କୁମାର ପୂର୍ଣ୍ଣିମା ବା ମା’ ଗଜଲକ୍ଷ୍ମୀ ପୂଜା ଅବସରରେ ଓଡ଼ିଶ ଗାମର ମା’ ମହାଲକ୍ଷ୍ମୀ କ୍ଲବ୍ ପାତ୍ରସାହିଠାରେ ଅନୁଷ୍ଠିତ

କୁମାର ପୂର୍ଣ୍ଣିମା ବା ମା’ ଗଜଲକ୍ଷ୍ମୀ ପୂଜା ଅବସରରେ ଓଡ଼ିଶ ଗାମର ମା’ ମହାଲକ୍ଷ୍ମୀ କ୍ଲବ୍ ପାତ୍ରସାହିଠାରେ ଅନୁଷ୍ଠିତ ହୋଇଯାଇଛି ମେହେନ୍ଦି ଓ ଅଳତା ଲଗା ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ୨୦ଜଣ ପ୍ରତିଯୋଗୀ ଭାଗ ନେଇଥିବାବେଳେ ଏହାର ଆୟୋଜକ ଥିଲେ UTKAL BULLETIN ଚାରିଟେବଲ୍ ଟ୍ରଷ୍ଟ୍ ଓ ସଦସ୍ୟମାନେ ଓ ସହଯୋଗ କରିଥିଲେ ମହାଲକ୍ଷ୍ମୀ କ୍ଲବ୍ ପାତ୍ରସାହିର ସଦସ୍ୟମାନେ । ପରିଚାଳନା କରିଥିଲେ ଉକ୍ତ କ୍ଲବ୍ର ଦିଗାମ୍ବର ପାତ୍ର । ମୁଖ୍ୟ ଅତିଥି ରୂପେ ସାମ୍ବାଦିକ ବିନୟ କୁମାର ପଟ୍ଟନାୟକ, ସଂସ୍କାର ନୁ୍ୟଜ୍, ସାମ୍ବାଦିକ ବିମଳ କୁମାର ରଣା ଉକôଳ ବୁଲେଟିନ୍, ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା, Utkal Bulletin ଚାରିଟେବଲ୍ ଟ୍ରଷ୍ଟ୍ ର ଭାଗବତ ସେଠୀ, ସ୍ୱେଚ୍ଛାସେବୀ, ସୌଭାଗ୍ୟ ସେନାପତି, ଶ୍ରୀଜିତ୍ ସେନାପତି। ଅତିଥିମାନଙ୍କ ଦ୍ୱାରା ପ୍ରତ୍ୟେକ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ Utkalbulletin ଚାରିଟେବଲ୍ ଟ୍ରଷ୍ଟ୍ର ସାମ୍ବାଦିକ ତଥା ସମାଜସେବୀ ବିମଳ କୁମାର ରଣା ଓ ତାଙ୍କ ସହଯୋଗୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ ଅର୍ପଣ କରିଥିଲେ ମା’ ମହାଲକ୍ଷ୍ମୀ କ୍ଲବ୍ର ସଦସ୍ୟ ଦିଗାମ୍ବର ପାତ୍ର ଓ ପଦ୍ମଚରଣ ପାତ୍ର ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page