୍ଠ କଂଗ୍ରେସ ନେତା ବୋଲି ସମସ୍ତେ ଜାଣିଛନ୍ତି। ନିରଂଜନଙ୍କ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ଚଢ଼ଉ ଜାରି ରହିଛି। ତେବେ ଆର୍ଥିକ କାରବାରକୁ ନେଇ ବୋଧହୁଏ ଚଢ଼ାଉ କରାଯାଉଥିବା କୁହାଯାଇପାରେ। ତାଙ୍କ ଘରେ ଏବେ ଇଡିର ୮ରୁ ୧୦ ଜଣସଦସ୍ୟ ରହିଥିବା ଜଣାପଡିଛି। ତେବେ ଆଗକୁ ଚଢ଼ଉର କାରଣ ସ୍ପଷ୍ଟ ହୋଇଯିବାର ସମ୍ଭାବନା ରହିଛି।
ରିପୋର୍ଟ – ପ୍ରିୟବ୍ରତ ବାରିକ, ଉତ୍କଳ ବୁଲେଟିନ୍‌

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News