ମଣ୍ଡଳ ସ୍ତରୀୟ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ରେଟିଙ୍ଗ କମିଟି ଦ୍ୱାରା ମୂଲ୍ୟାୟନ ।

ଖୋର୍ଦ୍ଧା,୨୮।୧୦:ବିଦ୍ୟାଳୟ ସାମଗ୍ରିକ ବିକାଶ, ଶିକ୍ଷାଦାନର ଗୁଣାତ୍ମକ ମାନ ବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ଓ ଅନୁକୂଳ ଶିକ୍ଷଣ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ସୋନାମିକା ରାୟଙ୍କ ନିର୍ଦ୍ଦେଶରେ ବୋଲଗଡ଼ ମଣ୍ଡଳ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଏବଂ ସହ ଶିକ୍ଷାଧିକାରୀ ତଥା ମଣ୍ଡଳ ସଂଯୋଜକ କୈଳାସନାଥ ସ୍ବାଇଁଙ୍କ ଦ୍ୱାରା ଏକ ତିନି ଜଣିଆ କମିଟି ଗଠିତ ହୋଇଅଛି l ଏଥିରେ ମଣ୍ଡଳ ସହ ଶିକ୍ଷାଧିକାରୀ ନିରଞ୍ଜନ ନାୟକ, TC ଅଜୟ ନାୟକ ଓ ମାଣିବନ୍ଧ ସାଧନ କେନ୍ଦ୍ର ସଂଯୋଜକ ବିପିନ ବିହାରୀ ସ୍ୱାଇଁଙ୍କୁ ନିଆଯାଇଛି l

ଉକ୍ତ କମିଟି ଆବେଦନକାରୀଙ୍କ ବିଦ୍ୟାଳୟ ରେ ପହଂଚି ପାନୀୟ ଜଳ, ପରିମଳ ଓ ହାତଧୁଆ ବ୍ୟବସ୍ଥା,ବିଦ୍ୟାଳୟ ସାମଗ୍ରୀ ରକ୍ଷଣାବେକ୍ଷଣ,ଶିକ୍ଷଣ ପ୍ରଶିକ୍ଷଣ, ମିଶନ ଲାଇଫ ଆକ୍ଟିଭିଟି, ଶିକ୍ଷଣ ପରିବେଶ, ବ୍ୟବହାର ଗତ ପରିବର୍ତ୍ତନ ଏବଂ କମିଟିର ସକ୍ରିୟତା ଆଦି ମାନଦଣ୍ଡକୁ ଆଧାର କରି ମଣ୍ଡଳ ସ୍ତରୀୟ ମୂଲ୍ୟାୟନ କରିଛି l କମିଟିର ରିପୋର୍ଟ ଅନୁସାରେ ଲୋକନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଯୋଡାପଡା, ସରସ୍ବତୀ ଶିଶୁ ମନ୍ଦିର, ବୋଲଗଡ଼ ଏବଂ ସରସ୍ୱତୀ ଶିଶୁମନ୍ଦିର, ଧଳାପଥର 5ଷ୍ଟାର ରେଟିଙ୍ଗରେ ସ୍ଥାନିତ ହୋଇ ବୋଲଗଡ଼ ପାଇଁ ଗୌରବ ଆଣିଛି l ସେଥିପାଇଁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସମ୍ପୃକ୍ତ ୩ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସେଠୀ, ପ୍ରକାଶ ଜୀବନ ପାଲ ଓ ସସ୍ମିତା ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି l ଉକ୍ତ ବିଦ୍ୟାଳୟ ଗୁଡିକୁ ଅନୁସରଣ କରି ନିଜ ବିଦ୍ୟାଳୟର ମାନ ବୃଦ୍ଧି କରିବାକୁ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସ୍ୱାଇଁ ଅନ୍ୟ ପ୍ରଧାନ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଛନ୍ତି l

ଦିଲ୍ଲୀପ କୁମାର ଶତପଥୀ
ଜିଲ୍ଲା ପ୍ରତିନିଧି,ଖୋର୍ଦ୍ଧା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page